ନିର୍ବାଚନ ସରିବା ପରେ ଆ ମ ଆଦମୀ ପାର୍ଟି କୁ ଝଟକା; ଦଳ ଛାଡ଼ିଲେ ଦଳୀୟ ମୁଖ୍ୟମନ୍ତ୍ରୀ ଚେହେରା
Advertisement

ନିର୍ବାଚନ ସରିବା ପରେ ଆ ମ ଆଦମୀ ପାର୍ଟି କୁ ଝଟକା; ଦଳ ଛାଡ଼ିଲେ ଦଳୀୟ ମୁଖ୍ୟମନ୍ତ୍ରୀ ଚେହେରା

ମେ ୧୮  ତାରିଖ ବୁଧବାର ସେ ଦଳ  ଛାଡ଼ିବା ବାବଦରେ ଜଣାଇଛନ୍ତି।   

ନିର୍ବାଚନ ସରିବା ପରେ ଆ ମ ଆଦମୀ ପାର୍ଟି କୁ ଝଟକା;  ଦଳ ଛାଡ଼ିଲେ ଦଳୀୟ ମୁଖ୍ୟମନ୍ତ୍ରୀ ଚେହେରା

Uttarakhand  Politics:  ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା ବିଧାନସଭା ବିଧାନସଭା  ନିର୍ବାଚନ ଶେଷ ହେବା ପରେ ଦଳ ଛାଡ଼ିଛନ୍ତି  ଆମ ଆଦମୀ ପାର୍ଟି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ  ଅଜୟ କୋଠିୟାଲ।  ମେ ୧୮  ତାରିଖ ବୁଧବାର ସେ ଦଳ  ଛାଡ଼ିବା ବାବଦରେ ଜଣାଇଛନ୍ତି।   

ଦଳ ଛାଡିବା ପ୍ରସଙ୍ଗରେ  ପ୍ରତିକ୍ରିୟା ରଖି  ଅଜୟ କୋଠିୟାଲ କହିଛନ୍ତି ପୂର୍ବତନ ସୈନିକ, ପୂର୍ବତନ ଅର୍ଦ୍ଧସୈନିକ, ବୟୋଜ୍ୟୋଷ୍ଠ, ମହିଳା, ଯୁବପିଢି, ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ମୁଁ ଆମ ଆଦମୀ ପାର୍ଟି (Aam Admi Party)  ଆପ୍ (AAP ) ସଦସ୍ୟତା ତ୍ୟାଗ କରୁଛି।   ଗତ ୨୦୨୧, ୨୦ ଅପ୍ରେଲରେ  ଆପ୍ ହାତ ଧରିଥିଲେ ସେ।  ଗତ ଫେବୃଆରୀ-ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ   ଉତ୍ତରାଖଣ୍ଡ ଲାଗି ଦଳୀୟ ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ହୋଇଥିଲେ। 

 

ଚଳିତ  ବର୍ଷ ଅନୁଷ୍ଠିତ ହୋଇଥିବ ଉତ୍ତରାଖଣ୍ଡ  ବିଧାନସଭା ନିର୍ବାଚନରେ ଉତ୍ତରକାଶୀ ଜିଲ୍ଲାର ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢିଥିଲେ ଅଜୟ କୋଠିୟାଲ।  ମାତ୍ର  ସେ ଏହି ନିର୍ବାଚନରେ ନିଜ ଅମାନତ ମଧ୍ୟ ରକ୍ଷା କରି ପାରିନଥିଲେ।  ବିଧାନସଭା ନିର୍ବାଚନରେ ତାଙ୍କୁ  କେବଳ  ୬୧୬୧ ଖଣ୍ଡ ଭୋଟ ମିଳିଥିଲା।

Also Read: ଦିବାସ୍ୱପ୍ନ ପାଲଟିବ କି ଗୁଜରାଟ ଦଖଲ ଆଶା?

 

ଚଳିତ ବର୍ଶ ଦେଶର ଉତ୍ତର ପ୍ରଦେଶ,  ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ  ଆଦି ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ।  କେବଳ  ପଞ୍ଜାବ ବିଧାନସଭା ନିର୍ବାଚନରେ ଆଶ୍ଚର୍ଯ୍ୟଚକିତ କରିବା ଭଳି  ସଫଳତା  ହାସଲ କରିଥିବା ଆମ ଆଦମୀ ପାର୍ଟି  ଉତ୍ତର ପ୍ରଦେଶ କିମ୍ବା ଉତ୍ତରାଖଣ୍ଡରେ ଖାତା ଖୋଲି ପାରିନଥିଲା। ଅନ୍ୟପଟେ ଗୋଆରେ ଦଳ ୨ ଆସନ ପାଇବାକୁ ସକ୍ଷମ ହୋଇଥିଲା।