ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ
Advertisement

ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ

 ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମହାନ ଦଳକୁ ସଠିକ୍ ଭାବେ ବ୍ୟବହାର କରିନାହିଁ।

ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ସମାଜବାଦୀ ମେଣ୍ଟରେ ଦେଖାଦେଇଛି ଫାଟ। ଏହି ମେଣ୍ଟରେ ଅଂଶୀଦାର ଥିବା ମହାନ ଦଳର ନେତା କେଶବ ଦେବ ମୌର୍ଯ୍ୟ ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ କହିଛନ୍ତି ଯେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଆଗମନ ପରେ ଦଳ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇଯାଇଥିଲା। ସମାଜବାଦୀ ପାର୍ଟି ଆମକୁ ସଠିକ୍ ଭାବେ ବ୍ୟବହାର କରିନାହିଁ। 

ମହାନ ଦଳ ନେତା (Mahan Dal Leader) କେଶବ ଦେବ ମୌର୍ଯ୍ୟ (Keshav Dev Maurya) କହିଛନ୍ତି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦଳୀୟ ପରାଜୟ ପାଇଁ ସମାଜବାଦୀ ପାର୍ଟିକୁ (Samajwadi Party) ଦାୟୀ କରିଛନ୍ତି। ସମାଜବାଦୀ ପାର୍ଟି ଆମକୁ ସଠିକ୍ ଭାବେ ବ୍ୟବହାର କରିନାହିଁ। ସମାଜବାଦୀ ପାର୍ଟି ଆମ ଅପେକ୍ଷା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ଅଧିକ ଭରସା କରିଥିଲା। ତାଙ୍କୁ ରଣନୀତି ଆଧାରରେ ବିଜେପି, ସମାଜାବାଦୀ ପାର୍ଟିକୁ ପଠାଇଥିଲା।    

ମହାନ ଦଳକୁ ମିଳିବାକୁ ଥିବା ଭୋଟ ସମାଜବାଦୀ ପାର୍ଟି ଖାତାକୁ ଯାଇ ପାରିଲା ନାହିଁ। ମହାନ ଦଳକୁ ଯେତିକି ପରିମାଣରେ ଜନ ସମର୍ଥନ ମିଳିଥିଲା ତାହା ଭୋଟ ଆକାରରେ ରୂପାନ୍ତରିତ ହୋଇପାରିଲା ନାହିଁ। ଯଦି ଆମେ ଅଧିକ ସ୍ଥାନରେ ପ୍ରଚାର ଅଭିଯାନ କାର୍ଯ୍ୟକାରୀ କରିଥାନ୍ତେ ତାହେଲେ ଫଳାଫଳ ଭିନ୍ନ ହୋଇଥାନ୍ତା। ସମାଜବାଦୀ ମେଣ୍ଟ ପକ୍ଷରୁ ପ୍ରଚାର କରିବା ପାଇଁ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭାରଙ୍କୁ ହେଲିକ୍ୟାପ୍ଟର ପ୍ରଦାନ କରାଯାଇଥିବା ବେଳେ ଆମେ ତାହା ମିଳିନଥିଲା। 

Also Read: UP Election 2022: ବିଦ୍ରୋହୀ ବଢାଇଛନ୍ତି ସମାଜବାଦୀ ମେଣ୍ଟର ଚିନ୍ତା

ନିର୍ବାଚନ ସମୟରେ ଅଧିକରୁ ଅଧିକ ରାଲି କରିବା ଲାଗି ଆମେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ଲଗାତାର ଭାବେ କହି ଆସୁଥିଲୁ। ଏହି ରାଲି ପାଇଁ ମହାନ ଦଳର କର୍ମକର୍ତ୍ତା ପ୍ରସ୍ତୁତ ହୋଇ ରହିଥିଲେ। ହେଲେ ସମାଜବାଦୀ ପାର୍ଟି ଆମକୁ ସଠିକ୍ ଭାବେ ବ୍ୟବହାର କରିନଥିଲା। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି ହାତ ଧରିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଉଠିଥିଲେ। ସେ ଉତ୍ତର ପ୍ରଦେଶ ରାଜନୀତିରେ ଜଣେ ଜଣାଶୁଣା ଚେହେରେ ହୋଇ ଥାଇପାରନ୍ତି ଏବଂ ତାଙ୍କର ପ୍ରଭାବ ରାଜ୍ୟର ୩-୪ ଜିଲ୍ଲାରେ ରହିଥାଇପାରେ ମାତ୍ର ସମଗ୍ର ରାଜ୍ୟ ରାଜନୀତିରେ ତାଙ୍କର କୌଣସି ପ୍ରଭାବ ନାହିଁ। ବ୍ୟସ୍ତତା କାରଣରୁ ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସହ ସାକ୍ଷାତ ହୋଇ ପାରିଲା ନାହିଁ।  

ସମାଜବାଦୀ ପାର୍ଟିକୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆସିବା ଉପରେ ପ୍ରଶ୍ନ ଉଠାଇଛନ୍ତି କେଶବ ଦେବ ମୌର୍ଯ୍ୟ। ଏନେଇ ସେ କହିଛନ୍ତି ମୋତେ ଏହା ସନ୍ଦେହ ହେଉଛି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି ହାତ ଧରିବା ବିଜେପି ରଣନୀତି ହୋଇଥାଇପାରେ। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସ୍ଥାନୀୟ ଆଞ୍ଚଳିକ ଦଳ ସହ ଏକ ମେଣ୍ଟ କରିଥିଲେ। ସମାଜବାଦୀ ମେଣ୍ଟରେ ସାମିଲ ହୋଇଥିବା ମହାନ ଦଳ ନେତା କେଶବ ଦେବ ମୌର୍ଯ୍ୟ ସମାଜବାଦୀ ପାର୍ଟି ବିରୋଧରେ ଅବହେଳା କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ଆମେ ଅନୁଭବ କରୁଛୁ ଯେ ବିଜେପି ଏବଂ ବିଏସପି ମଧ୍ୟରେ ଏକ ଆଭ୍ୟନ୍ତରୀଣ ମେଣ୍ଟ ରହିଥିବା କହିଛନ୍ତି ସେ। 

Also Read: Samajwadi Alliance: କେତେ ଆସନରେ ଲଢୁଛନ୍ତି କେଉଁ ଦଳ?

୨୦୨୨ ଉତ୍ତର ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ଗଠବନ୍ଧନ କରିଥିବା ଦଳ ହେଉଛନ୍ତି   

  • ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) 
  • ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party)
  • ରାଷ୍ଟ୍ରୀୟ  ଲୋକ ଦଳ (Rashtriya Lok Dal)
  • ମହାନ ଦଳ (Mahan Dal)
  • ଜନବାଦୀ ପାର୍ଟି (Janvadi Party)
  • ଅପନା ଦଳ-କମେରାବାଦୀ (Apna Dal-Kamerawadi)

Also Read: UP Poll 2022: ୬ ଦଳ ସହ ଗଠବନ୍ଧନ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ Samajwadi Party

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: କେଉଁ ଦଳ ପାଇଲେ କେତେ ଆସନ

  • ବିଜେପି:୨୫୫
  • ସମାଜବାଦୀ ପାର୍ଟି:୧୧୧
  • ଅପନା ଦଳ ସୋନଲାଲ:୧୨
  • ରାଷ୍ଟ୍ରୀୟ ଲୋକ ଦଳ: ୮
  • ନିଷାଦ ପାର୍ଟି: ୬
  • ସୁହଲଦେବ ଭାରତୀୟ ସମାଜ ପାର୍ଟି:୬
  • କଂଗ୍ରେସ:୨
  • ଜନସତ୍ତା ଦଳ ଲୋକତାନ୍ତ୍ରିକ:୨
  • ବିଏସପି:୧