Assam Rajya Sabha Election: ଶେଷ ହେଲା Congress-AIUDF ମେଣ୍ଟ, ଫାଇଦା ଉଠାଇପାରେ BJP
Advertisement

Assam Rajya Sabha Election: ଶେଷ ହେଲା Congress-AIUDF ମେଣ୍ଟ, ଫାଇଦା ଉଠାଇପାରେ BJP

ଆସାମ ବିଧାନସଭାରେ ବର୍ତ୍ତମାନ ୨୯ କଂଗ୍ରେସ ଏବଂ ୧୬ ଏଆଇୟୁଡିଏଫ୍ ବିଧାୟକ ଅଛନ୍ତି। 

Assam Rajya Sabha Election: ଶେଷ ହେଲା Congress-AIUDF ମେଣ୍ଟ, ଫାଇଦା ଉଠାଇପାରେ BJP

ଗୌହାଟି: ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ସହଯୋଗୀ ଏଆଇୟୁଡିଏଫ୍ ମଧ୍ୟରେ ହୋଇଥିବା ମେଣ୍ଟ ବର୍ଷେ ଲାଗି ମଧ୍ୟ ତିଷ୍ଠି ପାରିନାହିଁ। ଚଳିତ ବର୍ଷ ଏହି ମେଣ୍ଟ ଭାଙ୍ଗିଯିବା ସହ ଆଗାମୀ ୨ ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି କଂଗ୍ରେସ-ଏଆଇୟୁଡିଏଫ୍। 

ସଦ୍ୟ ଘଟିଥିବା ଏହି ଘଟଣାକ୍ରମ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱ ବହନ କରୁଛି। କାରଣ ଏହାକୁ ବିରୋଧି ଏକତାରେ ଫାଟ ବୋଲି କୁହାଯାଉଛି। ଆସାମ ରାଜନୀତିରେ ବିରୋଧିଙ୍କ ପାଇଁ ଏହା କୌଣସି ଝଟକା ଠାରୁ କମ୍ ନୁହେଁ। ଗତକାଲି ବିଳମ୍ବିତ ରାତିରେ ଆସାମ କଂଗ୍ରେସ ଏହି ନିଷ୍ପତ୍ତି ସହ ଜଡିତ ଏକ ଘୋଷଣା କରିବାବେଳେ କହିଛି ଯେ ବର୍ତ୍ତମାନ ଠାରୁ ଏଆଇୟୁଡିଏଫ୍ ସହ ରହିଥିବା ମେଣ୍ଟ ସହଯୋଗ ଆଗକୁ ଜାରି ରଖାଯିବ ନାହିଁ। ଏହା ସହିତ ଆସାମ କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ଜରିଆର ଏଆଇୟୁଡିଏଫ୍ ବିରୋଧରେ ଅନେକ ଟ୍ୱିଟ୍ କରାଯାଇଛି ସହଯୋଗୀ ଦଳକୁ ଧୋକ୍କାବାଜ କହିବାକୁ ପଛେଇ ନାହିଁ କଂଗ୍ରେସ। ରାଜ୍ୟର ୫ ଏଆଇୟୁଡିଏଫ୍ ବିକ୍ରି ହୋଇଯାଇଥିବା ନେଇ କହିଛି ଟ୍ୱିଟ୍ କରି କହିଛି କଂଗ୍ରେସ।    

ଆସାମ ବିଧାନସଭାରେ ବର୍ତ୍ତମାନ ୨୯ କଂଗ୍ରେସ ଏବଂ ୧୬ ଏଆଇୟୁଡିଏଫ୍ ବିଧାୟକ ଅଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ଯଦି ଏଆଇୟୁଡିଏଫ୍, କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରେ ନାହିଁ ତାହେଲେ ଏହାର ଫାଇଦା ସିଧା ସଳଖ ବିଜେପି ଉଠାଇବ। ଅର୍ଥାତ କହିବାକୁ ଗଲେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ହୋଇଯିବ। 

Also Read: ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

କଂଗ୍ରେସ-ଏଆଇୟୁଡିଏଫ୍ ମେଣ୍ଟରେ ରହିଥିବା ଫାଟ ଗତ ବର୍ଷ ଦେଖିବାକୁ ମିଳିଥିଲା। ଯେତେବେଳେ ୭ ମାସ ପୂର୍ବେ ରାଜ୍ୟର ତାମୁଲପୁର, ଗୋସାଇଗାଓଁ, ମାରିଆନି, ମାଜୁଲି, ଥୌରା ପ୍ରଭୃତି ୫ ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଭୟ ଦଳ ମଧ୍ୟରେ ଚାଲିଥିବା ବିବାଦ ସାମ୍ନାକୁ ଆସିଥିଲା। ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଏଆଇୟୁଡିଏଫ୍ ସହ ମେଣ୍ଟ ପରେ ଦଳକୁ ମୁସଲମାନ ପାର୍ଟି ଭାବରେ ଦେଖାଯାଉଥିଲା ଏବଂ ଏହାକୁ ଧ୍ରୂବୀକରଣ କରିବାରେ ବିଜେପି ସଫଳ ହୋଇଥିଲା। କଂଗ୍ରେସ ମଧ୍ୟ ଦାବି କରିଛି ଯେ ଏଆଇୟୁଡିଏଫ୍, ଏବେ ବିଜେପି ନିକଟତର ହେବାରେ ଲାଗିଛି।