ହିମାଚଳରେ କ'ଣ କଲେ କେଜ୍ରିୱାଲ? ରାଲିର ୪୮ ଘଣ୍ଟା ପରେ BJPରେ ମିଶିଲେ AAPର ତିନି ପଦାଧିକାରୀ
Advertisement

ହିମାଚଳରେ କ'ଣ କଲେ କେଜ୍ରିୱାଲ? ରାଲିର ୪୮ ଘଣ୍ଟା ପରେ BJPରେ ମିଶିଲେ AAPର ତିନି ପଦାଧିକାରୀ

ହିମାଚଳ ପ୍ରଦେଶ, ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ଅନୁପ କେସରୀ ସମେତ ବରିଷ୍ଠ ଦଳର ନେତା ତଥା ସଂଗଠନର ସାଧାରଣ ସଚିବ ସତୀଶ ଠାକୁର ଏବଂ ଉନ୍ନା ଜିଲ୍ଲା ମୁଖ୍ୟ ଇକବାଲ ସିଂ 'ଆପ୍' ଛାଡି ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ହିମାଚଳରେ କ'ଣ କଲେ କେଜ୍ରିୱାଲ? ରାଲିର ୪୮ ଘଣ୍ଟା ପରେ BJPରେ ମିଶିଲେ AAPର ତିନି ପଦାଧିକାରୀ

ଶିମଲା: ହିମାଚଳ ପ୍ରଦେଶରେ ଆମ ଆଦମୀ ପାର୍ଟିକୁ ଏକ ଶକ୍ତ ଧକ୍କା ଲାଗିଛି। ରାଜ୍ୟ ସଭାପତି ସମେତ ତିନି ଜଣ ପଦାଧିକାରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଯୁବ ବ୍ୟପାର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। 

ହିମାଚଳ ପ୍ରଦେଶ, ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ଅନୁପ କେସରୀ ସମେତ ବରିଷ୍ଠ ଦଳର ନେତା ତଥା ସଂଗଠନର ସାଧାରଣ ସଚିବ ସତୀଶ ଠାକୁର ଏବଂ ଉନ୍ନା ଜିଲ୍ଲା ମୁଖ୍ୟ ଇକବାଲ ସିଂ 'ଆପ୍' ଛାଡି ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ତିନି ନେତାଙ୍କୁ ଦଳରେ ଭର୍ତ୍ତି କରିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ପାର୍ଟି ମାଣ୍ଡିରେ ପ୍ରଥମ ରୋଡ୍ ଶୋ ସହିତ ଏହାର 'ମିଶନ୍ ହିମାଚଳ' ଆରମ୍ଭ କରିଛି। ଏହି ରାଲିରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ। ବୁଧବାର ପ୍ରଥମ ଥର AAP ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମାଣ୍ଡିରେ ରୋଡ୍ ଶୋ କରିଥିଲେ।

Also Read: 'ଭାରତକୁ କିଏ ବି ନାଲି ଆଖି ଦେଖାଇ ପାରବେ ନାହିଁ, କିନ୍ତୁ ଆମକୁ...'

 

ରୋଡ ଶୋ ସମୟରେ କେଜ୍ରିୱାଲ କହିଛନ୍ତି ଯେ, AAP ରାଜ୍ୟରୁ ଦୁର୍ନୀତି ହଟାଇବ। ପ୍ରଥମେ ଆମେ ଦିଲ୍ଲୀରେ ଏବଂ ପରେ ପଞ୍ଜାବରେ ଦୁର୍ନୀତି ହଟାଇଥିଲୁ, ବର୍ତ୍ତମାନ ହିମାଚଳ ପ୍ରଦେଶରୁ ଦୁର୍ନୀତି ହଟାଇବାର ସମୟ ଆସିଛି। କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ରାଜନୀତି କିପରି କରିବେ ତାହା ଜାଣି ନାହାଁନ୍ତି, କିନ୍ତୁ ଲୋକଙ୍କ ପାଇଁ କିପରି କାର୍ଯ୍ୟ କରିବେ, ବିଦ୍ୟାଳୟ ତିଆରି କରିବେ ଏବଂ ଦୁର୍ନୀତି ଦୂର କରିବେ ତାହା ଜାଣିଛି। ଗୁରୁବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଛନ୍ତି ଯେ, AAPର ପ୍ରଦର୍ଶନରେ ବିଜେପି ଭୟଭୀତ ହୋଇଛି, ତେଣୁ ହିମାଚଳ ସିଏମ ଜୟ ରାମ ଠାକୁରଙ୍କୁ ହଟାଇ ଦଳ ତାଙ୍କ ସ୍ଥାନରେ  ଅନୁରାଗ ଠାକୁରଙ୍କୁ ସୁଯୋଗ ଦେବାକୁ ଯୋଜନା କରୁଛି। 

ଅନ୍ୟପଟେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ହିମାଚଳ ପ୍ରଦେଶ ରାଲିର ୪୮ ଘଣ୍ଟା ନ ପୁରୁଣୁ ଦଳର ତିନି ଜଣ ବରିଷ୍ଠ ପଦାଧିକାରୀ ଦଳ ଛାଡି ପ୍ରତିଦ୍ୱନ୍ଦୀ ବିଜେପିରେ ସାମିଲ ହୋଇଛନ୍ତି। ତେବେ କେଜ୍ରିୱାଲଙ୍କ ହିମାଚଳ ଗସ୍ତ ସମୟରେ କଣ ହେଲା ଯେ ରାଜ୍ୟ ସଭାପତି ଦଳ ଛାଡିବାକୁ ନିଷ୍ପତ୍ତି ନେଲେ, ତାହାକୁ ନେଇ ସସ୍ପେନ୍ସ ବଢୁଛି। ଗତମାସରେ ହିମାଚଳ ପ୍ରଦେଶରେ ଫୁଟ୍ ପ୍ରିଣ୍ଟ୍ ବିସ୍ତାର କରିବାକୁ AAP ଏକ ଆଠ ଜଣିଆ ଦଳ ନିଯୁକ୍ତ କରିଥିଲା। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ରାଜ୍ୟର ନିର୍ବାଚନ ଦାୟିତ୍ୱରେ ରଖାଯାଥିଲା। କିନ୍ତୁ ସମୟରେ ଦୁର୍ଗେଶ ପଠକଙ୍କୁ ସେହି ଦାୟିତ୍ୱ ଦିଆଗଲା।

Also Read: ଦିଲ୍ଲୀ, ହରିୟାଣା ସମେତ ଏହି ୫ ଟି ରାଜ୍ୟରେ ବୃଦ୍ଧି ପାଇଲା କୋରୋନା; କେନ୍ଦ୍ର କଲା ଆଲର୍ଟ

ପଞ୍ଜାବ ଦଖଲ ପରେ AAP ବର୍ତ୍ତମାନ ହିମାଚଳ ପ୍ରଦେଶକୁ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଏହି ସମୟରେ ଦଳରେ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତ ନିର୍ବାଚନରେ ୟୁପି, ହରିୟାଣା ଓ ଗୋଆରେ ଆପକୁ ଲଜ୍ଜାଜନକ ପରାଜୟର ସାମନା କରିବାକୁ ପଡିଛି। ଏହା ଦଳୀୟ କର୍ମୀଙ୍କ ମନବଳକୁ ଦୁର୍ବଳ କରିଛି। ଯାହାକୁ ବୁଷ୍ଟ କରିବା ପାଇଁ ଖୋଦ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ସ୍ଥାନରେ ରୋଡ ଶୋ ସହିତ ଜନସଭା କରୁଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଧ୍ୟ ଆପ୍ ଏବେଠାରୁ ପ୍ରସ୍ତୁତି ଚଳାଇଛି।