Advertisement
photoDetails0hindi

ନୋସ୍ତ୍ରେଦମସ୍ ଋଷ ଓ ଚୀନକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ, ଯଦି ସତ ହୁଏ ତ ବଦଳି ଯିବ ଦୁନିଆ

Nostradamus Predictions 2022: ଆଚାର୍ଯ୍ୟ ବିକ୍ରମାଦିତ୍ୟ କହିଛନ୍ତି ଯେ, ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀ (Nostradamus Predictions) ଅନୁଯାୟୀ, ୨୦୨୨ ମସିହାରେ ଅନେକ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ସେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବ୍ୟକ୍ତ କରୁଥିଲେ ।

1/7

ନୂଆଦିଲ୍ଲୀ: Nostradamus Predictions 2022: ଋଷ ଓ ୟୁକ୍ରେନ ମଧ୍ୟରେ ଏକ ମାସର ଧରି ଭୟଙ୍କର ଯୁଦ୍ଧ (Russia-Ukraine War) ଜାରି ରହିଛି । ଏହି ଯୁଦ୍ଧର ପରିଣାମ ସାରା ଦୁନିଆକୁ ଭୋଗିବାକୁ ପଡ଼ୁଛି । ଯୁଦ୍ଧ ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ଲୋକମାନେ ଆଶଙ୍କା କରୁଛନ୍ତି ଯେ ଋଷ-ୟୁକ୍ରେନ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ (Third World War) ରେ ପରିଣତ ହୋଇପାରେ । ୨୦୨୦ ପରଠାରୁ ସାରା ଦୁନିଆରେ ଏପରି ସ୍ଥିତି ବହୁଥର ଦେଖାଦେଇଛି । ସେପଟେ ଫ୍ରାନ୍ସର ଜ୍ୟୋତିଷ ନୋସ୍ତ୍ରେଦମସ୍ ମଧ୍ୟ  ଅନେକ ଭବିଷ୍ୟବାଣୀ ( Nostradamus Predictions) କରିଥିଲେ । 

ଅନେକ ଦେଶ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

2/7
ଅନେକ ଦେଶ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

ଆଚାର୍ଯ୍ୟ ବିକ୍ରମାଦିତ୍ୟ କହିଛନ୍ତି ଯେ, ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀ (Nostradamus Predictions) ଅନୁଯାୟୀ, ୨୦୨୨ ମସିହାରେ ଅନେକ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା । ସେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବ୍ୟକ୍ତ କରୁଥିଲେ । ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଆମେରିକା (America) ଏସିଆ (Asia) ରେ ସର୍ବବୃହତ ସାମରିକ ଅଭ୍ୟାସ ଆରମ୍ଭ କରିବ ।

ନୋସ୍ତ୍ରେଦମସ୍ ବିନାଶର ଆଶଙ୍କାର କରିଥିଲେ ଭବିଷ୍ୟବାଣୀ

3/7
ନୋସ୍ତ୍ରେଦମସ୍ ବିନାଶର ଆଶଙ୍କାର କରିଥିଲେ ଭବିଷ୍ୟବାଣୀ

ଯଦି ଏହି ଭବିଷ୍ୟବାଣୀକୁ ସାମ୍ପ୍ରତିକ ପରିସ୍ଥିତି ସହିତ ତୁଳନା କରାଯାଏ, ତେବେ ୨୦୨୨ ଆରମ୍ଭରେ ଦୁଇ ବଡ଼ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ବିନାଶର ନିଆଁରେ ସମଗ୍ର ଦୁନିଆ ଜଳିବାକୁ ଯାଉଛି । ନୋସ୍ତ୍ରେଦମସ୍ ବୋଧହୁଏ ବହୁ ବର୍ଷ ପୂର୍ବେ ଏହି ବିପର୍ଯ୍ୟୟର ଆଶଙ୍କା ବ୍ୟକ୍ତ କରିଥିଲେ ।

4/7

ତେବେ ଯୁଦ୍ଧର ପ୍ରକୃତ ଚିତ୍ର ଋଷ (Russia), ଚୀନ୍ (China), ଫ୍ରାନ୍ସ (France) ଏବଂ ଜର୍ମାନୀ (Germany) ଭଳି ଦେଶର ସ୍ଥିତି ଉପରେ ସ୍ଥିର ହେବ । ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଭବିଷ୍ୟତରେ ଚୀନ ଓ ଋଷ ଏକ ମହାଶକ୍ତି ଭାବରେ ଉଭା ହେବେ ।

5/7

ଯଦି ଏହି ଭବିଷ୍ୟବାଣୀ ସତ ହୁଏ ତେବେ ଦୁନିଆରେ ବଡ଼ ପରିବର୍ତ୍ତନ ଦେଖାଯିବ । ଦୁଇ କମ୍ୟୁନିଷ୍ଟ ଶାସନ ଥିବା ଦେଶ, ଯେଉଁଠାରେ ଏବେବି ଅନେକ ପ୍ରତିବନ୍ଧକ ଅଛି, ଯଦି ସେମାନେ ଏକ ସୁପର ପାୱାର୍ ହୁଅନ୍ତି, ତେବେ ଦୁନିଆର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ଏହା ଦ୍ୱାରା ଗଣତନ୍ତ୍ରର ଅବଧାରଣାକୁ ମଧ୍ୟ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି ।

6/7

ଏଠାରେ କହି ରଖୁଛୁ ଯେ, ନୋସ୍ତ୍ରେଦମସ (Nostradamus) ଙ୍କ ପ୍ରସିଦ୍ଧ ପୁସ୍ତକ 'ଲେସ୍ ପ୍ରଫିଟିସ୍' (Les Profetis) ରେ ଭବିଷ୍ୟତ ବିଷୟରେ ଲେଖାଯାଇଛି । ୧୫୫୫ ମସିହାରେ ଫ୍ରାନ୍ସର ଜ୍ୟୋତିଷ ନୋସ୍ତ୍ରେଦମସଙ୍କ ପ୍ରସିଦ୍ଧ ପୁସ୍ତକ ପ୍ରକାଶିତ ହୋଇଥିଲା । ଏଥିରେ ଓ ତାଙ୍କର ୯୪୨ କବିତା ମାଧ୍ୟମରେ ସେ ଭବିଷ୍ୟବାଣୀ କରିଥିଲେ ।

ଏହା ବି ପଢ଼ନ୍ତୁ:-ବିହାର ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ରାଜ୍ୟସଭା ଯିବେ ନୀତିଶ କୁମାର!

ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ, 'ଷ୍ଟାମିନା' ବଢ଼ିବା ସହ ଦୂର ହେବ ଯୌନ ସମସ୍ୟା

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍

ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ହୋଇଛି ସତ

7/7
ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ହୋଇଛି ସତ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋସ୍ତ୍ରେଦମସ୍ (Nostradamus) ତାଙ୍କ ପୁସ୍ତକରେ ୧୭୮୯ର ଫ୍ରେଞ୍ଚ ବିପ୍ଳବ (French Revolution 1789) ବିଷୟରେ ଲେଖି ଥିଲେ । କେବଳ ଏତିକି ନୁହେଁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ (World War II) ର ମଧ୍ୟ ପୂର୍ବାନୁମାନ କରିଥିଲେ ।