ବିଜେଡିର ବିକଳ୍ପ ହେବ ଆମ ଆଦମୀ ପାର୍ଟି? ଯଦି ଓଡ଼ିଶାରେ ସରକାର ଗଠନ ହୁଏ ତ ମାଗଣା ବିଜୁଳି, ପାଣି ଏବଂ ଶିକ୍ଷା ଯୋଗାଇବ କେଜ୍ରିୱାଲଙ୍କ ଦଳ!
Advertisement

ବିଜେଡିର ବିକଳ୍ପ ହେବ ଆମ ଆଦମୀ ପାର୍ଟି? ଯଦି ଓଡ଼ିଶାରେ ସରକାର ଗଠନ ହୁଏ ତ ମାଗଣା ବିଜୁଳି, ପାଣି ଏବଂ ଶିକ୍ଷା ଯୋଗାଇବ କେଜ୍ରିୱାଲଙ୍କ ଦଳ!

Odisha Politics: ଶୁକ୍ରବାର ବିଜ୍ଞପ୍ତି ଜାରି କରି ଦଳ କହିଛି ଯେ, ବିଜେପି ଓ ବିଜେପିର ମିଳିତ ରାଜନୀତି ଯେପରି ରାଜ୍ୟବାସୀଙ୍କ ପ୍ରଗତିରେ ବାଧା ସୃଷ୍ଟି କରିଛି ତା ବିରୋଧରେ ବିକଳ୍ପ ରାଜନୀତିକୁ ମଜବୁତ କରିବା ପାଇଁ AAP ରଣନୀତି ପ୍ରସ୍ତୁତ କରୁଛି । 

ବିଜେଡିର ବିକଳ୍ପ ହେବ ଆମ ଆଦମୀ ପାର୍ଟି? ଯଦି ଓଡ଼ିଶାରେ ସରକାର ଗଠନ ହୁଏ ତ ମାଗଣା ବିଜୁଳି, ପାଣି ଏବଂ ଶିକ୍ଷା ଯୋଗାଇବ କେଜ୍ରିୱାଲଙ୍କ ଦଳ!

ନୂଆଦିଲ୍ଲୀ: Odisha Politics: ଆମ୍ ଆଦମୀ ପାର୍ଟି (AAP) ଓଡ଼ିଶାରେ ବିଜୁ ଜନତା ଦଳ (BJD) ଓ ଭାରତୀୟ ଜନତା ପାର୍ଟି (BJP) ର ବିକଳ୍ପ ହେବାକୁ ରଣନୀତି କରୁଛି । ଏହା ଅନ୍ତର୍ଗତ ଦଳ କହିଛି ଯେ, ସେ ଓଡ଼ିଶାରେ ବିଜେଡି  ଓ ବିଜେପିର ବିକଳ୍ପ ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ରବିବାର ରାଜ୍ୟରେ ଦଳୀୟ କର୍ମୀଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି AAP ସୂଚନା ଦେଇଛି । ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବିଧାୟକ ତଥା ଓଡ଼ିଶା ପାଇଁ ଦଳର ଦାୟିତ୍ୱରେ ଥିବା ବିରେନ୍ଦ୍ର ସିଂ କାଦିଆନ ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ । ଏଥିରେ ରାଜ୍ୟରେ ବନ୍ୟା ପରିସ୍ଥିତି ସହିତ ସାମ୍ପ୍ରତିକ ପରିସ୍ଥିତି ସମେତ ଅନ୍ୟାନ୍ୟ ଅନେକ ବିଷୟ ଉପରେ ଆଲୋଚନା ହେବ ।

ଶୁକ୍ରବାର ବିଜ୍ଞପ୍ତି ଜାରି କରି ଦଳ କହିଛି ଯେ, ବିଜେପି ଓ ବିଜେପିର ମିଳିତ ରାଜନୀତି ଯେପରି ରାଜ୍ୟବାସୀଙ୍କ ପ୍ରଗତିରେ ବାଧା ସୃଷ୍ଟି କରିଛି ତା ବିରୋଧରେ ବିକଳ୍ପ ରାଜନୀତିକୁ ମଜବୁତ କରିବା ପାଇଁ AAP ରଣନୀତି ପ୍ରସ୍ତୁତ କରୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ନେତୃତ୍ୱରେ ଏହି ଦଳ ଦିଲ୍ଲୀ ଓ ପଞ୍ଜାବ ଭଳି ଓଡିଶାର ପ୍ରତ୍ୟେକ ଯୁବକଙ୍କୁ ନିଯୁକ୍ତି, ମାଗଣା ବିଜୁଲି, ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ତଥା ନିଯୁକ୍ତି ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସମ୍ମିଳନୀରେ ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୧୨୦୦ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

ଏହା ବି ପଢ଼ନ୍ତୁ:-୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଅଖିଳେଶ ଯାଦବ କହିଲେ ଏହି ୩ ନେତାଙ୍କ ମଧ୍ୟରୁ ଜଣେ

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ବଡ଼ ଖବର, ଯଦି ୩ ମାସ ପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ବାତିଲ ହେବ କାର୍ଡ

ଏହା ବି ପଢ଼ନ୍ତୁ:-ଡିସେମ୍ବର ସୁଦ୍ଧା ଭାଙ୍ଗି ଯିବ ମମତା ସରକାର! ଜାଣନ୍ତୁ ମହାରାଷ୍ଟ୍ର ପରି ଖେଳ କରିବାକୁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶକତା...

ସେପଟେ ନିକଟ ଅତୀତରେ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଇଥିଲା, ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ଓ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଓଡ଼ିଶାର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଏମ ବୋଲି କହିଛନ୍ତି ।

ଓଡ଼ିଶାର ୭୮ ପ୍ରତିଶତ ଲୋକ ନବୀନ (Naveen Patnaik) ଙ୍କ ଦ୍ୱାରା ରାଜ୍ୟ ପାଇଁ କରାଯାଇଥିବା ବିକାଶ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମା (Himanta Biswa Sarma) ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ କାର୍ଯ୍ୟକୁ ୬୩ ପ୍ରତିଶତ ଲୋକ ପ୍ରଶଂସା କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (MK Stalin) ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ କାମକୁ ତାମିଲନାଡୁର ୬୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।