Govt Formation in UP: ଗୁରୁବାର ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ
Advertisement

Govt Formation in UP: ଗୁରୁବାର ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ

ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦଳୀୟ ପରାମର୍ଶଦାତା ନିଯୁକ୍ତ କରିଛି ବିଜେପି।

Govt Formation in UP: ଗୁରୁବାର ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମନୋନୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବା ବାବଦରେ ଆଲୋଚନା କରିଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟରେ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ବିଜେପି ବିଧାୟକଙ୍କୁ ନେଇ ଗୁରୁବାର ଏକ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ଦଳୀୟ ବିଧାୟକ ବୈଠକରେ ଆନୁଷ୍ଠାନିକ ଭାବେ ବିଜେପି ବିଧାୟକ ଦଳ ନିର୍ବାଚିତ ହେବେ। 

ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦଳୀୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି ବିଜେପି। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବାକୁ ଯାଉଥିବା ବେଳେ ଦଳ କାହାକୁ ଉପମୁଖ୍ୟମନ୍ତ୍ରୀ କରିବ ସେ ନେଇ ନାମ ସ୍ଥିର କରିବ।

Also Read: Assembly Election 2022 ଜିତିବା ପରେ ସରକାର ଗଠନ ଲାଗି କାହିଁକି ୧୧ ଦିନ ସମୟ ନେଲା ବିଜେପି?

ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ତାଙ୍କର ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଦୌଡରେ କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା, ବେବିରାଣୀ ମୌର୍ଯ୍ୟ, ବୃଜେଶ ପାଠକ, ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ, ଏକେ ଶର୍ମା ପ୍ରମୁଖ ସାମିଲ ଅଛନ୍ତି। କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପୁନର୍ବାର ବିଜେପି ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିପାରେ। 

ଦଳର ଅନେକ ନେତା ବିଶ୍ୱାସ କରନ୍ତି ଯେ ବିଜେପି ଶ୍ରୀକାନ୍ତ ଶର୍ମାଙ୍କୁ ପୁଣି ଥରେ ମନ୍ତ୍ରୀ କରିପାରେ। ନବ ନିର୍ବାଚିତ ବିଧାୟକ ତଥା ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ରାଜେଶ୍ୱର ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମରେ ରହିଛି। 

Also Read: କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?

ସଦ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ବିଜେପି ଏକାକୀ ୨୫୫ ସିଟ୍ ହାତେଇଥିବା ବେଳେ ଏହାର ମେଣ୍ଟ ସହଯୋଗୀ ୧୮ ଆସନ ହାତେଇଛନ୍ତି। ପ୍ରାୟ ୩ ଦଶନ୍ଧି ପରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ କୌଣସି ଦଳ ରାଜ୍ୟରେ ପୁନର୍ବାର କ୍ଷମତାକୁ ଫେରିଛି।