Hijab Controversy: କେରଳ ରାଜ୍ୟପାଳ Arif Mohammad Khan ଙ୍କ ଟାର୍ଗେଟରେ Asaduddin Owaisi
Advertisement

Hijab Controversy: କେରଳ ରାଜ୍ୟପାଳ Arif Mohammad Khan ଙ୍କ ଟାର୍ଗେଟରେ Asaduddin Owaisi

ହିଜାବ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି କେରଳ ରାଜ୍ୟପାଳ।  

Hijab Controversy: କେରଳ ରାଜ୍ୟପାଳ Arif Mohammad Khan ଙ୍କ ଟାର୍ଗେଟରେ Asaduddin Owaisi

ନୂଆଦିଲ୍ଲୀ: ହିଜାବ ବିବାଦ ପ୍ରସଙ୍ଗରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କୁ ଟାର୍ଗେଟ କରିଛନ୍ତି କେରଳ ରାଜ୍ୟପାଳ ତଥା ଉଦାରବାଦୀ ମୁସଲିମ ନେତା ଆରିଫ ମହମ୍ମଦ ଖାନ। ଏ ପ୍ରସଙ୍ଗରେ ମତ ରଖି ହିଜାବ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ସେ।  

ହିଜାବ ବିବାଦ ପ୍ରସଙ୍ଗରେ ମତ ରଖି  କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି ହିଜାବ ନାମରେ ବିବାଦ (Hijab Controversy) କରୁଥିବା କିଛି ଲୋକ ଶରିୟତ (Shariyat) ବାବଦରେ ବାରମ୍ବାର କହୁଛନ୍ତି। ଯଦି ଶରିଆ (Sharia) ଅନୁସରଣ କରାଯାଏ ତାହେଲେ ଜଣେ ମୁସଲମାନଙ୍କୁ (Muslim) ଏପରି ଦେଶରେ ବସବାସ କରିବା ଠିକ୍ ନୁହେଁ ଯେଉଁ ଠାରେ ଶରିଆ ପ୍ରଯୁଜ୍ୟ ନୁହେଁ। ଇସଲାମରେ (Islam) ମହିଳାଙ୍କ ସ୍ୱର ଉତ୍ତୋଳନ ଉପରେ ଏକ ପରଦା ଢଙ୍କା ଯାଇଛି। ସାର୍ବଜନୀନ ସ୍ଥାନରେ କୌଣସି ମହିଳା ସ୍ୱର ଉତ୍ତୋଳନ କରିବାର ଅଧିକାର ନାହିଁ ବୋଲି ଶରିୟତ କହୁଛି। ସେହି ନିୟମ ଅନୁଯାୟୀ କର୍ଣ୍ଣାଟକର ସେହି ବିଦ୍ୟାଳୟରେ 'ଆଲ୍ଲା ହୁ ଆକବର' ନାରା (Allah hu Akbar) ଦେଇଥିବା ଝିଅ ମଧ୍ୟ ଭୁଲ। ଯଦି ଆପଣ ଶରିୟତ ଅନୁସରଣ କରିବାକୁ ଚାହାଁନ୍ତି ତାହେଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅନୁସରଣ କର କିମ୍ବା ଛାଡିଦିଅ। 

Also Read: PM Modi ଙ୍କୁ Asaduddin Owaisi ଙ୍କ ପ୍ରଶ୍ନ ଯଦି ହିଜାବ ଭୁଲ ତାହେଲେ ପଗଡି଼ କିପରି ଠିକ?

ଗଣମାଧ୍ୟରେ ପ୍ରତିକ୍ରିୟା ରଖିବା ଅବସରରେ କେରଳ ରାଜ୍ୟପାଳ କହିଛନ୍ତି ଇସଲାମ ଧର୍ମରେ ହିଜାବ ଜରୁରୀ ନୁହେଁ ବୋଲି ଇସଲାମୀୟ ପୁସ୍ତକ (Islamic Book) କହୁଛି। ଶିଖ ଧର୍ମାବଲମ୍ବୀଙ୍କ କେଶ, କଙ୍କଣ, କୃପାଣକୁ ହିଜାବ ସହିତ ତୁଳନା କରାଯାଇପାରିବ ନାହିଁ। ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଟ୍ରିପଲ ତଲାକ ଭଳି ଆଇନର ସମାପ୍ତିକୁ ନେଇ ଖପ୍ପା ହୋଇଉଠିଛନ୍ତି। ସେଥିପାଇଁ ଏଭଳି ଷଡଯନ୍ତ୍ର କରାଯାଉଛି।

ମୁସଲିମ ଛାତ୍ରୀ  ଶିକ୍ଷା ଲାଭ କରୁଛନ୍ତି କି ନାହିଁ ଆମେ କାହିଁକି ତାହା ଦେଖୁନାହୁଁ। କେତେ ମୁସଲିମ ଝିଅ ବିଦ୍ୟାଳୟ ଯାଉଛନ୍ତି? ସରକାରୀ ଚାକିରିରେ କେତେ ମୁସଲିମ ଝିଅଙ୍କୁ ଚୟନ କରାଯାଉଛି। ଦେଶରେ ଶହେ କୋଟିରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏପରି ସ୍ଥିତିରେ ବିରୋଧ କରୁଥିବା ଆଙ୍ଗୁଠି ଗଣତି କେତେକ ମହିଳାଙ୍କ ଆଡକୁ କ୍ୟାମେରା ବୁଲାଇ ଏହା ସମସ୍ତଙ୍କ ସ୍ୱର ବୋଲି କୁହାଯାଇପାରିବ ନାହିଁ।

Also Read: Hijab Controversy: ସମାଜବାଦୀ ପାର୍ଟି ନେତ୍ରୀଙ୍କ ଧମକ ପରେ ଜବାବ ରଖିଲେ UP CM Yogi

ହିଜାବ ବିବାଦ ପ୍ରସଙ୍ଗରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM Chief Asaduddin Owaisi) ରଖିଥିବା ବୟାନ ଉପରେ ଜବାବ ରଖି କେରଳ ରାଜ୍ୟପାଳ କହିଛନ୍ତି ସେ ଲୋକଙ୍କୁ ଭୂଆଁ ବୁଲାଇବା ଭଳି କଥା କହୁଛନ୍ତି। ଦେଶର ପ୍ରଧାନମନ୍ତ୍ରୀ କିଏ ତାହା ଦେଶବାସୀ ସ୍ଥିର କରିବେ।