BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ
Advertisement

BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ

 ସରକାର ଗଠନ କରିବାକୁ ସମାଜବାଦୀ ପାର୍ଟି ଯେଉଁ ସ୍ୱପ୍ନ ଦେଖୁଛି ସେମାନଙ୍କର ସେହି ସ୍ୱପ୍ନ ଧ୍ୱଂସ ହୋଇଯିବ। 

BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୩ ତାରିଖ ବୁଧବାର ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଡଧାନୀ ଲକ୍ଷ୍ନୌ ଠାରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (UP Assembly Election 2022) ଲାଗି ମତଦାନ କରିବା ଅବସରରେ ବିଏସପି ସୁପ୍ରିମୋ ମାୟାବତୀ (BSP Chief Mayawati) ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି (Samajwadi Party) ଉଦ୍ଦେଶ୍ୟରେ ବର୍ଷିଥିଲେ। ହେଲେ ଶାସକ ବିଜେପି (BJP) ପ୍ରତି ତାଙ୍କର ଆଭିମୁଖ୍ୟ ନରମ ରହିଥିଲା। 

Also Read: UP Election 2022: Silent Mode ଜରିଆରେ କାମ କରୁଛି BSP

ଏନେଇ ସେ କହିଥିଲେ ବିଏସପି ହେଉଛି ଏକ ମାତ୍ର ଦଳ ଯାହାକୁ ସମସ୍ତ ବର୍ଗର ଭୋଟ ମିଳୁଛି। ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ବିଧାନସଭା ନିର୍ବାଚନରେ ସେମାନଙ୍କର ଦଳୀୟ ବିଜୟ ବାବଦରେ ଦାବି କରୁଛନ୍ତି। ହେଲେ  ଯେତେବେଳେ ଫଳାଫଳ ଆସିବ ସେତେବେଳେ ବିଏସପି ୨୦୦୭ ନିର୍ବାଚନ ଭଳି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ।

Also Read: CM ଯୋଗୀ, ଅଖିଲେଶ ଯାଦବ ନୁହେଁ ମାୟାବତୀଙ୍କ ଟାର୍ଗେଟରେ ଏହି ଦଳର ନେତ୍ରୀ

ସମାଜବାଦୀ ପାର୍ଟି କାର୍ଯ୍ୟଶୈଳୀରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସନ୍ତୁଷ୍ଟ ଅଛନ୍ତି। ସରକାର ଗଠନ କରିବାକୁ ସମାଜବାଦୀ ପାର୍ଟି ଯେଉଁ ସ୍ୱପ୍ନ ଦେଖୁଛି ସେମାନଙ୍କର ସେହି ସ୍ୱପ୍ନ ଧ୍ୱଂସ ହୋଇଯିବ। ଯେତେବେଳେ ରାଜ୍ୟରେ ସମାଜବାଦୀ ପାର୍ଟି କ୍ଷମତାରେ ରହିଥାଏ ସେତେବେଳେ ଦଳିତ ତଥା ପଛୁଆବର୍ଗ ଅଧିକ ନିର୍ଯାତନା ଶୀକାର ହୋଇଥାନ୍ତି।

Also Read: UP Election 2022: BSP ସପକ୍ଷରେ ସମର୍ଥନ ଜଣାଇଲେ ୧୦ ଦଳ, ଖାତାକୁ ଯିବ କି ପାରମ୍ପରିକ ଭୋଟ?

ମୁସଲମାନ ସମ୍ପ୍ରଦାୟ ସମାଜବାଦୀ ପାର୍ଟି ଉପରେ ଖୁସି ନୁହଁନ୍ତି। ସେମାନେ ସେମାନଙ୍କୁ ଭୋଟ୍ ଦେବେ ନାହିଁ। ରାଜ୍ୟବାସୀ ଭୋଟ୍ ଦେବା ପୂର୍ବରୁ ସମାଜବାଦୀ ପାର୍ଟି ଭଳି ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରଣ ଏଭଳି ଦଳକୁ ଭୋଟ୍ ଦେବାର ଅର୍ଥ ହେଉଛି ଗୁଣ୍ଡା ରାଜ୍ ଏବଂ ମାଫିଆ ରାଜ୍। ସମାଜବାଦୀ ସରକାର ଅମଳରେ ଘଟିଥିବା ଦଙ୍ଗା ଏହା ଦର୍ଶାଉଛି ଯେ ସେମାନେ କ୍ଷମତାକୁ ଫେରୁନାହାଁନ୍ତି।