ସଂସଦ ପାଲଟିଲା ଆଖଡାଶାଳ! ସଦସ୍ୟଙ୍କ ଉପରେ ବର୍ଷିଲା ଲାତ-ବିଧା-ମୁଥ
Advertisement

ସଂସଦ ପାଲଟିଲା ଆଖଡାଶାଳ! ସଦସ୍ୟଙ୍କ ଉପରେ ବର୍ଷିଲା ଲାତ-ବିଧା-ମୁଥ

ମଙ୍ଗଳବାର ଦିନ ସଂସଦରେ ଏହି ଘଟଣା ଘଟିଥିଲା । ଯେତେବେଳେ ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି Jeanine Anezଙ୍କ ଗିରଫଦାରୀ ଉପରେ ବିତର୍କ ଚାଲିଥିଲା। ଏହି ସମୟରେ ବିରୋଧୀଦଳର ନେତା Henry Montero ଏବଂ ଶାସକ ଦଳର ସଦସ୍ୟ Antonio Gabriel Colqueଙ୍କ ମଧ୍ୟରେ ବିତର୍କ ହୋଇଥିଲା। 

 ସୌ- ସୋସିଆଲ ମିଡିିଆ

ଲା ପାଜ୍: ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆର ସଂସଦରେ ତୀବ୍ର ସଂଘର୍ଷ ହୋଇଥିଲା। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବତନ ରାଷ୍ଟ୍ରପତି Jeanine Anezଙ୍କ ଗିରଫଦାରୀକୁ ନେଇ ସଂସଦରେ ଏକ ବିତର୍କ ଚାଲିଥିବା ବେଳେ ବିରୋଧୀ ଓ ଶାସକ ଦଳର ନେତା ମୁହାଁମୁହିଁ ହୋଇଥିଲେ। ପରେ ଧୀରେ ଧୀରେ ସେହି ତର୍କ ବିତର୍କ WWE ରିଂରେ ପରିଣତ ହୋଇଥିଲେ। କେବଳ ପୁରୁଷ ନୁହଁ ମହିଳା ସାଂସଦ ମଧ୍ୟ ନିଜର ହାତ ଗୋଡ ଚଳାଇ ଥିଲେ।

ମଙ୍ଗଳବାର ଦିନ ସଂସଦରେ ଏହି ଘଟଣା ଘଟିଥିଲା । ଯେତେବେଳେ ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି Jeanine Anezଙ୍କ ଗିରଫଦାରୀ ଉପରେ ବିତର୍କ ଚାଲିଥିଲା। ଏହି ସମୟରେ ବିରୋଧୀଦଳର ନେତା Henry Montero ଏବଂ ଶାସକ ଦଳର ସଦସ୍ୟ Antonio Gabriel Colqueଙ୍କ ମଧ୍ୟରେ ବିତର୍କ ହୋଇଥିଲା। କିଛି ସମୟ ମଧ୍ୟରେ ବିତର୍କ ଏତେ ବଢିଗଲା ଯେ ଉଭୟ ନେତା ନିଜ ଆସନ ଛାଡି ଗୃହର ମଧ୍ୟଭାଗକୁ ଆସି ଯୁଦ୍ଧ ଆରମ୍ଭ କଲେ। ଉଭୟ ନେତାଙ୍କୁ ମାଡ ମରାମାରି ଦେଖି ଅନ୍ୟ ନେତାମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ଝଡେଇବା ପରିବର୍ତ୍ତେ ସେମାନେ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଥିଲେ। 

Also Read: ମହାମାରୀର ମୃତ୍ୟୁ ତାଣ୍ଡବ; ପୋକ-ମାଛି ପରି ମରୁଛନ୍ତି ଆକ୍ରାନ୍ତ, ଦିନକରେ ଏତିକି ସଂକ୍ରମିତ ଚିହ୍ନଟ

ସଂସଦରେ ଚାଲିଥିବା ଖଣ୍ଡଯୁଦ୍ଧରେ ଦୁଇଜଣ ମହିଳା ସାଂସଦ ମଧ୍ୟ ସାମିଲ ହୋଇଥିଲେ। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ପୁରୁଷଙ୍କ ସହ ମହିଳା ସାଂସଦମାନେ ମଧ୍ୟ ପରସ୍ପରକୁ ମାଡ ମାରୁଛନ୍ତି। ମହିଳା ନେତାଙ୍କ ନାମ ଟାଟିଆନା ଆନେଜ୍ ଦେ କ୍ରେମୋସ୍ ଏବଂ ମାରିଆ ଆଲାନୋକା ବୋଲି କୁହାଯାଉଛି। ସଂସଦର ସୁରକ୍ଷା କର୍ମୀଙ୍କୁ ମଧ୍ୟ ଏହି ମାମଲା ଶାନ୍ତ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

 

ମାର୍ଚ୍ଚରେ ବୋଲିଭିଆର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି Jeanine Anezଙ୍କୁ ଗୃହବନ୍ଦୀ କରାଯାଇଥିଲା। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ସରକାର ଜାଣିଶୁଣି ପୂର୍ବତନ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ସଂସଦରେ ଏକ ବିତର୍କ ଚାଲିଥିଲା। ଏଥର ଆଲୋଚନା ଆରମ୍ଭ ହେବା ମାତ୍ରେ Jeanine Anez ନିର୍ବାଚନରେ ​​ଜାଲିଆତି କରି ଏକ ଅସ୍ଥାୟୀ ସରକାରର ନେତୃତ୍ୱ ନେଇଛନ୍ତି କି ବୋଲି ପ୍ରଶ୍ନ ଉଠିଥିଲା। ଏଥିରେ ବିରୋଧୀ ସାଂସଦମାନେ ରାଗି ଯାଇଥିଲେ।