Goa Assembly Election 2022: ପୁରୁଣା ଭୁଲ ଦୋହରାଇବାକୁ ଚାହୁଁନାହିଁ କଂଗ୍ରେସ
Advertisement

Goa Assembly Election 2022: ପୁରୁଣା ଭୁଲ ଦୋହରାଇବାକୁ ଚାହୁଁନାହିଁ କଂଗ୍ରେସ

ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ସମସ୍ତ ରାଜନୈତିକ ଦଳର ହୃଦସ୍ପନ୍ଦନ ବଢିଯାଇଛି।

Goa Assembly Election 2022: ପୁରୁଣା ଭୁଲ ଦୋହରାଇବାକୁ ଚାହୁଁନାହିଁ କଂଗ୍ରେସ

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ଭୋଟ ଗ୍ରହଣ। ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇସାରିଛି। ଏଥର ଏହି ରାଜ୍ୟରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିବ ନାହିଁ ବୋଲି Exit Poll ରିପୋର୍ଟ ଦର୍ଶାଉଛି।

ହେଲେ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ସମସ୍ତ ରାଜନୈତିକ ଦଳର ହୃଦସ୍ପନ୍ଦନ ବଢିଯାଇଛି। ଏଭଳି ପରିସ୍ଥିତିରେ ଚିନ୍ତିତ ହୋଇଉଠିଥିବା କଂଗ୍ରେସ ଆଗୁଆ ସତର୍କ ହୋଇଉଠିବା ସହ ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। କାରଣ ଏହି ରାଜ୍ୟରେ ବିଖଣ୍ଡିତ ଜନାଦେଶ ଆସିବା ନେଇ Exit Poll ରିପୋର୍ଟ ଦର୍ଶାଉଛି। ଏହାକୁ ନଜରରେ ରଖି ଦଳର ନବନିର୍ବାଚିତ ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛି ଦଳ। 

Also Read: Goa Assembly Election 2022: ବହୁମତ ନମିଳିଲେ ଏହି ଦଳ ସହ ମେଣ୍ଟ କରିବ BJP

 

କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶକ୍ରମେ ଏହି ୩ ରାଜ୍ୟର ଦଳୀୟ ପ୍ରଭାରୀ ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକ ଏଠାରେ ଉପସ୍ଥିତ ରହିବେ ଏବଂ ରାଜନୈତିକ ଘୋଡ଼ା ବେପାର ଭଳି ପରିସ୍ଥିତିର ମୁକାବିଲା କରିବାକୁ ପ୍ରୟାସ କରିବେ। ଏଠାକାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରତିନଧିଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଯଦି କୌଣସି ରାଜ୍ୟରେ ବିଖଣ୍ଡିତ ଜନାଦେଶ ଆସେ ତାହେଲେ ସମ୍ପୃକ୍ତ ରାଜ୍ୟର ପ୍ରଭାରୀ ଦଳର ନବନିର୍ବାଚିତ ବିଧାୟକଙ୍କୁ ନେଇ ରାଜ୍ୟ ରାଜଧାନୀରେ ପହଞ୍ଚିବେ। ଏହା ପରେ ଆବଶ୍ୟକ ହେଲେ ସେମାନଙ୍କୁ ରାଜସ୍ଥାନ ରାଜଧାନୀ ଜୟପୁର କିମ୍ବା ଛତିଶଗଡ଼ ରାଜଧାନୀ ରାୟପୁର ମଧ୍ୟ ନିଆଯାଇପାରେ। କାରଣ ଏହି ରାଜ୍ୟଦ୍ୱୟରେ କଂଗ୍ରେସ ସରକାର କ୍ଷମତୀସୀନ ଅଛି। ଏଭଳି ପରିସ୍ଥିତିରେ ଏହାକୁ ଦଳୀୟ ବିଧାୟକଙ୍କ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଇପାରେ। 

Also  Read: Exit Poll 2022: କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?

 

ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଦଳ କୌଣସି ପଥକୁ ଅଣଦେଖା କରିବାକୁ ଚାହୁଁ ନାହୁଁ। ଗତ ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ଯାହା ଘଟିଲା ତାହା ଏଥର ଘଟିବ ନାହିଁ। ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଉଠିଛି। ଗତ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ସ୍ଥାନୀୟ ଆଞ୍ଚଳିକ ଦଳଙ୍କ ସହାୟତାରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା ବିଜେପି। ସେତେବେଳେ କଂଗ୍ରେସ ନେତୃତ୍ୱ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିଲେ ଏବଂ ଏହି କାରଣରୁ ଆଞ୍ଚଳିକ ଦଳ ବିଜେପି ଉଦ୍ଦେଶ୍ୟରେ ସମର୍ଥନ ଜଣାଇଥିଲେ।