Advertisement
photoDetails0hindi

ଦଶନ୍ଧି ଧରି ନିରପେକ୍ଷ ଥିବା ଦେଶଗୁଡ଼ିକ ମଧ୍ୟ 'ଯୁଦ୍ଧ'ରେ ହେଲେ ସାମିଲ! ଜର୍ମାନୀ-ସ୍ୱିଡେନ ସମେତ ଏହି ୫ଟି ଦେଶ ନେଲେ ବଡ଼ ପଦକ୍ଷେପ

Russia-Ukraine War: ଦୁନିଆର ଅନେକ ଦେଶ ଅଛନ୍ତି ଯେଉଁମାନେ ନିଜକୁ ଏପରି ଯୁଦ୍ଧରୁ ଦୂରେଇ ରଖିଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ଆଗକୁ ଆସୁଛନ୍ତି । ୧୯୩୯ ପରେ ସ୍ୱିଡେନ (Sweden) ସାମରିକ ମୋର୍ଚ୍ଚାରେ ଅନ୍ୟ କୌଣସି ଦେଶକୁ ସାହାଯ୍ୟ କରିବାକୁ ଯାଉଛି । ଏଥି ସହିତ ଜର୍ମାନୀ ନିଜର ପ୍ରତିରକ୍ଷା ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛି ।

1/7

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ କେତେ ଭୀଷଣ ଓ କେତେ ବଡ଼ ହେବାରେ ଲାଗିଛି, ତାହା ଏଥିରୁ ଆକଳନ କରାଯାଇପାରିବ ଯେ ଦଶନ୍ଧି ଧରି ନିରପେକ୍ଷ ଥିବା ଦେଶଗୁଡିକ ମଧ୍ୟ ବର୍ତ୍ତମାନ ଯୁଦ୍ଧ ମୁଡକୁ ଆସିଯାଇଛନ୍ତି । 

2/7

ଦୁନିଆର ଅନେକ ଦେଶ ଅଛନ୍ତି ଯେଉଁମାନେ ନିଜକୁ ଏପରି ଯୁଦ୍ଧରୁ ଦୂରେଇ ରଖିଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ଆଗକୁ ଆସୁଛନ୍ତି । ୧୯୩୯ ପରେ ସ୍ୱିଡେନ (Sweden) ସାମରିକ ମୋର୍ଚ୍ଚାରେ ଅନ୍ୟ କୌଣସି ଦେଶକୁ ସାହାଯ୍ୟ କରିବାକୁ ଯାଉଛି । ଏଥି ସହିତ ଜର୍ମାନୀ ନିଜର ପ୍ରତିରକ୍ଷା ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛି ।

୫ଟି ଦେଶ ଯିଏ ଶାନ୍ତ ଥିଲା, ବର୍ତ୍ତମାନ ଯୁଦ୍ଧ ମୁଡରେ ଆସିଯାଇଛନ୍ତି

୧. ସ୍ୱିଡେନ (Sweden)

3/7
୧. ସ୍ୱିଡେନ (Sweden)

ସ୍ୱିଡେନ ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡର୍ସନ୍ (Sweden Prime Minister Magdalena Andersson) ସୋମବାର ୟୁକ୍ରେନର ସାମରିକ ମୋର୍ଚ୍ଚା ପାଇଁ ସହାୟତା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସ୍ୱିଡେନ ଅନ୍ୟ ଦେଶକୁ ସାମରିକ ସହାୟତା ଯୋଗାଇ ନଦେବା ପାଇଁ ଡକ୍ଟ୍ରିନ୍ ଭାଙ୍ଗିବାକୁ ଯାଉଛି । ଆଣ୍ଡର୍ସେନ୍ କହିଛନ୍ତି ଯେ, ସ୍ୱିଡେନ ମଧ୍ୟ ୟୁକ୍ରେନକୁ ୫ ହଜାର ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ପଠାଇବ । ଏହା ସହିତ ୧.୩୫ ଲକ୍ଷ ଫିଲ୍ଡ ରାସନ, ୫ ହଜାର ହେଲମେଟ ଏବଂ ୫ ହଜାର ବଡି ଆର୍ମର ମଧ୍ୟ ପଠାଯିବ । ଶେଷ ଥର ପାଇଁ ୧୯୩୯ ମସିହାରେ ସ୍ୱିଡେନ ଫିନଲ୍ୟାଣ୍ଡକୁ ସାହାଯ୍ୟ କରିଥିଲା, ଯେତେବେଳେ ଫିନଲ୍ୟାଣ୍ଡ (Finland) ଉପରେ ସୋଭିଏତ ସଂଘ (Soviet Union) ଆକ୍ରମଣ କରିଥିଲା ।

୨. ସ୍ୱିଜରଲ୍ୟାଣ୍ଡ (Switzerland)

4/7
୨. ସ୍ୱିଜରଲ୍ୟାଣ୍ଡ (Switzerland)

ବର୍ତ୍ତମାନ ପର୍ଯ୍ୟନ୍ତ ନିରପେକ୍ଷ ଥିବା ସ୍ୱିଜରଲ୍ୟାଣ୍ଡ (Switzerland) ମଧ୍ୟ ଋଷ (Russia) ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କୁ ସମାଲୋଚନା କରିଛି । ରାଷ୍ଟ୍ରପତି ଇଗନାଜିଓ କ୍ୟାସିସ୍ (President Ignazio Cassis) କହିଛନ୍ତି ଯେ, ଏହି ଯୁଦ୍ଧ ୟୁରୋପର ହୃଦୟରେ ଚାଲୁଛି । ସେ ଏହି ଯୁଦ୍ଧକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି । ରାଜନୈତିକ ଓ ନୈତିକ ଆଧାରରୁ ଋଷର ଏହି ଆକ୍ରମଣ ଅସହିଷ୍ଣୁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ, ସ୍ୱିଜରଲ୍ୟାଣ୍ଡ ୟୁରୋପୀୟ ସଂଘ (European Union) ର ସଦସ୍ୟ ନୁହଁନ୍ତି, କିନ୍ତୁ ସେ ୟୁରୋପୀୟ ସଂଘ ଦ୍ୱାରା ଋଷ ଉପରେ ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକକୁ ମଧ୍ୟ କାର୍ଯ୍ୟକାରୀ କରିବ ।

୩. ଫିନଲ୍ୟାଣ୍ଡ (Finland)

5/7
୩. ଫିନଲ୍ୟାଣ୍ଡ (Finland)

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ (Sanna Marin) ଘୋଷଣା କରିଛନ୍ତି । ସେ ନିଜ ନିଷ୍ପତ୍ତିକୁ 'ଐତିହାସିକ' ବୋଲି କହିଛନ୍ତି । ୟୁକ୍ରେନକୁ ଫିନଲ୍ୟାଣ୍ଡ ୨୫୦୦ ଆସଲ୍ଟ ରାଇଫଲ, ୧.୫୦ ଲକ୍ଷ ବୁଲେଟ୍, ୧,୫୦୦ ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଏବଂ ୭୦,୦୦୦ ଖାଦ୍ୟ ପ୍ୟାକେଟ ଯୋଗାଇବ । ଏହା ସହିତ ବର୍ତ୍ତମାନ ପିଏମ ସାନ୍ନା ମାରିନ କହିଛନ୍ତି ଯେ ଫିନଲ୍ୟାଣ୍ଡ (Finland) କୁ ନାଟୋ (NATO) ରେ ମଧ୍ୟ ସାମିଲ କରାଯିବା ଉଚିତ୍ ।

୪. ଜାପାନ (Japan)

6/7
୪. ଜାପାନ (Japan)

ଋଷ (Russia) ଉପରେ ଲାଗିଥିବା ପ୍ରତିବନ୍ଧକକୁ ସମର୍ଥନ କରିଛି ଜାପାନ (Japan) । ଏହା ବ୍ୟତୀତ ଜାପାନରେ ଥିବା ଋଷୀ ଲୋକଙ୍କ ସମସ୍ତ ସମ୍ପତ୍ତି ଜବତ କରିବାକୁ ଘୋଷଣା କରାଯାଇଛି । ଜାପାନ ମଧ୍ୟ ୟୁକ୍ରେନକୁ ୧୦୦ ମିଲିୟନ୍ ଡଲାର ଋଣ ଦେବା ସହ ୧୦୦ ମିଲିୟନ୍ ଡଲାର ମାନବିକ ସହାୟତା ଘୋଷଣା କରିଛି । ଅନ୍ୟପଟେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ (former Japanese Prime Minister Shinzo Abe) ନାଟୋ (NATO) ଭଳି ପରମାଣୁ ସେୟାରିଂ ପ୍ରୋଗ୍ରାମ ବିଷୟରେ କହିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ଫୁମିଓ କାଶୀଦା (Fumio Kishida) କହିଛନ୍ତି ଯେ ଜାପାନ ଆମେରିକା ସହିତ କୌଣସି ପରମାଣୁ ଅଂଶୀଦାର ଚୁକ୍ତି କରିବ ନାହିଁ ।

ଏହା ବି ପଢ଼ନ୍ତୁ:-BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି

ଏହା ବି ପଢ଼ନ୍ତୁ:-ଋଷ ଦେଲା ଚାଞ୍ଚଲ୍ୟକର ବୟାନ, ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ

ଏହା ବି ପଢ଼ନ୍ତୁ:- ହେଉଛି OTT ର ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, କାହା ଆଗରେ ଭୁଲରେ ବି କରନ୍ତୁନି କ୍ଲିକ୍

ଏହା ବି ପଢ଼ନ୍ତୁ:-ଭୂମିରୁ ଆକାଶ ପର୍ଯ୍ୟନ୍ତ ...ୟୁକ୍ରେନର ସବୁଆଡ଼େ ପୁଟିନଙ୍କ ଏହି ୮ଟି ଅସ୍ତ୍ର କରୁଛି ଧ୍ୱଂସ ଲୀଳା

୫. ଜର୍ମାନୀ (Germany)

7/7
୫. ଜର୍ମାନୀ (Germany)

ଦ୍ୱିତୀୟ ବିଶ୍ୱଯୁଦ୍ଧ (Second World War) ପରେ ଜର୍ମାନୀ (Germany) ବର୍ତ୍ତମାନ ବୈଦେଶିକ ନୀତିରେ ପରିବର୍ତ୍ତନ ଆଣି ୟୁକ୍ରେନକୁ ସାମରିକ ସହାୟତା ଘୋଷଣା କରିଛି । ୟୁକ୍ରେନକୁ ଜର୍ମାନୀ ୫୦୦ ଷ୍ଟିଙ୍ଗର କ୍ଷେପଣାସ୍ତ୍ର  (Stinger Missile) ଦେବ । ଜର୍ମାନ ଚାନସେଲର ଓଲାଫ ସ୍କୋଲଜ (Germany Chancellor Olaf Scholz) ମଧ୍ୟ ନିଜ ଦେଶର ପ୍ରତିରକ୍ଷା ପାଇଁ ୧୧୩ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ୨୦୧୪ରେ ନାଟୋ (NATO) ଦେଶଗୁଡିକ ନିଜ ଜିଡିପିର ୨ ପ୍ରତିଶତ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲେ, କିନ୍ତୁ ଜର୍ମାନୀ ସର୍ବଦା ପଛରେ ରହିଛି ।