UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି
Advertisement

UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି

ଉତ୍ତରପ୍ରଦେଶ ବିଧାନ ପରିଷଦର ୩୬ ଆସନ ଲାଗି ହେବାକୁ ଯାଉଛି ନିର୍ବାଚନ।

UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି

ଲକ୍ଷ୍ନୌ: ରାଜ୍ୟର ହେବାକୁ ଯାଉଥିବା ବିଧାନ ପରିଷଦ ନିର୍ବାଚନକୁ ନେଇ ଗୋଟିଏ ବଡ଼ ଘୋଷଣା କରିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବିଜେପି। ଦଳୀୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ଦଳ ଏଥର ପରାଜୟ ବରଣ କରିଥିବା  ନେତାଙ୍କୁ ଏହି ନିର୍ବାଚନରେ ସୁଯୋଗ ଦେବ ନାହିଁ।  

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ବୃହତ ବିଜୟ ସତ୍ତ୍ୱେ ଏପରି କେତେକ ବିଜେପି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ବିଜୟୀ ହେବା ପରବର୍ତ୍ତେ ପରାସ୍ତ ହୋଇଛନ୍ତି। ବିଧାନସଭା ନିର୍ବାଚନ ହାରିଥିବା ବିଧାୟକ କିମ୍ବା ମନ୍ତ୍ରୀଙ୍କୁ ବିଧାନ ପରିଷଦ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ କରିବ ନାହିଁ ବିଜେପି। ଏହି ନିର୍ବାଚନ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ସୁଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ନେତୃବୃନ୍ଦ। 

ଉତ୍ତରପ୍ରଦେଶ ବିଧାନ ପରିଷଦର ୩୬ ଆସନ ଲାଗି ହେବାକୁ ଯାଉଛି ନିର୍ବାଚନ। ମାର୍ଚ୍ଚ ୧୫ ତାରିଖ ମଙ୍ଗଳବାର ଏହି ନିର୍ବାଚନ ପାଇଁ ଜାରି କରାଯିବ ବିଜ୍ଞପ୍ତି। ୯ ଅପ୍ରେଲରେ ବିଧାନ ପରିଷଦ ନିର୍ବାଚନ ଲାଗି ମତଦାନ ହେବ ଏବଂ ୧୨ ଅପ୍ରେଲରେ ଏହାର ଘୋଷଣା କରାଯିବ। ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିବା ବିଜେପି ପୁରୁଖା ନେତା ବିଧାନ ପରିଷଦକୁ ନିର୍ବାଚିତ ହେବାକୁ ଅପେକ୍ଷା କରି ବସିଛନ୍ତି। ହେଲେ ଏହି ନିର୍ବାଚନକୁ ନେଇ ଦଳ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଦଳୀୟ ନେତାଙ୍କୁ ଚକିତ କରିଦେଇଛି।

Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଏଥର ଅନେକ ପୁରୁଖା ବିଜେପି ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ନିର୍ବାଚନରେ ପରାସ୍ତ ହୋଇଥିବା ପୁରୁଖା ନେତାଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ମୋଟ ୧୧ ଜଣ ମନ୍ତ୍ରୀ ରହିଛନ୍ତି। 

ନିର୍ବାଚନ ହାରିଥିବା ମନ୍ତ୍ରୀ ହେଉଛନ୍ତି 

  • କେଶବ ପ୍ରସାଦ ମୌର୍ଯ୍ୟ: କୌଶାମ୍ବୀ ଜିଲ୍ଲାର ସିରାଥୁ ଆସନ
  • ସୁରେଶ ରାଣା: ଶାମଲି ଜିଲ୍ଲାର ଥାନା ଭବନ ଆସନ
  • ଛତ୍ରପାଲ ସିଂହ ଗଙ୍ଗୱାର: ବରେଲି ଜିଲ୍ଲାର ବହେଡି଼ ଆସନ
  • ରାଜେନ୍ଦ୍ର ପ୍ରତାପ ସିଂହ: ପ୍ରତାପଗଡ଼ ଜିଲ୍ଲାର ପଟ୍ଟୀ ଆସନ
  • ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ: ଚିତ୍ରକୂଟ ଜିଲ୍ଲାର ସଦର ଆସନ
  • ଆନନ୍ଦ ସ୍ୱରୂପ ଶୁକ୍ଳା: ବଲିୟା ଜିଲ୍ଲାର ବୈରିୟା ଆସନ
  • ଉପେନ୍ଦ୍ର ତିୱାରୀ: ବଲିୟା ଜିଲ୍ଲାର ଫେଫନା ଆସନ
  • ରଣବେନ୍ଦ୍ର ସିଂହ ଧୂତ୍ରୀ: ଫେତହପୁର ଜିଲ୍ଲାର ହୁସୈନଗଞ୍ଜ ଆସନ
  • ଲାଖନ ସିଂହ ରାଜପୁତ:  ଔରୈୟା ଜିଲ୍ଲାର ଦିବିୟାପୁର ଆସନ
  • ସତୀଶ ଚନ୍ଦ୍ର ଦ୍ୱିବେଦୀ: ସିଦ୍ଧାର୍ଥ ନଗର ଜିଲ୍ଲାର ଇଟାୱା ଆସନ