'ଓଡ଼ିଶାରେ ନିର୍ବାଚନ ମାନେ ବିଜେଡିର ବିଜୟ'
Advertisement

'ଓଡ଼ିଶାରେ ନିର୍ବାଚନ ମାନେ ବିଜେଡିର ବିଜୟ'

ରାଜ୍ୟରେ ପଂଚାୟତ ନିର୍ବାଚନ (Panchayat Election) ପାଖେଇ ଆସୁଛି। ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ଭୋଟ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଉ ଏହି ନିର୍ବାଚନ ପାଇଁ ନିକଟରେ ପଞ୍ଚାୟତ ସିଟ୍ ସଂରକ୍ଷଣ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି।

'ଓଡ଼ିଶାରେ ନିର୍ବାଚନ ମାନେ ବିଜେଡିର ବିଜୟ'

ସମ୍ବଲପୁର: ଓଡିଶାରେ ନିର୍ବାଚନ ମାନେ ବିଜେଡିର ବିଜୟ। ଏପରି କିଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ରବିବାର ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଥିବା ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅବସରରେ ସେ ଏହା କହିଛନ୍ତି।

ରାଜ୍ୟରେ ପଂଚାୟତ ନିର୍ବାଚନ (Panchayat Election) ପାଖେଇ ଆସୁଛି। ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ଭୋଟ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଉ ଏହି ନିର୍ବାଚନ ପାଇଁ ନିକଟରେ ପଞ୍ଚାୟତ ସିଟ୍ ସଂରକ୍ଷଣ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ବିରୋଧି ସଂରକ୍ଷଣ ଉପରେ ଆପତ୍ତି ଉଠାଇଛି। ଶାସକ ବିଜେଡି ନିଜକୁ ସୁହାଇଲା ଭାଳି ତାଲିକା ପ୍ରସ୍ତୁତ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ନିଜ ନିଜର ବାନା ଉଡାଇବା ପାଇଁ ତିନି ପ୍ରମୁଖ ଦଳ ଏବେଠୁ ପିଚ୍ ପ୍ରସ୍ତୁତ କରୁଛନ୍ତି।

Also Read: BJPକୁ ବଡ଼ ଝଟକା! ପଦ୍ମ ଛାଡ଼ି ହାତ ଧରିଲେ MLA ପୁଅ ଓ ମନ୍ତ୍ରୀ ଯଶପାଲ ଆର୍ଯ୍ୟ

ବିଜେଡି (Biju Janata Dal) କୁ କେମିତି ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରାଯାଇପାରିବ, କିଭଳି ଭାବରେ ଜନସାଧାରଣଙ୍କ ପାଖରେ ରାଜ୍ୟ ସରକାର ଯୋଗାଉଥିବା ଯୋଜନାମାନ ପହଂଚିପାରିବ ଏବଂ ଲୋକେ ଯୋଜନା ଗୁଡିକର ସୁଫଳ ପାଇବେ ତାହାକୁ ଦଳ ଗୁରୁତ୍ୱ ଦେଇଛି। ସେଥିପାଇଁ ସମସ୍ତ କର୍ମୀ କାର୍ଯ୍ୟ କରିବା କଥା ବୋଲି ସମ୍ବଲପୁର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କୁହାଯାଇଥିଲା। ବିଜେଡି ଦଳର ସୁପ୍ରିମୋ ରାଜ୍ୟବାସୀଙ୍କ ପାଇଁ ସମସ୍ତ ସୁବିଧା କରି ଦେଇଛନ୍ତି। ସେହି ସୁବିଧା କିଭଳି ଭାବରେ ସମସ୍ତେ ପାଇବେ ସେ ଦିଗରେ ସମସ୍ତ ବିଜେଡି କର୍ମୀ ଧ୍ୟାନ ଦେବା କଥା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ (Naba Das) କହିଛନ୍ତି।

fallback

ସମସ୍ତ ବିଜେଡି କର୍ମୀଙ୍କୁ ତୃଣମୂଳ ସ୍ତରରେ ଯାଇ ଲୋକଙ୍କ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଯେଉଁ ଠାରେ ବି ଭୋଟ ହେବ ବିଜେଡି ନିଶ୍ଚିତ ଭାବରେ ଜୟ ଲାଭ କରିବ। ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂହ, ଉପ ମୁଖ୍ୟ ସଚେତକ ରୋହିତ ପୁଜାରୀ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନଙ୍କ ସହ ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ। ଜଣେ ବିଜେଡି ସମ୍ପାଦକ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ବୈଠକରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହା ଏକ ଆଲୋଚନା, ବିରୋଧ ନୁହେଁ ବୋଲି କହିଥିଲେ।