ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ସମାଜବାଦୀ ପାର୍ଟି ମୁଖ୍ୟ
Advertisement

ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ସମାଜବାଦୀ ପାର୍ଟି ମୁଖ୍ୟ

ପୁରସ୍କାର ପାଇଥିବା ସମାଜବାଦୀ ପାର୍ଟି ସମର୍ଥକ ନିର୍ବାଚନ ସମୟରେ ନିଜେ କରିଥିବା କାମକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ସମାଜବାଦୀ ପାର୍ଟି ମୁଖ୍ୟ

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ନେଇ ହତୋତ୍ସାହିତ ହୋଇନାହିଁ ସମାଜବାଦୀ ପାର୍ଟି। ନିର୍ବାଚନରେ ପରାସ୍ତ ହେବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିଛନ୍ତି ଦଳୀୟ ସୁପ୍ରିମୋ ଅଖିଲେଶ ଯାଦବ। ପୁରସ୍କାର ପାଇଥିବା ସମାଜବାଦୀ ପାର୍ଟି ସମର୍ଥକ ନିର୍ବାଚନ ସମୟରେ ନିଜେ କରିଥିବା କାମକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

ଦଳୀୟ ସମର୍ଥକଙ୍କ କାର୍ଯ୍ୟରେ ଖୁସି ହୋଇ ଉଠିଥିବା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ତାଙ୍କୁ ଉପହାର ସ୍ୱରୂପ ୧ ଲକ୍ଷ ଟଙ୍କାର ଚେକ୍ ପଠାଇଛନ୍ତି। ନିର୍ବାଚନ ସମୟରେ କରିଥିବା କାମ ଲାଗି ଦଳର ଅଧ୍ୟକ୍ଷଙ୍କ ହୃଦୟ ଜିତିଛନ୍ତି  ସମାଜବାଦୀ ପାର୍ଟି ସମର୍ଥକ।

Also Read: UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ରାଜ୍ୟର ବାନ୍ଦା ଜିଲ୍ଲାରେ ଅୱଧେଶ କୁଶୱାହା ନାମକ ଜଣେ ସମାଜବାଦୀ ପାର୍ଟି ସମର୍ଥକ ତାଙ୍କ ବନ୍ଧୁଙ୍କ ସହ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ତ୍ତ ଲଗାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଲଗାଯାଇଥିବା ସର୍ତ୍ତ ଅନୁସାରେ ଯଦି ରାଜ୍ୟରେ ବିଜେପି ସରକାର ଗଠନ କରେ ତାହେଲେ ତାଙ୍କ ବାଇକ୍ ତାଙ୍କୁ ବନ୍ଧୁଙ୍କୁ ଦେବେ। ଅନ୍ୟପଟେ ଯଦି ସମାଜବାଦୀ ପାର୍ଟି ଜିତେ ତାହେଲେ ତାଙ୍କ ବନ୍ଧୁ ତାଙ୍କୁ ତାଙ୍କ ଅଟୋରିକ୍ସା ଟେମ୍ପୋ ଦେବାକୁ ହେବ। 

ଯେତେବେଳେ ବିଜେପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କଲା ସେତେବେଳେ ସର୍ତ୍ତ ଅନୁଯାୟୀ ଅୱଧେଶ ତାଙ୍କ ବାଇକକୁ ତାଙ୍କ ବନ୍ଧୁଙ୍କୁ ଦେଇଥିଲେ। ଏହି ସର୍ତ୍ତ ବାବଦରେ ଯେତେବେଳେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ତାଙ୍କର ସେହି ଦଳୀୟ ସମର୍ଥକଙ୍କୁ ଲକ୍ଷ୍ନୌ ଡାକିଥିଲେ। 

ଦଳୀୟ ସମର୍ଥକଙ୍କ ଏପରି ବଡ ହୃଦୟ ଦେଖି ଅଖିଳେଶ ଯାଦବ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାଙ୍କୁ ବାଇକ୍ କ୍ଷୟକ୍ଷତିର ଭରଣା ବାବଦରେ ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଜୀବନରେ କୌଣସି ସର୍ତ୍ତ ନକରିବାକୁ ସେ ତାଙ୍କ ସମର୍ଥକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଚର୍ଚ୍ଚାରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ କାରନାମା

ଅୱଧେଶ କୁଶୱାହା ନାମକ ସମାଜବାଦୀ ପାର୍ଟି ସମର୍ଥକ ନିଜ ବାଇକ ଯୋଗେ ଗାଁ ଗାଁ ବୁଲି ବୈଦ୍ୟୁତିକ ସାମଗ୍ରୀ ବିକ୍ରି କରିଥାନ୍ତି। ହାତରୁ ବାଇକ୍ ଚାଲିଯିବା ଦେବା ପରେ ତାଙ୍କ ରୋଜଗାରରେ ସଂକଟ ଦେଖାଦେଇଥିଲା। ହେଲେ ବର୍ତ୍ତମାନ ସେ ତାଙ୍କ ବାଇକ୍ ଅପେକ୍ଷା ଅଧିକ ମୂଲ୍ୟର ଚେକ୍ ପାଇ ବହୁତ ଖୁସି ଅଛନ୍ତି। ସେ ଆହୁରି ମଧ୍ୟ ଶପଥ କରିଛନ୍ତି ଯେ ବର୍ତ୍ତମାନ ଠାରୁ ସେ ଏପରି କୌଣସି ସର୍ତ୍ତ ଲଗାଇବେ ନାହିଁ।