Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ
Advertisement

Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ

ଚଳିତ ବର୍ଷ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ତାହା ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ହେଲେ ମଧ୍ୟ ସରକାର ଗଠନ କରିବା ଦୂରର କଥା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇନାହିଁ କଂଗ୍ରେସ।

Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ମତ ଗଣନା। ଏହି ୫ ରାଜ୍ୟ ମଧ୍ୟରୁ ୪ ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ବେଳେ କେବଳରେ ପଞ୍ଜାବରେ କଂଗ୍ରେସକୁ ଗାଦିରୁ ହଟାଇ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି।

୨୦୨୨ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସ ନେତୃତ୍ୱ ଖାସ କରି ରାହୁଲ ଗାନ୍ଧୀ ଟିମ୍ ଅର୍ଥାତ ବାବା ବିଗ୍ରେଡ ଉପରେ ଉଠିବାରେ ଲାଗିଛି ପ୍ରଶ୍ନ। ଏହି ଗୋଷ୍ଠୀରେ ସାମିଲ ଥିବା ନେତା ହେଉଛନ୍ତି କେ.ସି ବେଣୁଗୋପାଳ ଏବଂ ରଣଦୀପ ସୂର୍ଯ୍ୟେୱାଲ। ଉଭୟଙ୍କୁ ସେହି ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିଲା ଯେଉଁଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି।  

ଚଳିତ ବର୍ଷ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ତାହା ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ହେଲେ ମଧ୍ୟ ସରକାର ଗଠନ କରିବା ଦୂରର କଥା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇନାହିଁ କଂଗ୍ରେସ।

Also Read: UP Election 2022: ପ୍ରଚାର ଅଭିଯାନରୁ ନେତା ଗାଏବ; ନେତୃତ୍ୱ ନେଉଛନ୍ତି ନେତ୍ରୀ

ପ୍ରତିବର୍ଷରେ ୫ ବର୍ଷରେ ସରକାର ବଦଳିବାର ପରମ୍ପରା ଥିବା ଉତ୍ତରାଖଣ୍ଡରେ ପୁଣି ଥରେ ସରକାର ଗଠନ କରିବା ରାସ୍ତାରେ ଅଗ୍ରସର ହେଉଛି ବିଜେପି। ଦଳୀୟ ଗୋଷ୍ଠୀ ବିବାଦ କାରଣରୁ ୨୦୨୨ ବିଧାନସଭା ନିର୍ବାଚନରେ ଦଳକୁ ମିଳିବାକୁ ଯାଉଛି ଝଟକା।

ଅନ୍ୟପଟେ ଗୋଆରେ ଅଧ୍ୟକ୍ଷ ଗିରୀଶ ଚୋଡନକର, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ, ଦଳର ବରିଷ୍ଠ ନେତା ଲୁଇଜିହ୍ନୋ ଫେଲେରିୟୋ, ଫ୍ରାନ୍ସିକୋ ସରଡିହ୍ନାଙ୍କ ଭଳି ରାଜ୍ୟସ୍ତରୀୟ ନେତାଙ୍କୁ କରାଯାଇଥିବା ଅଣଦେଖାର ପ୍ରଭାବ କଂଗ୍ରେସ ଉପରେ ଅନୁଭୂତ ହୋଇଛି। ଅନ୍ୟପଟେ ଦଳୀୟ ପର୍ଯ୍ୟବେକ୍ଷକ ପି.ଚିଦାମ୍ବରମ୍ ମଧ୍ୟ ସଠିକ୍ ପ୍ରାର୍ଥୀ ଚୟନ କରିବାରେ ସଫଳ ହୋଇନାହାଁନ୍ତି।

Also Read: 'କଂଗ୍ରେସକୁ ଆବଶ୍ୟକ ନାହିଁ ଶତ୍ରୁ; ଦଳକୁ ଶେଷ କରି ଦେବେ ଜଣେ ଦଳୀୟ ନେତା'

ଅନ୍ୟପଟେ ପଞ୍ଜାବରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ନେତୃତ୍ୱ ପରିବର୍ତ୍ତନ କୌଣସି ଚମତ୍କାର କରି ପାରିନାହିଁ। ବିଧାନସଭା ନିର୍ବାଚନ ୬ ମାସ ପୂର୍ବରୁ ଚରଣଜିତ୍ ସିଂ ଚନ୍ନୀ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ଖେଳିଥିବା ଦଳିତ କାର୍ଡ ଦଳକୁ ଫାଇଦା ପହଞ୍ଚାଇନାହିଁ। ରାଜ୍ୟରେ ଆମ୍ ଆଦମୀ ପାର୍ଟି ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେବା ସହ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ପ୍ରଚାର ସମୟରେ ଅଜୟ ମାକେନ୍ ଏବଂ ହରିଶ ଚୌଧୁରୀ ଦଳର ସାଂସଦଙ୍କୁ ଅଣଦେଖା କରି ଦଳର ସ୍ଥିତିକୁ ବିଗାଡି ଦେଇଛନ୍ତି। ଯାହାର ବିପରୀତ ପ୍ରଭାବ ନିର୍ବାଚନ ସମୟରେ ଦଳ ଉପରେ ଅନୁଭୂତ ହୋଇଛି।