Assembly Election 2022: ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ତାରିଖ ଘୋଷଣା
Advertisement

Assembly Election 2022: ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ତାରିଖ ଘୋଷଣା

ସୁରକ୍ଷା ବ୍ୟବସ୍ଥା ଏବଂ କୋରାନା ମହାମାରୀର ତୃତୀୟ ଲହରକୁ ନଜରରେ ରଖି ନିର୍ବାଚନ ପ୍ରକ୍ରିୟାକୁ ଛୋଟ ରଖିବାକୁ ଯୋଜନା ରହିଛି।

Assembly Election 2022: ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା  ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କେବଳ ରାଜନୈତିକ ଦଳ ନୁହେଁ ନିର୍ବାଚନ ଆୟୋଗ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ବୁଧବାର ନିର୍ବାଚନ ଆୟୋଗର ଏକ ଦଳ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ ୨ ଦିନିଆ ପଞ୍ଜାବ ଗସ୍ତରେ ଯିବେ ଏବଂ ଏହି ସମୟ ମଧ୍ୟରେ ସେଠାରେ ନିର୍ବାଚନ ପ୍ରସ୍ତୁତି କିପରି ଚାଲିଛି ତାହାର ସମୀକ୍ଷା କରାଯିବ।

ଏହି ପର୍ଯ୍ୟାୟରେ ନିର୍ବାଚନ ଆୟୋଗର ଏକ ଦଳ ଚଳିତ ମାସ ଶେଷରେ ଉତ୍ତର ପ୍ରଦେଶ ପରିଦର୍ଶନ କରିପାରେ। ଏହାପୂର୍ବରୁ ଉତ୍ତରାଖଣ୍ଡ, ମଣିପୁର, ଗୋଆ ପ୍ରଭୃତି ରାଜ୍ୟ ପରିଦର୍ଶନ କରି ଏହି ଦଳ ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବେ ଏବଂ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଜାନୁଆରୀ ପ୍ରଥମ ସପ୍ତାହରେ ଜାନୁଆରୀ ପ୍ରଥମ ସପ୍ତାହରେ ଏହି ୫ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇପାରେ। ଏଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୫-୬ ପର୍ଯ୍ୟାୟରେ ହୋଇପାରେ। ଯାହା ସାଧାରଣତଃ ୭-୮ ପର୍ଯ୍ୟାୟରେ ହୋଇଥାଏ।

Also Read: ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ

ସୁରକ୍ଷା ବ୍ୟବସ୍ଥା ଏବଂ କୋରାନା ମହାମାରୀର ତୃତୀୟ ଲହରକୁ ନଜରରେ ରଖି ନିର୍ବାଚନ ପ୍ରକ୍ରିୟାକୁ ଛୋଟ ରଖିବାକୁ ଯୋଜନା ରହିଛି। ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନ ଦୀର୍ଘ ସମୟ ଧରି ନିର୍ବାଚନ ପ୍ରକ୍ରିୟାକୁ ଲମ୍ବା କରିବାକୁ ଚାହୁଁନାହାଁନ୍ତି। ଅନ୍ୟପକ୍ଷେ ପଞ୍ଜାବ, ଗୋଆ, ମଣିପୁର, ଉତ୍ତରାଖଣ୍ଡ ଭଳି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହି ସମସ୍ତ ରାଜ୍ୟରେ ଶେଷ ବିଧାନସଭା ନିର୍ବାଚନ ଗତ ୨୦୧୭ ବର୍ଷରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ନିର୍ବାଚନ ହୋଇାପରେ।