ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ବାଜି ମାରିଲା BJP;ଖାତା ଖୋଲି ପାରିଲା ନାହିଁ SP
Advertisement

ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ବାଜି ମାରିଲା BJP;ଖାତା ଖୋଲି ପାରିଲା ନାହିଁ SP

ପୂର୍ବରୁ ୯ ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି।

ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ବାଜି ମାରିଲା BJP;ଖାତା ଖୋଲି ପାରିଲା ନାହିଁ SP

ଲକ୍ଷ୍ନୌ: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି। ଅନ୍ୟପଟେ ଏହି ନିର୍ବାଚନରେ ଖାତା ଖୋଲି ପାରିନାହିଁ ସମାଜବାଦୀ ପାର୍ଟି। ଏହି ନିର୍ବାଚନରେ ବିଜେପି ୩୩ ଏବଂ ସ୍ୱାଧିନ ପ୍ରାର୍ଥୀ ୩ ଆସନ ହାତେଇଛନ୍ତି।  

ଏହି ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ସମାଜବାଦୀ ପାର୍ଟି, ବିଧାନ ପରିଷଦରେ ମୁଖ୍ୟ ବିରୋଧି ଦଳ ପଦ ହରାଇପାରେ। କାରଣ ବିରୋଧୀ ଦଳ ଆସନ ପାଇଁ ବିଧାନ ପରିଷଦରେ ୧୦ ସିଟ୍ ରହିବା ଆବଶ୍ୟକ। ହେଲେ ସଂଖ୍ୟା ଗଣିତ ଅନୁସାରେ ବର୍ତ୍ତମାନ ଦଳ ପାଖରେ ଆସନ୍ତା ଜୁଲାଇ ସୁଦ୍ଧା ସର୍ବାଧିକ ୯ ଆସନ ରହିବ। 

ବିଧାନ ପରିଷଦ ନିର୍ବାଚନରେ ବାରଣାସୀ ଆସନରୁ ସ୍ୱାଧିନ ପ୍ରାର୍ଥୀ ଅନପୂର୍ଣ୍ଣା ସିଂହ ବାଜିମାତ କରିଛନ୍ତି। ଅନ୍ୟପଟେ ଆଜମଗଡ଼଼ ଆସନରୁ ସ୍ୱାଧିନ ପ୍ରାର୍ଥୀ ବିକ୍ରାନ୍ତ ସିଂହ, ବିଜେପି ପ୍ରାର୍ଥୀ ଅରୁଣକାନ୍ତ ଯାଦବଙ୍କୁ ୨୮୧୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ପୂର୍ବରୁ ୯ ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି।

Also Read: UP MLC Election 2022: ୩୫ ଆସନରେ ଲଢିବ ସମାଜବାଦୀ ପାର୍ଟି, RLD ପାଇଲା ୨ ସିଟ୍

ଝାନ୍ସି-ଜାଲୌନ-ଲଳିତପୁର ଆସନରୁ ବିଜେପି ପ୍ରାର୍ଥୀ ରମା ନିରଞ୍ଜନ ବାଜିମାତ କରିଛନ୍ତି। ତାଙ୍କୁ ୨୦୯୨ ଖଣ୍ଡ ଭୋଟ ମିଳିଛି। ସେହିପରି ଶାହଜହାଁପୁର ଆସନ ବିଜେପି ଖାତାକୁ ଯାଇଛି। ପ୍ରୟାଗରାଜ-କୌଶାମ୍ବୀ ଆସନରୁ ବିଜେପି ପ୍ରାର୍ଥୀ ଡ.କେପି ଶ୍ରୀବାସ୍ତବ ସମାଜାବାଦୀ ପାର୍ଟି ପ୍ରାର୍ଥୀ ବାସୁଦେବ ଯାଦବଙ୍କୁ ପରାସ୍ତ କରିଛନ୍ତି। ବହରାଇଚ ଆସନରୁ ବିଜେପି ପ୍ରାର୍ଥୀ ପ୍ରଜ୍ଞା ତ୍ରୀପାଠୀ ସମାଜାବାଦୀ ପାର୍ଟି ପ୍ରାର୍ଥୀ ଅମର ଯାଦବଙ୍କୁ ପରାସ୍ତ କରିଛନ୍ତି।   

ଦେୱରିୟା ଆସନରୁ ବାଜିମାତ କରିଛନ୍ତି  ବିଜେପି ପ୍ରାର୍ଥୀ ଡକ୍ଟର ରତନ ପାଲ ସିଂହ। ବଲିୟା ଆସନରୁ ବିଜେପି ପ୍ରାର୍ଥୀ ରବିଶଙ୍କର ସିଂହ  ସମାଜାବାଦୀ ପାର୍ଟି ପ୍ରାର୍ଥୀ ଅରବିନ୍ଦ ଗିରିଙ୍କୁ ୧୯୮୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।   
ସହାରନପୁର-ମୁଜ୍ଜାଫରନଗର ଆସନରୁ ବିଜେପି ପ୍ରାର୍ଥୀ ବନ୍ଦନା ମୁଦିତ ବର୍ମା ସମାଜାବାଦୀ ପାର୍ଟି ପ୍ରାର୍ଥୀ ଆରିଫଙ୍କ ଠାରୁ ଅଗରେ ଅଛନ୍ତି।  
      
ମେରଠ ଆସନରୁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ଭରଦ୍ୱାଜ ବାଜିମାତ କରିଛନ୍ତି। ବିଜନୌର ଆସନରୁ ସତ୍ୟପାଲ ସିଂହ ସୈନୀ ସମାଜାବାଦୀ ପାର୍ଟି ପ୍ରାର୍ଥୀ ଅଜୟ ମଲ୍ଲିକଙ୍କ ଠାରୁ ଆଗରେ ଅଛନ୍ତି। ବିଜେପି ପ୍ରାର୍ଥୀ ୩୦୯୮ ଏବଂ ସମାଜାବାଦୀ ପାର୍ଟି ପ୍ରାର୍ଥୀ ୩୫୮ ଭୋଚ ପାଇଛନ୍ତି।

Also Read: UP MLC Election 2022: ବିଭିନ୍ନ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା Samajwadi Party

ସୁଲତାନପୁର-ଆମେଠି ଆନସରୁ ବିଜେପି ପ୍ରାର୍ଥୀ ଶୈଳେନ୍ଦ୍ର ପ୍ରତାପ ସିଂହ ସମାଜାବାଦୀ ପାର୍ଟି ପ୍ରାର୍ଥୀ ଶିଳ୍ପା ପ୍ରଜାପତିଙ୍କ ଠାରୁ ଆଗରେ ଅଛନ୍ତି। ବାରବଙ୍କୀ ଆସନରୁ ବିଜେପି ପ୍ରାର୍ଥୀ ଅଙ୍ଗଦ କୁମାର ସିଂହ ସମାଜାବାଦୀ ପାର୍ଟି ପ୍ରାର୍ଥୀ ରାଜେଶ କୁମାର ଯାଦବଙ୍କୁ ୧୭୪୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।