Assembly Election 2022: UP-Punjab ଲାଗି ସରିଲା ଭୋଟ ଗ୍ରହଣ
Advertisement

Assembly Election 2022: UP-Punjab ଲାଗି ସରିଲା ଭୋଟ ଗ୍ରହଣ

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ୫୭.୫୮% ଏବଂ ପଞ୍ଜାବରେ ୬୪.୪୪% ପ୍ରତିଶତ ମତଦାନ ହୋଇଛି। 

Assembly Election 2022: UP-Punjab ଲାଗି ସରିଲା ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ ଏବଂ ପଞ୍ଜାବରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ୫୭.୫୮% ଏବଂ ପଞ୍ଜାବରେ ୬୪.୪୪% ପ୍ରତିଶତ ମତଦାନ ହୋଇଛି। 

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (UP Assembly Election 2022) ଲାଗି ଫେବୃଆରୀ ୨୦ ତାରିଖ ରବିବାର ହୋଇଥିଲା ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର କାସଗଞ୍ଜ, ହାଥରସ, ଫିରୋଜାବାଦ, ଏଟା, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୈୟା, କାନପୁର ଦେହାତ, କାନପୁର ନଗର, ଜାଲୌନ, ହମୀରପୁର, ମହୋବା, ଝାନ୍ସି, ଲଲିତପୁର ପ୍ରଭୃତି ୧୬ ଜିଲ୍ଲାର ୫୯ ଆସନରେ ହୋଇଥିଲା ଭୋଟ ଗ୍ରହଣ। ତୃତୀୟ ପର୍ଯ୍ୟାୟରେ ମୋଟ ୬୨୭ ଜଣ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨ କୋଟି ୧୫ ଲକ୍ଷରୁ ଅଧିକ ମତଦାତା।

Also Read: UP Election 2022: ୧୦ ଆସନରେ ୧୧ ପୁରୁଖା ନେତା ଦେବେ ପରୀକ୍ଷା

ତୃତୀୟ ପର୍ଯ୍ୟାୟ ମତଦାନରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ମତଦାତା ନିର୍ଦ୍ଧାରଣ କରିଛନ୍ତି ସେମାନେ ହେଉଛନ୍ତି

  • ଅଖିଲେଶ ଯାଦବ: ସମାଜବାଦୀ ପାର୍ଟି
  • କେନ୍ଦ୍ରମନ୍ତ୍ରୀ ଏସ.ପି ସିଂହ ବଘେଲ: ବିଜେପି 
  • ଶିବପାଲ ଯାଦବ: ସମାଜବାଦୀ ପାର୍ଟି 
  • ହରି ଓମ ଯାଦବ: ବିଜେପି 
  • ସର୍ବେଶ ଯାଦବ: ସମାଜବାଦୀ ପାର୍ଟି
  • ମନ୍ତ୍ରୀ ସତୀଶ ମାହାନା: ବିଜେପି 
  • ମନ୍ତ୍ରୀ ରାମନରେଶ ଅଗ୍ନିହୋତ୍ରୀ: ବିଜେପି 
  • ମନ୍ତ୍ରୀ ନୀଳୀମା କଟିୟାର: ବିଜେପି
  • ଲୁଇସ୍ ଖୁର୍ସିଦ: କଂଗ୍ରେସ
  • ପୂର୍ବତନ ପୋଲିସ କମିଶନର ଅସୀମ ଅରୁଣ: ବିଜେପି
  • ବିଦ୍ରୋହୀ ବିଏସପି ନେତା ରାମବୀର ଉପାଧ୍ୟାୟ: ବିଜେପି  
  • ମନ୍ତ୍ରୀ ଅଜିତ ସିଂହ ପାଲ: ବିଜେପି 

ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଲାଗି (Punjab Assembly Election 2022) ଫେବୃଆରୀ ୨୦ ତାରିଖ ରବିବାର ହୋଇଯାଇଛି ମତଦାନ। ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୧୧୭ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୧୩୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨.୧୪ କୋଟି ମତଦାତା। ଏଥର ୧୨୦୯ ପୁରୁଷ ଏବଂ ୯୩ ମହିଳା ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। 

Also Read: Punjab Election 2022: କିଏ ଗଢିବ ସରକାର? ରବିବାର ହେବ ସ୍ଥିର

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଭିନ୍ନ ଦଳର ଚର୍ଚ୍ଚିତ ପ୍ରାର୍ଥୀ ହେଉଛନ୍ତି

  • ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ:କଂଗ୍ରେସ
  • ଭଗୱନ୍ତ ମାନ: ଆମ ଆଦମୀ ପାର୍ଟି
  • ନବଜୋତ ସିଂହ ସିଦ୍ଧୁ:କଂଗ୍ରେସ
  • ଅମରିନ୍ଦର ସିଂହ: ପଞ୍ଜାବ ଲୋକ କଂଗ୍ରେସ 
  • ପ୍ରକାଶ ସିଂହ ବାଦଲ: ଶିରୋମଣି ଅକାଳୀ ଦଳ
  • ସୁଖବୀର ସିଂହ ବାଦଲ: ଶିରୋମଣି ଅକାଳୀ ଦଳ
  • ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିନ୍ଦର କୌର ଭଟ୍ଟଲ: କଂଗ୍ରେସ
  • ଅଶ୍ୱିନୀ ଶର୍ମା: ପଞ୍ଜାବ ବିଜେପି ସଭାପତି 
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ସମ୍ପଲା: ବିଜେପି