Assam Rajya Sabha Election: ବିରୋଧି କଳିରୁ ବାଜି ମାରିଲା ବିଜେପି
Advertisement

Assam Rajya Sabha Election: ବିରୋଧି କଳିରୁ ବାଜି ମାରିଲା ବିଜେପି

ବିରୋଧି ଦଳର ବିଧାୟକ ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କ ସମର୍ଥନରେ ମତଦାନ କରିବା କାରଣରୁ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଥିବା କୁହାଯାଇଛି। 

Assam Rajya Sabha Election: ବିରୋଧି କଳିରୁ ବାଜି ମାରିଲା ବିଜେପି

ଗୌହାଟି: ଆସାମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଏକତରଫା ବାଜିମାତ କରିଛି ରାଜ୍ୟରେ କ୍ଷମତାସୀନ ଏନଡିଏ ମେଣ୍ଟ। ରାଜ୍ୟର ୨ ରାଜ୍ୟ ସଭା ଆସନ ମଧ୍ୟରୁ ଗୋଟିଏ ବିଜେପି ଏବଂ ଅନ୍ୟଟି ଏହାର ସହଯୋଗୀ ୟୁପିପିଏଲ ଖାତାରେ ପଡ଼ିଛି। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପବିତ୍ର ମାର୍ଗରୀଟା ଏବଂ ୟୁପିପିଏଲ ପ୍ରାର୍ଥୀ ରଙ୍ଗ୍ରା ନରଜାରୀ ବିଜୟୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ତଥା ନିର୍ବତ୍ତମାନ ସାଂସଦ ରିପୁନ ବୋରା ପରାସ୍ତ ହୋଇଛନ୍ତି।

ବିରୋଧି ଦଳର ବିଧାୟକ ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କ ସମର୍ଥନରେ ମତଦାନ କରିବା କାରଣରୁ କଂଗ୍ରେସ ପ୍ରାର୍ଥୀ ରିପୁନ ବୋରା ପରାସ୍ତ ହୋଇଥିବା କୁହାଯାଇଛି। ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ୪୬, ସହଯୋଗୀ ୟୁପିପିଏଲ ପ୍ରାର୍ଥୀ ୪୪ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ୩୫ ଭୋଟ ମିଳିଥିଲା। ଆସାମ ବିଧାନସଭାର ସମସ୍ତ ୧୨୬ ଜଣ ବିଧାୟକ ସେମାନଙ୍କ ମତଦାନ କରିଥିବା ବେଳେ ଗୋଟିଏ ଭୋଟ୍ ନାକଚ ହୋଇଥିବା ଜଣାପଡିଛି।

Also Read: Assam Rajya Sabha Election: ଶେଷ ହେଲା Congress-AIUDF ମେଣ୍ଟ, ଫାଇଦା ଉଠାଇପାରେ BJP

 

ଆସାମ ବିଧାନସଭାରେ କେଉଁ ଦଳର ଅଛନ୍ତି କେତେ ବିଧାୟକ

  • ମୋଟ ବିଧାୟକ: ୧୨୬
  • ବିଜେପି:୬୩
  • କଂଗ୍ରେସ: ୨୭
  • ଏଆଇୟୁଡିଏଫ: ୧୫ 
  • ଏଜିପି: ୯
  • ୟୁପିପିଏଲ: ୭
  • ବିପିଏଫ: ୩
  • ସିପିଏମ:୧
  • ଆରଡି: ୧

ପୂର୍ବରୁ ୨ ଜଣ ଦଳୀୟ ବିଧାୟକଙ୍କୁ ନିଲମ୍ବିତ କରିସାରିଛି କଂଗ୍ରେସ। ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ହେଉଛନ୍ତି ଶଶିକାନ୍ତ ଦାସ ଏବଂ ଅଲୀ ଅହମ୍ମଦ। ନିଲମ୍ବିତ କଂଗ୍ରେସ ବିଧାୟକ ଶଶିକାନ୍ତ ଦାସ ଘୋଷଣା କରିଥିଲେ ଯେ ସେ ରାଜ୍ୟସଭା ନିର୍ବାଚନରେ ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ ଦେବେ। ଅନ୍ୟପଟେ ରାଜ୍ୟରେ କ୍ଷମତାସୀନ ଏନଡିଏ ସରକାରକୁ ବାହ୍ୟ ସମର୍ଥନ ଦେଉଛି ବିପିଏଫ।  

ରାଜ୍ୟସଭା ନିର୍ବାଚନରେ ସର୍ବସମ୍ମତି କ୍ରମେ କଂଗ୍ରେସ ପ୍ରାର୍ଥୀଙ୍କୁ ସର୍ବସମ୍ମତିକ୍ରମେ ସମର୍ଥନ ଦେବାକୁ ଘୋଷଣା କରିଥିଲେ ବିରୋଧୀ। ମାତ୍ର କଂଗ୍ରେସ ପ୍ରାର୍ଥୀଙ୍କୁ ୩୫ ଖଣ୍ଡ ଭୋଟ ମିଳିବା ଏହା ଦର୍ଶାଉଛି ଯେ ବିରୋଧି ଦଳର ୭ ଖଣ୍ଡ ଭୋଟ ଶାସକ ଦଳ ପ୍ରାର୍ଥୀଙ୍କୁ ମିଳିଛି। 

ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଗୁରୁବାର ଅନୁଷ୍ଠିତ ହୋଇଥିଲା ଏବଂ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ହେଲେ ୫ ଜଣ ବିଧାୟକଙ୍କ ବିରୋଧରେ କଂଗ୍ରେସ ଅଭିଯୋଗ ହେତୁ ଏହା ବିଳମ୍ବ ହୋଇଗଲା। ଭୋଟ୍ ଗଣନା ଶେଷରେ ରାତି ସାଢେ ୧୦ଚାରେ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲାଲା | ଭୋଟ୍ ଗଣିବା ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟ ଉପସ୍ଥିତ ଥିଲେ।

ବିଜେତା ପ୍ରାର୍ଥୀ ବିରୋଧୀ ଦଳର ବିବେକ ଭୋଟ୍ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ଶାସକ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ସେ ଏଆଇୟୁଡିଏଫ ବ୍ୟତୀତ ଅନ୍ୟ ସମସ୍ତ ବିରୋଧୀ ଦଳକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆସାମ ପୁଣି ଥରେ ୨ ଜଣ ଏନଡିଏ ପ୍ରାର୍ଥୀ ଚୟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୁନର୍ବାର ଆତ୍ମବିଶ୍ୱାସ ପ୍ରକାଶ କରିଛି। ବିଜେତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। 

Also Read: ରାଜ୍ୟସଭାର ୭୨ ସାଂସଦଙ୍କୁ ଦିଆଗଲା ବିଦାୟ; ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଶେଷ ହେଉଛି କାର୍ଯ୍ୟକାଳ

 

ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ କୁହାଯାଇଛି  ​​ବିରୋଧୀ ପ୍ରାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା କରିବା ପରେ ୫ ଜଣ  ଏଆଇୟୁଡିଏଫ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ବୋଲି ଦଳର ମୁଖପାତ୍ର ମଞ୍ଜିତ ମହନ୍ତ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ଏଆଇୟୁଡିଏଫ ବିଧାୟକ ହେଉଛନ୍ତି କରିମୁଦ୍ଦିନ ବରଭୂଇୟା, ଅବଦୁଲ ଅଜିତ, ଅଶରଫୁଲ ହୁସୈନ, ହାଫିଜ ରାଫିକୁଲ ଇସଲାମ ଏବଂ ଅମିନୁଲ ଇସଲାମ। ଯେଉଁ ୨ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଠାରୁ ୨ କଂଗ୍ରେସ ସାଂସଦ ରିପୁନ ବୋର ଏବଂ ରନୀ ନାରା ପ୍ରତିନିଧିତ୍ୱ କରୁଥିଲେ।