Assembly Election 2022: ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଗୋଆରେ ହୋଇଛି ସର୍ବାଧିକ ମତଦାନ
Advertisement

Assembly Election 2022: ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଗୋଆରେ ହୋଇଛି ସର୍ବାଧିକ ମତଦାନ

ଫେବୃଆରୀ ୧୪ ସୋମବାର ଉତ୍ତର ପ୍ରଦେଶର ୫୫, ଉତ୍ତରାଖଣ୍ଡର ୭୦, ଗୋଆର ୪୦ ଆସନ ପାଇଁ ହୋଇଥିଲା ଭୋଟଗ୍ରହଣ। 

Assembly Election 2022: ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଗୋଆରେ ହୋଇଛି ସର୍ବାଧିକ ମତଦାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ଫେବୃଆରୀ ୧୪ ସୋମବାର ଉତ୍ତର ପ୍ରଦେଶର ୫୫, ଉତ୍ତରାଖଣ୍ଡର ୭୦, ଗୋଆର ୪୦ ଆସନ ପାଇଁ ହୋଇଥିଲା ଭୋଟଗ୍ରହଣ। 

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି (Uttar Pradesh Assembly Election 2022) ଫେବୃଆରୀ ୧୪ ସୋମବାର ଅନୁଷ୍ଠିତ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ସାହାରନପୁର, ବିଜନୌର, ଅମରୋହା, ସମ୍ଭଲ, ମୁରାଦାବାଦ, ରାମପୁର, ବରେଲି, ବଦାୟୁଁ, ଶାହାଜହାଁପୁର ପ୍ରଭୃତି ୯ ଜିଲ୍ଲାର ୫୫ ଆସନରେ ହୋଇଥିଲା ଭୋଟଗ୍ରହଣ। ଏଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୬୦.୪୪% ହୋଇଛି। ପ୍ରାୟ ୫୮୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି 

  • ମନ୍ତ୍ରୀ ସୁରେଶ କୁମାର ଖାନ୍ନା: ବିଜେପି
  • ମନ୍ତ୍ରୀ ବଳଦେବ ସିଂହ ଔଲଖ: ବିଜେପି 
  • ମନ୍ତ୍ରୀ ମହେଶ ଚନ୍ଦ୍ର ଗୁପ୍ତା: ବିଜେପି    
  • ମନ୍ତ୍ରୀ ଗୁଲାବ ଦେବୀ: ବିଜେପି
  • ଧର୍ମପାଲ ସିଂହ: ବିଜେପି
  • ଧର୍ମ ସିଂହ ସୈନୀ: ସମାଜବାଦୀ ପାର୍ଟି
  • ଆଜମ ଖାନ: ସମାଜବାଦୀ ପାର୍ଟି
  • ଅବଦୁଲ୍ଲା ଆଜମ ଖାନ: ସମାଜବାଦୀ ପାର୍ଟି   
  • ମହବୁବ ଅଲୀ: ସମାଜବାଦୀ ପାର୍ଟି   

Also Read: UP Election 2022: ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ୬୦% ହୋଇଛି ମତଦାନ

ଅନ୍ୟପଟେ ମୋଟ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ ଲାଗି (Uttarakhand Assembly Election 2022) ଫେବୃଆରୀ ୧୪ ସୋମବାର ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ମୋଟ ୬୩୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ଚଳିତ ନିର୍ବାଚନରେ ଏହି ରାଜ୍ୟରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୯.୩୭% ମତଦାନ ହୋଇଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି 

  • ପୁଷ୍କର ସିଂହ ଧାମୀ: ବିଜେପି
  • ହରିଶ ରାୱତ: କଂଗ୍ରେସ
  • ଯଶପାଳ ଆର୍ଯ୍ୟ: କଂଗ୍ରେସ
  • ରାମଶରଣ ନୌଟିୟାଲ: ବିଜେପି 
  • ସତପାଲ ମହାରାଜ: ବିଜେପି
  • ସୁବୋଧ ଉନିୟାଲ: ବିଜେପି
  • ପ୍ରୀତମ ସିଂହ: କଂଗ୍ରେସ
  • ରେଖା ଆର୍ଯ୍ୟ: ବିଜେପି
  • ମଦନ କୌଶିକ: ବିଜେପି
  • ଧନ ସିଂହ ରାୱତ: ବିଜେପି
  • ଅନୁକୃତି ଗୁସାଇଁ: କଂଗ୍ରେସ

ସେହିପରି ମୋଟ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ୨୦୨୨ (Goa Assembly Election 2022) ଲାଗି ଫେବୃଆରୀ ୧୪ ସୋମବାର ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ମୋଟ ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟରେ ୭୫.୨୯% ମତଦାନ ହୋଇଛି। ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି 

  • ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ: ବିଜେପି
  • ବିରୋଧ ଦଳ ନେତା ଦିଗମ୍ବର କାମାତ୍: କଂଗ୍ରେସ
  • ପୂର୍ବତନ ମୁଖ୍ୟମନ୍ତ୍ରୀ ଚର୍ଚ୍ଚିଲ ଅଲେମାଓ: ଟିଏମସି
  • ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଏକ: ବିଜେପି
  • ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପରାସେକର: ବିଜେପି
  • ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ: ଗୋଆ ଫରୱାର୍ଡ ପାର୍ଟି
  • ସୁଦୀନ ଧାୱଲିକର: ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି
  • ଅମିତ ପାଲେକର: ଆମ ଆଦମୀ ପାର୍ଟି