ମୁଖ୍ୟମନ୍ତ୍ରୀଙ୍କ ଲାଗି ଆସନ ଛାଡ଼ିବେ କଂଗ୍ରେସ ବିଧାୟକ
Advertisement

ମୁଖ୍ୟମନ୍ତ୍ରୀଙ୍କ ଲାଗି ଆସନ ଛାଡ଼ିବେ କଂଗ୍ରେସ ବିଧାୟକ

ଉତ୍ତରାଖଣ୍ଡ ରାଜନୀତିରେ ଏପରି ଦୁଇଟି ଘଟଣା ଘଟିଛି ଯେତେବେଳେ ଅନ୍ୟ ଦଳର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଛାଡିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ଲାଗି ଆସନ ଛାଡ଼ିବେ କଂଗ୍ରେସ ବିଧାୟକ

ଡେରାଡୁନ: ମାର୍ଚ୍ଚ ୨୩ ବୁଧବାର ଦ୍ୱିତୀୟ ଥର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛି ପୁଷ୍କର ସିଂହ ଧାମୀ। ବିଧାନନସଭା ସଦସ୍ୟ ନ ହୋଇ ମଧ୍ୟ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ  ରାଜ୍ୟର ଖାଟିମା ଆସନରୁ ପରାସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଧାମୀ। ବିଧାୟକ ନଥାଇ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି। 

ଚଳିତ ବର୍ଷ ଅନୁଷ୍ଢିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ମୋଟ ୭୦ ସିଟ୍ ମଧ୍ୟରୁ ୪୭ ଆସନ ହାତେଇ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ​​ଦୁଇ ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିଛି। ଏକମାତ୍ର ଦଳ ହୋଇ ଇତିହାସ ସୃଷ୍ଟି କରିଛି। ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଛି ବିଜେପି। ଯଦିଓ ଏହି ନିର୍ବାଚନରେ ​​ବିଜେପି ବାଜିମାତ କରିଛି ହେଲେ ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଖଟିମା ଆସନରୁ ପରାସ୍ତ ହୋଇଛନ୍ତି। ସେ ଦୁଇଥର ଏଠାରୁ ବିଧାୟକ ହୋଇଥିଲେ ମଧ୍ୟ ଏଥର ନିର୍ବାଚନ ​​ହାରି ଯାଇଛନ୍ତି। ଏହା ସତ୍ତ୍ୱେ ବିଜେପି ତାଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। 

Also Read: Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ମାର୍ଚ୍ଚ ୨୧ ତାରିଖ ସୋମବାର ଡେରାଡୁନରେ ଆୟୋଜିତ ଦଳୀୟ ବୈଠକରେ ପୁଷ୍କର ସିଂହ ଧାମୀ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ଗତ ବର୍ଷ ଜୁଲାଇ ୪ ତାରିଖରେ ପୁଷ୍କର ସିଂହ ଧାମୀ ପ୍ରଥମ ଥର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପୁଷ୍କର ସିଂହ ଧାମୀଙ୍କୁ ଆସନ୍ତା ୬ ମାସ ମଧ୍ୟରେ ବିଧାନସଭା ସଭାକୁ ନିର୍ବାଚିତ ହେବାକୁ ପଡିବ। ବର୍ତ୍ତମାନ ସେ ରାଜ୍ୟର କେଉଁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଉପରେ ରହିଛି ନଜର। ଭାରତୀୟ ସମ୍ବିଧା ଧାରା ୧୬୪ (୪) ଅନୁସାରେ ଯଦି ଜଣେ ବ୍ୟକ୍ତି ବିଧାନସଭାର ସଦସ୍ୟ ନୁହଁନ୍ତି ତାହେଲେ ସେ ୬ ​​ମାସରୁ ଅଧିକ ସମୟ ଧରି ମନ୍ତ୍ରୀ ପଦବୀରେ ରହିପାରିବେ ନାହିଁ। ଏଭଳି ପରିସ୍ଥିତିରେ ତାଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟତା ନେବାକୁ ପଡ଼ିବ। ଯଦି ଏହା ସମ୍ଭବ ନୁହେଁ ତାହେଲେ ତାଙ୍କୁ ତାଙ୍କ ପଦ ଛାଡିବାକୁ ହେବ।

Also Read: ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ

ଉତ୍ତରାଖଣ୍ଡ ବିଧାନସଭାକୁ ନିର୍ବାଚିତ ହେବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଲାଗି ଆସନ ଛାଡ଼ିବା ଲାଗି ଆଗ୍ରହୀ ଅଛନ୍ତି ଜଣେ କଂଗ୍ରେସ ବିଧାୟକ। ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଗଲାଣ ଚର୍ଚ୍ଚା। ରାଜ୍ୟର କୁମାଉଁ ମଣ୍ଡଳରେ ଅବସ୍ଥିତ ଏକ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଜଣେ ବିଧାୟକଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପୂର୍ବରୁ ବହୁ ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେମାନଙ୍କ ଆସନ ଛାଡିବାକୁ ଘୋଷଣା କରିଛନ୍ତି। ଏହି ବିଧାୟକଙ୍କ ନାମ ପ୍ରକାଶ କରାଯାଇ ନାହିଁ ହେଲେ ହେଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯେଉଁ ଆସନ ଛଡଯାଇଛି ତାହା କୁମାଓଁ ମଣ୍ଡଳର ବୋଲି କୁହାଯାଉଛି। ଦଳୀୟ ହାଇକମାଣ୍ଡ ଅଥବା ରାଜ୍ୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ରାଗିଥିବା କଂଗ୍ରେସ ବିଧାୟକଙ୍କ ଉପରେ ଏବେ ସତର୍କ ନଜର ରଖିଛି ବିଜେପି।

Also Read: Uttarakhand Election 2022 Result: ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବ BJP, ହାରିଗଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ରାଜନୀତିରେ ଏପରି ଦୁଇଟି ଘଟଣା ଘଟିଛି ଯେତେବେଳେ ଅନ୍ୟ ଦଳର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଛାଡିଛନ୍ତି। ଗତ ୨୦୦୭ ବର୍ଷରେ ପ୍ରଥମ ଥର ପାଇଁ ଯେତେବେଳେ ବିଜେପି ବି.ସି ଖଣ୍ଡୁରୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ସେତେବେଳେ କଂଗ୍ରେସ ବିଧାୟକ ଲେଫ୍ଟନାଣ୍ଟ ଜେନେରାଲ ଟିପିଏସ୍ ରାୱତ (ଅବସରପ୍ରାପ୍ତ) ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜ ଆସନ ଛାଡିଥିଲେ। ଏହା ସହିତ ଯେତେବେଳେ ୨୦୧୨ ବର୍ଷରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ସରକାର ଗଠନ ହୋଇଥିଲା ସେତେବେଳେ ଦଳ ବିଜୟ ବହୁଗୁଣାଙ୍କୁ ମୁଖ୍ୟମନ୍ତ୍ରୀ କରିଥଲା। ସେତେବେଳେ କଂଗ୍ରେସ ନେତା ବିଜୟ ବହୁଗୁଣା ସାଂସଦ ଥିଲେ। ମୁଖ୍ୟମନ୍ତ୍ରୀ ବହୁଗୁଣାଙ୍କ ଲାଗି ସୀତାରଗଞ୍ଜ ଆସନର ବିଜେପି ବିଧାୟକ କିରଣ ମଣ୍ଡଳ ତାଙ୍କ ଆସନ ଖାଲି କରିଥିଲେ।