CM ଯୋଗୀଙ୍କ ଜବରଦସ୍ତ ପ୍ରଂଶସକ; ଭେଟିବା ପାଇଁ କଲେ ଏପରି କାମ
Advertisement

CM ଯୋଗୀଙ୍କ ଜବରଦସ୍ତ ପ୍ରଂଶସକ; ଭେଟିବା ପାଇଁ କଲେ ଏପରି କାମ

ମାମଚାନ୍ଦ ଆନନ୍ଦ କହିଛନ୍ତି ଯେ ଶିବାବତାରୀ ଗୁରୁ ଗୋରକ୍ଷନାଥଙ୍କ ଦ୍ୱାରା ପ୍ରବର୍ତ୍ତିତ ନାଥପନ୍ଥ ତାଙ୍କୁ ବହୁତ ପ୍ରଭାବିତ କରିଛି। 

 CM ଯୋଗୀଙ୍କ ଜବରଦସ୍ତ ପ୍ରଂଶସକ; ଭେଟିବା ପାଇଁ କଲେ ଏପରି କାମ

ଲକ୍ଷ୍ନୌ: କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବାକୁ ଗୋରଖ ପୀଠାଧିଶ୍ୱର ଯୋଗୀ ଆଦିତ୍ୟନାଥ। ଦୀର୍ଘ ଦିନ ଧରି ରାଜନୀତି ସହ ଜଡ଼ିତ ରହିଥିବା ମହନ୍ତ ଯୋଗୀ ଆଦିତ୍ୟନାଥଙ୍କ ପ୍ରଂଶସକଙ୍କ କିଛି କମ୍ ନୁହେଁ। ଦେଶର କୋଣ ଅନୁକୋଣରେ ଭରି ରହିଛନ୍ତି ତାଙ୍କର ପ୍ରଂଶସକ।  

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ଲାଗି ତାଙ୍କର ଜଣେ ପ୍ରଂଶସକ ଯାହା କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପ୍ରତି ନିଷ୍ଠା ରଖୁଥିବା ମାମଚାନ୍ଦ ଆନନ୍ଦ ନାମକ ଜଣେ ବ୍ୟକ୍ତି ତାଙ୍କୁ ସାକ୍ଷାତ କରିବା ଲାଗି ସୁଦୂର ରାଜସ୍ଥାନରୁ ଚାଲି ଚାଲି ଆସି ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲାରେ ଅବସ୍ଥିତ ଗୋରଖନାଥ ମନ୍ଦିରରେ ପହଞ୍ଚିଛନ୍ତି। ଗୋରନାଥ ମଠର ମହନ୍ତ ହେଉଛନ୍ତି ନିଜେ ଗୋରଖ ପୀଠାଧିଶ୍ୱର ଯୋଗୀ ଆଦିତ୍ୟନାଥ।   

Also Read: ନିର୍ବାଚନ ସରିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ PM ମୋଦି ଏବଂ CM ଯୋଗୀ

ମାମଚାନ୍ଦ ନାଥପନ୍ଥ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ। ସେ ଏହି ଧର୍ମରେ ଯୋଗ ଦେଇ ଆଧ୍ୟାତ୍ମିକତାର ପଥରେ ଯିବା ପାଇଁ ଯୋଗୀଙ୍କ ମାର୍ଗଦର୍ଶନ ଚାହୁଁଛନ୍ତି। ଜୟପୁର ବାସିନ୍ଦା ମାମଚାନ୍ଦ ବୃତ୍ତିରେ ଜଣେ ଗାଡ଼ି ଚାଳକ। ବର୍ତ୍ତମାନ ସେ ଗୃହସ୍ଥ ଜୀବନରୁ ସନ୍ୟାସ ନେଇ ଆଧ୍ୟାତ୍ମିକତାର ଗୂଢ ରହସ୍ୟ ବୁଝିବାକୁ ଚାହୁଁଛନ୍ତି।   

ମାମଚାନ୍ଦ ଆନନ୍ଦ କହିଛନ୍ତି ଯେ ଶିବାବତାରୀ ଗୁରୁ ଗୋରକ୍ଷନାଥଙ୍କ ଦ୍ୱାରା ପ୍ରବର୍ତ୍ତିତ ନାଥପନ୍ଥ ତାଙ୍କୁ ବହୁତ ପ୍ରଭାବିତ କରିଛି। ତାଙ୍କ କହିବାନୁସାରେ ଏହାର କାରଣ ହେଉଛି ଲୋକ କଲ୍ୟାଣ। ବର୍ତ୍ତମାନ ଗୋରଖନାଥ ମନ୍ଦିର ପୀଠାଧିଶ୍ୱର ଯୋଗୀ ଆଦିତ୍ୟନାଥ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନାଥପନ୍ଥର ଲକ୍ଷ୍ୟ ପୂରଣ କରୁଛନ୍ତି।

ସେ ଜୟପୁରରୁ ଏଥିପାଇଁ ଚାଲି ଚାଲି ଆସିଛନ୍ତି କାରଣ ଏହା ଦ୍ୱାରା ସେ ନିଜ ସାଧନା ପଥ ପ୍ରତି ସମର୍ପଣ ଦେଖାଇପାରିବେ। ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ତାଙ୍କ ଜୀବନରେ ଏକ ନୂଆ ଦିଗ ଦେଖାଯିବ ବୋଲି ମାମଚାନ୍ଦ ଆଶା କରିଛନ୍ତି। ଆଧ୍ୟତ୍ମିକତା ପଥରୁ ରାଜନୀତିକୁ ଆସିଥିବା ଯୋଗୀ ଆଦିତ୍ୟନାଥ ପ୍ରାୟ ୨ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିଛନ୍ତି।

Also Read: ପ୍ରଚଣ୍ଡ ବହୁମତ ପରେ ଲୋକଙ୍କୁ Return Gift ଦେବେ ଯୋଗୀ ସରକାର

ଗତ ୨୦୧୪ ସେପ୍ଟମ୍ବରରେ ଗୋରଖନାଥ ମଠର ମହନ୍ତ ନିଯୁକ୍ତ ହୋଇଥିଲେ ଗୋରଖ ପୀଠାଧିଶ୍ୱର ଯୋଗୀ ଆଦିତ୍ୟନାଥ। ଗୋରଖନାଥ ମଠ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଧ୍ୟାତ୍ମିକ ତଥା ରାଜନୈତିକ କର୍ମଭୂମି ଗୋରଖପୁର ଜିଲ୍ଲାରେ ଅବସ୍ଥିତ।