କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ
Advertisement

କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ

 ଯୋଗୀ ସରକାରରେ ଅଖିଳ ଭାରତ ବିଦ୍ୟା ପରିଷଦ ସହିତ ଜଡିତ ଥିବା ଦାନିଶ ଆଜାଦ ଅଂସାରୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। 

କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ଜଣେ ମାତ୍ର ମୁସଲିମ୍ ଚେହେରା ମଧ୍ୟ ସ୍ଥାନ ପାଇଛି। ଯୋଗୀ ସରକାରରେ ଅଖିଳ ଭାରତ ବିଦ୍ୟା ପରିଷଦ ସହିତ ଜଡିତ ଥିବା ଦାନିଶ ଆଜାଦ ଅଂସାରୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଦଳ ପାଇଁ କଠିନ ପରିଶ୍ରମ କରଛିନ୍ତି। 

ଗତ ୨୦୧୭ ବର୍ଷରେ ସେ ଉର୍ଦ୍ଦୁ ଭାଷା କମିଟି ସଦସ୍ୟ ପଦ ଗ୍ରହଣ କରିଥିଲେ। ଏହା ପରେ ୨୦୧୮ ବର୍ଷରେ ଦାନିଶ ଆଜାଦଙ୍କୁ ଫଖରୁଦ୍ଦିନ ଅଲି ଅହମ୍ମଦ ମେମୋରିଆଲ କମିଟି ସଦସ୍ୟ କରାଯାଇଥିଲା। ଏହା ଏକ ପ୍ରକାରେ ଏକ ମନ୍ତ୍ରୀଙ୍କ ପଦବୀ ହୋଇ ରହିଛି। ଅଦ୍ୟାବଧି ସଙ୍ଗଠନର ଏକ ଅଂଶ ରହିଥିବା ଦାନିଶ ଆଜାଦ ଏବେ ସରକାରରେ ମନ୍ତ୍ରୀ ହୋଇଛନ୍ତି। 

Also Read: Second Yogi Cabinet: କେଉଁ ବର୍ଗରୁ କେତେ ଜ'ଣ ହେଲେ ମନ୍ତ୍ରୀ? କ'ଣ ରହିଛି ଜାତିଗତ ସମୀକରଣ?

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦାନିଶ ଆଜାଦଙ୍କୁ ଉତ୍ତର ପ୍ରଦେଶ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲା। ରାଜ୍ୟର ବଲିୟା ଜିଲ୍ଲାର ବାସିନ୍ଦା ଦାନିଶ ଲକ୍ଷ୍ନୌ ଠାରେ ତାଙ୍କର ଅଧ୍ୟୟନ କରିଛନ୍ତି। ୩୨ ବର୍ଷୀୟ ଦାନିଶ୍ ୨୦୦୬ ମସିହାରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ତାଙ୍କର B.Com ସମାପ୍ତ କରିଥିଲେ। ଏହା ପରେ ସେ Master of Quality Management & Master of Public Administration କ୍ଷେତ୍ରରେ ଅଧ୍ୟୟନ କରିଥିଲେ।

ଗତ ୨୦୧୧ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ Akhil Bharatiya Vidyarthi Parishad) ଏବିଭିପି (ABVP) ସହ ଯୋଡି଼ ହୋଇଥିଲେ ସେ। ବିଶେଷକରି ମୁସଲମାନ ଯୁବପିଢିଙ୍କ ମଧ୍ୟରେ ଦାନିଶ ସାହସର ସହିତ ବିଜେପି ଆଦର୍ଶ ଏବଂ ନୀତି ପହଞ୍ଚାଇବା ଲାଗି ସକାରତ୍ମକ ମାହୋଲ ନିର୍ମାଣ କରିଥାନ୍ତି।

ପ୍ରଥମ ପାଳି ଯୋଗୀ ସରକାରରେ ମୋହସିନ୍ ରଜା ପୂର୍ବ ଏକମାତ୍ର ମୁସଲମାନ ଚେହେରା ଥିବାବେଳେ ଏଥର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ। ମୋହସିନ୍ ରଜା ପୂର୍ବ ସରକାରରେ ସଂଖ୍ୟାଲଘୁ କଲ୍ୟାଣ, ମୁସଲିମ ୱାକଫ ଏବଂ ହଜ୍ ବିଭାଗ ମନ୍ତ୍ରୀ ଥିଲେ। ଏହା କୁହାଯାଉଛି ଯେ ଦାନିଶ ଆଜାଦ ଏହି ସବୁ ବିଭାଗ ମିଳିପାରେ।

Also Read: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

 

ପ୍ରଥମ ପାଳି ସରକାରରେ ମନ୍ତ୍ରୀ ଥିବା ମୋହସିନ୍ ରଜା ଶିଆ ଏବଂ ମୁସଲିମ ସବର୍ଣ୍ଣ ଜାତିରୁ ପ୍ରତିନିଧିତ୍ୱ କରିଥାନ୍ତି। ହେଲେ ଅନ୍ୟ ପଟେ ଦାନିଶ ମୁସଲିମ ପଛୁଆ ବର୍ଗ  ଅଂସାରୀ ସମ୍ପ୍ରଦାୟରୁ ଆସୁଛନ୍ତି। ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ବିଜେପି ଅଂସାରୀ ସମୁଦାୟରୁ ଆସୁଥିବା ଦାନିଶ ଆଜାଦଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରି  ଏକ ବଡ ରାଜନୈତିକ ବାଜି ଲଗାଇଛି। 
 
ଉତ୍ତର ପ୍ରଦେଶରେ ବସବାସ କରୁଥିବା ମୁସଲମାନଙ୍କ ମଧ୍ୟରୁ ସବୁ ଠାରୁ ଅଧିକ ସଂଖ୍ୟକ ଲୋକ ଥିବା ସମ୍ପ୍ରଦାୟ ହେଉଛି  ଅଂସାରୀ ସମାଜ। ହେଲେ ରାଜ୍ୟ ରାଜନୀତିରେ ସେମାନଙ୍କ ପ୍ରତିନିଧିତ୍ୱ ବହୁତ କମ ରହିଛି। ମୁସଲମାନ ସମ୍ପ୍ରଦାୟରେ ସବର୍ଣ୍ଣ ଜାତି କୁହାଯାଉଥିବା ସୟୈଦ, ଶେଖ, ପଠାନ, ମୁସଲିମ ରାଜପୁତ, ମୁସଲିମ ତ୍ୟାଗୀ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି।

Also Read: Second Yogi Cabinet: କିଏ ହେବେ In, କିଏ ହେବେ Out?

ଏବେ ବିଜେପି ମୁସଲମାନ ସମ୍ପ୍ରଦାୟର ପଛୁଆ ବର୍ଗର ଭୋଟ ହାତେଇବାକୁ ପ୍ରୟାସ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସଂଖ୍ୟାଲଘୁ ଆୟୋଗ ଅଧ୍ୟକ୍ଷ ପଦ ସୈଫୀ ସମୁଦାୟକୁ ପ୍ରଦାନ କରାଯାଇଛି। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଙ୍ଗଠନ ସହ ଜଡି଼ତ ଅନେକ ପଦରେ ସୈଫୀ ସମ୍ପ୍ରଦାୟର ନେତାଙ୍କୁ ନିଯୁକ୍ତ କରାଯାଇଛି।