UP: ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲା ବିଜେପି
Advertisement

UP: ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲା ବିଜେପି

ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯୋଗୀ ଆଦିତ୍ୟନାଥ। ।  

UP: ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲା ବିଜେପି

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ବୃହତ ବିଜୟ ହାସଲ କରିବା ପରେ ବର୍ତ୍ତମାନ ପୁଣି ଥରେ ରାଜ୍ୟରେ ସରକାର ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଏହି କ୍ରମରେ ମାର୍ଚ୍ଚ ୨୪ ତାରିଖ ଗୁରୁବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛି ଦଳ। 

ଏହା ପୂର୍ବରୁ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଦଳର ମନୋନୀତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯୋଗୀ ଆଦିତ୍ୟନାଥ। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ସେ।  

Also Read: UP: ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗୀ ଆଦିତ୍ୟନାଥ। ତାଙ୍କ ଉପରେ ପୁନର୍ବାର ଭରସା ରଖିଥିବାରୁ ଦଳୀୟ ନେତୃବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ। ଏନେଇ ସେ କହିଛନ୍ତି ସେବକ ହୋଇ ଲୋକଙ୍କ ଲାଗି କାମ କରିବି। ଦଳ ମୋତେ ୫ ବର୍ଷ ଲାଗି ସେବା କରିବାର ସୁଯୋଗ ଦେଇଛି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନିର୍ବାଚିତ ସରକାରରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛି। ସେ କହିଛନ୍ତି ଯେ ଏହି ପ୍ରସ୍ତାବ ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। 

ଗତ ୨୦୧୭ ବିଧାନସଭା ନିର୍ବାଚନରେ ଯେତେବେଳେ ବାଜିମାତ କଲା ସେତେବେଳେ ମୁଁ ବିଧାୟକ ନୁହେଁ ଦଳୀୟ ସାଂସଦ ଥିଲି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଅଭିଭାବକ ଭଳି ମୋତେ ରାସ୍ତା ଦେଖାଇଥିଲେ। ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ରାଜ୍ୟରେ ବିଜେପି ସରକାର ଅମଳରେ କାର୍ଯ୍ୟକାରୀ କରାଯାଇଥିବା ଯୋଜନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଏକ ବଡ ଦାୟିତ୍ୱ। ଗରିବଙ୍କ ଖାତା ଠାରୁ ଆରମ୍ଭ କରି ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ବଜାୟ ରଖିବା ହେଉଛି ଆମର ଲକ୍ଷ୍ୟ। ବର୍ତ୍ତମାନ ଆମକୁ ରାଜ୍ୟରେ ସୁଶାସନ ବ୍ୟବସ୍ଥାକୁ ଆହୁରି ଦୃଢ ଭାବେ ଆଗକୁ ନେବାକୁ ହେବ। ଯେହେତୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ନିଜର କାର୍ଯ୍ୟ ମାଧ୍ୟମରେ ବିଶ୍ୱ ଦରବାରରେ ଭାରତ ବର୍ଷର ଗୌରବ ବୃଦ୍ଧି କରିଛନ୍ତି ସେହିଭଳି ରାଜ୍ୟବାସୀଙ୍କ ଆଶା ପୂରଣ କରିବାକୁ କାର୍ଯ୍ୟ କରାଯିବ।  

Also Read: Govt Formation in UP: ଗୁରୁବାର ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ

ଉତ୍ତର ପ୍ରଦେଶ ଲୋକେ ଏଥର ଜାତିବାଦ ଏବଂ ବଂଶବାଦ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ସୁଶାସନ ବ୍ୟବସ୍ଥା ଉପରେ ଭରସା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ସୁରକ୍ଷା ବାତାବରଣ ରହିବା ସହ ଦଙ୍ଗା ମୁକ୍ତ ହୋଇଛି। ବର୍ତ୍ତମାନ ସମୟ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପକୁ ଆଗେଇ ନେବା। ରାଜ୍ୟବାସୀ ନିର୍ବାଚନରେ ​​ବିକାଶ ଏବଂ ଜାତୀୟତାବାଦ ପ୍ରସଙ୍ଗକୁ ବାଛିଛନ୍ତି।  ଜଣେ ସେବକ ହୋଇ ଆମ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିବାକୁ ହେବ। ମାଲିକ ହେବାରେ ଭୁଲ କରନ୍ତୁ ନାହିଁ।

ଉତ୍ତର ପ୍ରଦେଶ ରାଜନୀତିରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଆସିଛି। କେନ୍ଦ୍ରରେ କ୍ଷମାତାସୀନ ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜନ କଲ୍ୟାଣକାରୀ କାର୍ଯ୍ୟ ଲାଗି ଦଳ ଏହି ସଫଳତା ପାଇଛି। ସରକାର ଏବଂ ଦଳୀୟ ସଙ୍ଗଠନ ମଧ୍ୟରେ ସମନ୍ୱୟ, ନିରାପଦ ବାତାବରଣ, ଗରିବ କଲ୍ୟାଣମୂଳକ ଯୋଜନା ଯେପରି ଜନସାଧାରଣ ଲୋକଙ୍କ ପାଖରେ ପହଞ୍ଚା ଯାଇଥିଲା ତାହାର ଫଳ ସ୍ୱରୂପ ଲୋକ ବିରୋଧି ଦଳର ଦୁଷ୍ପ୍ରଚାର ସତ୍ତ୍ୱେ ଲୋକେ ପୁନର୍ବାର ବିଜେପି ଉପରେ ଭରସା କରିଛନ୍ତି। 

Also Read: Assembly Election 2022 ଜିତିବା ପରେ ସରକାର ଗଠନ ଲାଗି କାହିଁକି ୧୧ ଦିନ ସମୟ ନେଲା ବିଜେପି?

ବିରୋଧି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ରାଜ୍ୟରେ ସମାଜବାଦୀ ସରକାର କ୍ଷମତାସୀନ ଥିବା ବେଳେ ରାଜନୀତିର ଅପରାଧିକରଣ ହେଉଥିଲା। ସେତେବେଳେ ଅପରାଧି ପୋଲିସ ପ୍ରଶାସନର ମାଲିକ ଭଳି କାର୍ଯ୍ୟ କରୁଥିଲେ। ୨୦୧୭ ପୂର୍ବରୁ ରାଜ୍ୟରେ ଅଧିକାଂଶ ସମୟରେ ରାଜନୈତିକ ଅସ୍ଥିରତାର ମାହୋଲ ଦେଖିବାକୁ ମିଳୁଥିଲା। ଯାହାର ଫଳସ୍ୱରୂପ ରାଜନୀତିରେ ଜାତିବାଦୀ ଏବଂ ପରିବାରବାଦୀ ରାଜନୈତିକ ଦଳର ଉଦୟ ହୋଇଥିଲା। ହେଲେ ଗତ ୨୦୧୭ ନିର୍ବାଚନରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଲା। ଲୋକଙ୍କୁ ଜାତିବାଦୀ ଏବଂ ପରିବାରବାଦ ରାଜନୀତିରୁ ମୁକ୍ତି ମିଳିଲା।