ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ
Advertisement

ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ

Assembly Election 2022: ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । 

ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: Assembly Election 2022: ଉତ୍ତର ପ୍ରଦେଶ (Uttar Pradesh Assembly Election 2022) ଓ ଉତ୍ତରାଖଣ୍ଡ (Uttarakhand Assembly Election 2022) ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ​​ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋରରେ ଲାଗି ପଡ଼ିଛନ୍ତି । ଏଥିପାଇଁ ସମସ୍ତ  ରାଜନେତାମାନେ ଲଗାତର ନିଜ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି । ଏହି ସମୟରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂ ଚୌହାନ ((Shivraj Singh Chouhan)) ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ୟୁପି ଓ ଉତ୍ତରାଖଣ୍ଡରେ ବିଜେପି (BJP) ର ସ୍ଥିତି ବିଷୟରେ କହୁଛନ୍ତି । ଶିବରାଜ ସିଂ ଚୌହାନଙ୍କ କଥା ଶୁଣି କଂଗ୍ରେସ (Congress) ସମର୍ଥକମାନେ ବହୁତ ଖୁସି ଅଛନ୍ତି ଓ ଭିଡିଓଟିକୁ ସେୟାର କରୁଛନ୍ତି ।

ଭାଇରାଲ ଭିଡିଓରେ ଶିବରାଜ ସିଂ ଚୌହାନ (Shivraj Singh Chouhan) ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ଏହି ସମୟରେ ସେହି ବ୍ୟକ୍ତି ଜଣକ ଶିବରାଜ ସିଂଙ୍କୁ ବିଧାନସଭା ନିର୍ବାଚନରେ ​​ବିଜେପିର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରୁଛନ୍ତି । ଏହା ଉପରେ ଶିବରାଜ ସିଂ ଚୌହାନ କୁହନ୍ତି, "ମୋତେ ଲାଗୁଛି ୟୁପିରେ କୌଣସି ସନ୍ଦେହ ନାହିଁ । ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ଅଛି, କିନ୍ତୁ ଟକ୍କର ଅଧିକ ରହିଛି ।"

ଶିବରାଜ ସିଂ ଚୌହାନ (Shivraj Singh Chouhan) ଙ୍କ ଏହି ଭିଡିଓ ଆସିବା ପରେ କଂଗ୍ରେସ (Congress) ଖୁସି ହୋଇ ଏହି ବାହାନାରେ ବିଜେପି (BJP) କୁ ଟାର୍ଗେଟ କରୁଛି । ୟୁପି ଓ ଉତ୍ତରାଖଣ୍ଡରେ ବିଜେପିର ସ୍ଥିତିକୁ ନେଇ କଂଗ୍ରେସ ପ୍ରଶ୍ନ କରୁଛି ଓ ମଧ୍ୟ ପ୍ରଦେଶ କଂଗ୍ରେସ ନିଜ ଟ୍ୱିଟର ଆକାଉଣ୍ଟରୁ ଶିବରାଜ ସିଂ ଚୌହାନଙ୍କ ଭିଡିଓ ସେୟାର କରିଛନ୍ତି ।

ଏହା ବି ପଢ଼ନ୍ତୁ:-ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା! ଯଦି ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ଏହା ବି ପଢ଼ନ୍ତୁ:-ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା, କହିଲେ- ଏପରି ଲୋକମାନେ ସମାଜବାଦୀ ପାର୍ଟିଙ୍କୁ ଦିଅନ୍ତୁନି ଭୋଟ୍

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । 

ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।