'୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'
Advertisement

'୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'

କୌଣସି ପର୍ବ ଦିନକ ଲାଗି ପାଳନ ହୋଇଥାଏ ବର୍ଷର ସମସ୍ତ ୩୬୫ ଦିନ ନୁହେଁ। ଦଙ୍ଗା ନୁହେଁ ବରଂ ଭଲ ପରିବେଶ ଆବଶ୍ୟକ।

'୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'

ମୁମ୍ବାଇ: ମସଜିଦ ଠାରେ ବ୍ୟବହାର କରାଯାଉଥିବା ଲାଉଡ଼ ସ୍ପୀକର ପ୍ରସଙ୍ଗ ଉଠାଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ। ନିକଟରେ ସେ ଏହି କଥା ଉଠାଇଥିଲେ। ଯାହାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିଲା ବିତର୍କ।

ସଦ୍ୟ ମହାରାଷ୍ଟ୍ର ନବ ନିର୍ମାଣ ସେନା (Maharashtra Navnirman Sena) ଏମଏନଏସ ମୁଖ୍ୟ (MNS Chief) ରାଜ ଠାକରେ କହିଛନ୍ତି ଯେ ଲାଉଡ ସ୍ପୀକର ଦ୍ୱାରା ଯେପରି  ଛୋଟ ପିଲାଙ୍କ କୌଣସି ଅସୁବିଧା ସୃଷ୍ଟି ନହେଉ। ଯଦି ଏଥିପାଇଁ ମୋ ବିରୋଧରେ କୌଣସି କେସ୍ ଦାଏର କରାଯାଏ ତାହେଲେ ଏଥିରେ କିଛି ଫରକ ପଡ଼ିବ ନାହିଁ। ସେ କହିଛନ୍ତି ଯେ ମୋ ବିରୋଧରେ ପୂର୍ବରୁ ୧୨୫ ମାମଲା ରହିଛି। ଯଦି ମୁସଲମାନ ଲୋକଙ୍କୁ ପ୍ରାର୍ଥନା କରିବାକୁ ପଡୁଛି ତାହେଲେ ସେମାନେ ରାସ୍ତାରେ ନୁହେଁ ବରଂ ନିଜ ଘରେ ଏହା କରନ୍ତୁ। ଏକ ଚେତାବନୀ ଦେଇ ସେ କହିଛନ୍ତି ଯେ ଆସନ୍ତା ୩ ତାରିଖରେ ଇଦ୍ ପାଳନ ହେଉଛି। ଯଦି ସେତେବେଳକୁ ଲାଉଡ ସ୍ପୀକର ହଟା ନ ଯାଏ ନ ତାହେଲେ ଲାଉଡ଼ ସ୍ପୀକର ଯୋଗେ କରାଯାଇଥିବା ଆଜନ ଭଳି ଧାର୍ମିକ ପ୍ରାର୍ଥନାର ଜବାବ ହନୁମାନ ଚାଳିଶା ଦ୍ୱାରା ଦିଆଯିବ। 

କୌଣସି ପର୍ବ ଦିନକ ଲାଗି ପାଳନ ହୋଇଥାଏ ବର୍ଷର ସମସ୍ତ ୩୬୫ ଦିନ ନୁହେଁ। ଦଙ୍ଗା ନୁହେଁ ବରଂ ଭଲ ପରିବେଶ ଆବଶ୍ୟକ। ମୁଁ ମୁସଲମାନ ଭାଇଙ୍କୁ ମସଜିଦ ଠାରୁ ଲାଉଡ଼ ସ୍ପୀକରକୁ ହଟାଇବାକୁ ଅନୁରୋଧ କରୁଛି। ଅପ୍ରେଲ୍ ୨ ତାରିଖରେ ଶିବାଜୀ ପାର୍କ ଠାରେ ଗୁଡ଼ି ପଡ଼ୱା ପର୍ବ ଅବସରରେ ଆୟୋଜିତ ହୋଇଥିବା ରାଲିରେ ରାଜ ଠାକର କହିଥିଲେ ଯେ ସେ ମସଜିଦ ଠାରେ ଲାଉଡ଼ ସ୍ପୀକର ଯୋଗେ କରାଯାଉଥିବା ଆଜାନ ର ଜବାବ ହନୁମାନ ଚାଳିଶା ଯୋଗେ ଦେବେ।  ଏହା ପରେ ତାଙ୍କର ବୟାନକୁ ଦେଶବ୍ୟାପୀ ଏକ ବିତର୍କ ଆରମ୍ଭ ହୋଇଯାଇଥିଲା।

ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟାର୍ଗେଟ କରି ରାଜ ଠାକରେ କହିଛନ୍ତି ଯେ ସେ ତାଙ୍କ ଭୂମିକାକୁ ବାରମ୍ବାର ବଦଳାଇ ଦେଇଛନ୍ତି। ହିନ୍ଦୁତ୍ୱ ପ୍ରସଙ୍ଗରେ ମୁଁ ଆଜି କୌଣସି ଭୂମିକା ଗ୍ରହଣ କରି ନାହିଁ। ହେଲେ ସବୁବେଳେ ନିଜର ଭୂମିକା ବଦଳାଇଥିବା ଶରଦ ପାୱାର ବର୍ତ୍ତମାନ ଆମକୁ ଟାର୍ଗେଟ କରୁଛନ୍ତି। ଯେତେବେଳେ ପାକିସ୍ତାନୀ କଳାକାରଙ୍କ ସମସ୍ୟା ଆସିଲା ସେତେବଳେ ଏମଏନଏସ ସର୍ବପ୍ରଥମେ ଆଗକୁ ଆସିଥିଲା।

Also Read: Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS

ଯଦି ମହାରାଷ୍ଟ୍ର ଶିବାଜୀ ମହାରାଜଙ୍କ ଲାଗି ତାହେଲେ ଶରଦ ପାୱାର ଶିବାଜୀ ମହାରାଜଙ୍କ ନାମ କାହିଁକି ନେଉନାହାଁନ୍ତି? ଛତ୍ରପତି ଶିବାଜୀ ମହାରାଜଙ୍କ ପତାକା ମଧ୍ୟ ଗୈରିକ। ନିର୍ବାଚନ ପୂର୍ବରୁ ସେ ମରାଠା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ହେଲେ ବର୍ତ୍ତମାନ ଏହା କେଉଁଆଡେ ଗଲା? ଏହା କେବଳ ନିର୍ବାଚନ ପାଇଁ ଉଠାଯାଇଥିଲା।

ବର୍ତ୍ତମାନ ଏହି ଲୋକେ ଓବିସି ପ୍ରସଙ୍ଗ ଉଠାଉଛନ୍ତି ଏବଂ ନିଜ ସ୍ୱାର୍ଥ ପାଇଁ ମହାରାଷ୍ଟ୍ରକୁ ଗର୍ତ୍ତକୁ ନେଇଯିବେ। ଏହି କାରଣରୁ ଅନେକ ଲୋକ ଜେଲରେ ଅଛନ୍ତି ଏବଂ ଏହି ଲୋକଙ୍କ ହେତୁ ସେମାନଙ୍କ ସମସ୍ତ ପର୍ବ ନଷ୍ଟ ହୋଇଯାଇଛି। ବେଳେବେଳେ ସେମାନେ ମଧ୍ୟ ଜେଲ ଯିବା ଆବଶ୍ୟକ।