Lekhasri Samantsinghar: ଲେଖାଶ୍ରୀଙ୍କୁ ଡ଼ର ସୋସିଆଲ ମିଡିଆ ବାଣ !
Advertisement

Lekhasri Samantsinghar: ଲେଖାଶ୍ରୀଙ୍କୁ ଡ଼ର ସୋସିଆଲ ମିଡିଆ ବାଣ !

Lekhasri Samantsinghar Tweet: ହ୍ୟୁମାନଙ୍କ ବିରୋଧରେ ପାରିବାରିକ ବିବାଦ ମାମଲା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ସରକାରଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ ଲେଖାଶ୍ରୀ । ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟର ସ୍କ୍ରିନସଟ୍ ସେୟାର କରି ହେ ନବୀନ ବାବୁ ଆମେ ତୁମ ଫ୍ୟାନ । ଆଉ ଏହାକୁ ଭିନ୍ନ ଢଙ୍ଗରେ ଟ୍ୱିଟ କରିଥିଲେ ଲେଖାଶ୍ରୀ । ଯେଉଁଥି ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Lekhasri Samantsinghar: ଲେଖାଶ୍ରୀଙ୍କୁ ଡ଼ର ସୋସିଆଲ ମିଡିଆ ବାଣ !

Lekhasri Samantsinghar: ଗତ କିଛିଦିନ ହେଲା ଗଣମାଧ୍ୟମର ହେଡଲାଇନରେ ରହିଛନ୍ତି ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ରୋମାଣ୍ଟିକ୍ ଗୀତରେ ମଦୋହସ ହୋଇଯାଆନ୍ତି ଶ୍ରୋତା ମାନେ। ହେଲେ ପତ୍ନୀଙ୍କୁ ଧର୍ମ ପରିବର୍ତ୍ତନ କରିବା ଅଭିଯୋଗ ସହ ସଙ୍ଗୀନ ଅଭିଯୋଗରେ ଫସିଛନ୍ତି ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ। ଏହାକୁ ନେଇ ଏବେ ରାଜନୀତି ଦେଖିବାକୁ ମିଳିଲାଣି। ଓଡ଼ିଶା ବିଜେପିର ସାଧାରଣ ସମ୍ପାଦିକା ଦାୟିତ୍ୱରେ ଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏବେ ସୋସିଆଲ ମିଡିଆରୋ ଜୋରଦାର ଟାର୍ଗେଟ କରାଯାଉଛି। କାରଣ ହେଉଛି ପ୍ରଥମ ଦିନ ଯେବେ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଖବର ସାମ୍ନାକୁ ଆସିଲା ଲେଖାଶ୍ରୀ ସାମନ୍ତସିଂହାର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଏକ ଗଣମାଧ୍ୟମ ସଂସ୍ଥା ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଏହି ଖବରକୁ ପ୍ରସାରଣ କରିଥିଲେ । ହେଲେ ବିଜେପି ନେତ୍ରୀ ଏହାକୁ ଅଲଗା ଅର୍ଥ ଦେବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହେଉଛି। 

ସୂଚନାନୁଯାୟୀ, ୨୦୨୨ ରେ ରିଲିଜ ହୋଇଥିଲା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମହାନତା ଓ ଉନ୍ନତି ମୂଳକ କାର୍ଯ୍ୟକୁ ଆଧାର କରି ଗୀତ 'ହେ ନବୀନ ବାବୁ ଆମେ ତମ ଫ୍ୟାନ୍' (He Naveen Babu Ame Tama Fan) । ଏଥିରେ କଣ୍ଠଦାନ କରିଥିଲେ ଗାୟକ ହ୍ୟୁମାନ ସାଗର। ଆଉ ହ୍ୟୁମାନଙ୍କ ବିରୋଧରେ ପାରିବାରିକ ବିବାଦ ମାମଲା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ସରକାରଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ ଲେଖାଶ୍ରୀ । ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟର ସ୍କ୍ରିନସଟ୍ ସେୟାର କରି ହେ ନବୀନ ବାବୁ ଆମେ ତୁମ ଫ୍ୟାନ....ମାନ୍ୟବରଙ୍କ ଫ୍ୟାନ କଣ ସବୁ ଏମିତି ??  ବୋଲି କହି ଟ୍ୱିଟ କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ସଂଗଠନ ବା ଗ୍ରୁପ୍ ଏହାକୁ ସେୟାର କରିବା ସହ ଲେଖାଶ୍ରୀଙ୍କୁ ସମାଲୋଚନା କରିଥିଲେ । କହିଥିଲେ ଯେ, ଏହା ଜଣଙ୍କର ବ୍ୟକ୍ତିଗତ ମାମଲା ତାକୁ ନେଇ ରାଜ୍ୟ ସରକାରଙ୍କୁ (Odisha Government) ଟାର୍ଗେଟ କରିବା ଅତ୍ୟନ୍ତ ନିନ୍ଦନୀୟ । ଏହା ସହ ଲେଖାଶ୍ରୀଙ୍କୁ ମଧ୍ୟ ତାଙ୍କ ପାରିବାରିକ କଥା ନେଇ ଅନେକ ଲୋକ ଖରାପ ଖରାପ କମେଣ୍ଟ କରିଥିଲେ । ହେଲେ ଏହାପରେ କୌଣସି ପ୍ରତିକ୍ରିୟା ରଖିନଥିଲେ ଲେଖାଶ୍ରୀ । 

ତେବେ ଅନେକ ସମୟରେ ବିଜେପି ନେତ୍ରୀ ଲେଖାଶ୍ରୀ (Dr. Lekhasri Samantsinghar) ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ଆକ୍ରମଣ ଓ ନିର୍ଯାତନା ସମ୍ପର୍କରେ ଆଗକୁ ଆସିଥାନ୍ତି । ପ୍ରମାଣ ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରନ୍ତି । ଗତକିଛିଦିନ ତଳେ ରାଜଧାନୀର ଛାତି ଉପରେ ମହିଳା ପୋଲିସଙ୍କୁ ପିଛା କରିବା ଓ ଆକ୍ରମଣ ଉଦ୍ୟମ ଘଟଣାରେ ବି ମୁହଁ ଖୋଲିଥିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ନିଜ ସୋସିଆଲ ମିଡିଆ ପେଜରେ ଭିଡିଓ ପୋଷ୍ଚ କରି ଲେଖାଶ୍ରୀ କହିଥିଲେ ଯେ, ଭୁବନେଶ୍ୱରର ଏକ ଭିଆଇପି ଏରିଆରେ ରିଜର୍ଭ ପୋଲିସ ଲାଇନ ପାଖରେ ମଧ୍ୟରାତ୍ରୀରେ ଯେଉଁଭଳି ଭାବରେ କିଛି ବ୍ୟକ୍ତି ମଦ୍ୟପାନ କରି ଜଣେ କାମରୁ ଫେରୁଥିବା ଏସଆଇଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ କଲେ , ଏହା ବିଜୁ ଜନତା ଦଳ ଶାସନର ମାଆଙ୍କୁ ସମ୍ମାନ ତଥା ମହିଳା ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଠାରେ କହିରଖୁଛୁ ଯେ, ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Also Read: Puri News: କିଏ ଏହି କୁଞ୍ଜଲତା ସାମଲ, ଯାହାଙ୍କ ପାଇଁ ଟେନସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ !