'ହୋଲିକା ଦହନ ବେଳେ ମୋତେ ଦହନ କରିଦେଉ କଂଗ୍ରେସ'
Advertisement

'ହୋଲିକା ଦହନ ବେଳେ ମୋତେ ଦହନ କରିଦେଉ କଂଗ୍ରେସ'

 ଦଳୀୟ ନେତାଙ୍କ ଆକ୍ରୋଶର ଶୀକାର ହେବା ପରେ ମୁହିଁଖୋଲିଛନ୍ତି ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ହରିଶ ରାୱତ। 

 'ହୋଲିକା ଦହନ ବେଳେ ମୋତେ ଦହନ କରିଦେଉ କଂଗ୍ରେସ'

ଡେରାଡୁନ: ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ହୋଇଥିବା ଦଳର ପରାଜୟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ହରିଶ ରାୱତଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରି ଆସୁଛନ୍ତି ଦଳୀୟ ନେତା, କର୍ମୀ, ସମର୍ଥକ। ଦଳୀୟ ପରାଜୟ ଲାଗି ତାଙ୍କୁ ସିଧାସଳଖ କଟାକ୍ଷ କରିବାକୁ ପଛାଉନାହାଁନ୍ତି ଦଳୀୟ କର୍ମକର୍ତ୍ତା। 

ଏପରିକି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ବେଳେ ହରିଶ ରାୱତ ଟିକେଟ ବଣ୍ଟନ କରିଥିବା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ କର୍ମକର୍ତ୍ତା। ଦଳୀୟ ନେତାଙ୍କ ଆକ୍ରୋଶର ଶୀକାର ହେବା ପରେ ମୁହିଁଖୋଲିଛନ୍ତି ସେ। ସୋସିଆଲ ମିଡି଼ଆ ଜରିଆରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ନିର୍ବାଚନ ବେଳେ ଟିକେଟ୍ ବିକ୍ରି କରିଥିବା ନେଇ ଆସିଥିବା ଅଭିଯୋଗ ହେଉଛି ଅତ୍ୟନ୍ତ ଗୁରୁତର। ଏପରି ଅଭିଯୋଗ ଯଦି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିବା ଜଣେ ବ୍ୟକ୍ତି ବିରୋଧରେ ତାହେଲେ ଏହା ଆହୁରି ଅଧିକ ଗୁରୁତର ହୋଇପଡିଛି। ଏଭଳି ଅଭିଯୋଗ ମୋ ବିରୋଧରେ ଆସିଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ କଂଗ୍ରେସ ଦଳ ମୋତେ ଏହି ଅଭିଯୋଗରେ ଦଳରୁ ବହିଷ୍କାର କରୁ। ହୋଲି ହେଉଛି ମନ୍ଦକୁ ଶେଷ କରିବା ପାଇଁ ଏକ ଉପଯୁକ୍ତ ଉତ୍ସବ। ହୋଲି ଅବସରରେ ହେଉଥିବା ହୋଲିକା ଦହନ ବେଳେ ହରିଶ ରାୱତ ନାମରକ ମନ୍ଦକୁ ଦହନ କରିଦେଉ କଂଗ୍ରେସ।"  

Also Read: Uttarakhand Election 2022 Result: ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବ BJP, ହାରିଗଲେ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୭୦ ସିଟ୍ ମଧ୍ୟରୁ କଂଗ୍ରେସ କେବଳ ୧୯ ଆସନ ପାଇଛି। ଅନ୍ୟପଟେ ୪୭ ଆସନ ପାଇ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ବାକି ୪ ଆସନ ମଧ୍ୟରୁ ୨ ବିଏସପି ଏବଂ ୨ ସ୍ୱାଧିନ ପ୍ରାର୍ଥୀଙ୍କ ଭାଗରେ ପଡି଼ଛି।  

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଲକୁଆଁ ଆସନରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏବଂ ଖାଟିମା ଆସନରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପରାସ୍ତ ହୋଇଛନ୍ତି।