ଫାଶୀ ପରେ ରଶି ହୁଏ କଣ ?
Advertisement

ଫାଶୀ ପରେ ରଶି ହୁଏ କଣ ?

ଭାଗ୍ୟ ବଦଳାଏ ଜହ୍ଲାଦଙ୍କ ଫାଶର ଦଉଡ଼ି !

ଫାଶୀ ପରେ ରଶି ହୁଏ କଣ ?

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ତାରିଖ ସକାଳ ସାଢେ ୫ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ସେମାନଙ୍କର ଶବକୁ ବ୍ୟବଛେଦ କରାଯିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହିତ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଦେଶ ନିର୍ଭୟା ନ୍ୟାୟ ଦିବସ ମଧ୍ୟ ପାଳନ କରୁଛି। ତେବେ ଆପଣ କଣ ଜାଣିଛନ୍ତି କି, ଫାଶୀ ପରେ ବ୍ୟବହୃତ ଦଉଡ଼ିକୁ ନେଇ କଣ କରାଯାଏ। ତେବେ ଏ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରିବୁ। 

ଫାଶୀ ଦଉଡ଼ିକୁ ନେଇ ଅନେକ କିଛି ଶୁଣିବାକୁ ମିଳିଥାଏ। ଫାଶୀ ରଶିକୁ ନେଇ ବେଶ ତାଜୁବ କରିବା ଭଳି ଅନ୍ଧବିଶ୍ୱାସ ରହିଛି। ସମ୍ପତି ବଢାଇବା ହେଉ ଅବା ଭାଗ୍ୟ ଚମକାଇବା ପାଇଁ ହେଉ, ଅନେକ ଏହି ଫାଶୀ ଦଉଡ଼ିକୁ ବ୍ୟବହାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। 

ବିଦେଶରେ ଏହି ଫାଶୀ ଦଉଡ଼ିକୁ ନେଇ ଅନେକ ପ୍ରଥା ରହିଛି। ବ୍ରିଟେନରେ ଫାଶୀ ହେବା ପରେ ଜହ୍ଲାଦ ଦଉଡ଼ିକୁ ନେଇ ବଜାରରେ ବିକ୍ରି କରିଥାଏ। ଶୁଣିବାକୁ ମିଳେ ଏହି ଫାଶୀ ଦଉଡ଼ି ନେବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ବିଶ୍ୱାସ ରହିଛି ଯେ, ଏହି ଫାଶୀ ଦଉଡ଼ିର ଅଂଶ ଘରେ କିମ୍ବା ପକେଟରେ ରଖିଲେ ଧନ ବଢିଥାଏ। ଏପରିକି ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଥାଏ। ଭାଗ୍ୟରେ ଉଜ୍ଜ୍ୱଳ ଆସିବା ସହିତ ଧନ ମଧ୍ୟ ବଢିଥାଏ। ତେବେ ବ୍ରିଟେନ ସରକାର କିଛି ଦିନ ପରେ ଫାଶୀ ପ୍ରଥାକୁ ହିଁ ବନ୍ଦ କରିଦେଇଥିଲେ। 

ଅନୁରୂପ ଭାବେ ଭାରତରେ ମଧ୍ୟ ସମାନ ଅନ୍ଧବିଶ୍ୱାସ ଦେଖିବାକୁ ମିଳିଥାଏ। ଫାଶୀ ପରେ ଦଉଡ଼ିକୁ ଜହ୍ଲାଦ ନେଇ ଯାଇଥାଏ। କିଛିଟା କ୍ଷେତ୍ରରେ ଏହାକୁ ଜହ୍ଲାଦ ନେଇ ବିକ୍ରି କରିଥାଏ ତ ଆଉ କିଛିଟା କ୍ଷେତ୍ରରେ ଜେଲ କର୍ତ୍ତୃପକ୍ଷଙ୍କୁ ହିଁ ଦେଇ ଦିଆଯାଇଥାଏ। ଏହି ଦଉଡ଼ିକୁ ନେବା ପାଇଁ ଜେଲ ଉପରିସ୍ଥ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ତଳ ସ୍ତରର କର୍ମଚାରୀ ଏହି ଦଉଡ଼ିର ଅଂଶ ବିଶେଷକୁ ନେଇଥାନ୍ତି। 

ଆହୁରି ମଧ୍ୟ ବିଶ୍ୱାସ ରହିଛି ଯେ, ଏହି ଦଉଡ଼ିର ଅଂଶକୁ ନିଜ ଘରେ ରଖିଲେ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ବେକାରିମାନେ ଏହାକୁ ରଖିଲେ ନୂତନ ଚାକିରିର ଅଧିକାରୀ ହୋଇଥାନ୍ତି। ଘରେ ଧନ ବଢିବା ସହିତ ବ୍ୟବସାୟୀମାନଙ୍କର ବେପାର ମଧ୍ୟ ବୃଦ୍ଧି ହେବା ସହିତ ଲାଭ ମିଳିଥାଏ। ଆଉ କିଛି କ୍ଷେତ୍ରରେ ଫାଶୀ ଦଉଡ଼ିକୁ ଜଳାଇ ମଧ୍ୟ ଦିଆଯାଇଥାଏ। 

୨୦୦୪ ମସିହାରେ ମଧ୍ୟ ଦୁଷ୍କର୍ମ ଅଭିଯୋଗରେ ଜଣକୁ ଫାଶୀଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା। ଅଭିଯୁକ୍ତର ନାଁ ଥିଲା ଧନଞ୍ଜୟ ଚାଟାର୍ଜୀ। ସେହି ସମୟରେ ଜହ୍ଲାଦ ନାଟା ମଲ୍ଲିକ ତାକୁ ଫାଶୀ ଖୁଣ୍ଟରେ ଚଢାଇଥିଲା। ଏହି ଫାଶୀର ଦଉଡ଼ିକୁ ନେଇ ନାଟା ମଲ୍ଲିକ ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲା। ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଫାଶୀ ଦଉଡ଼ି ନିଜ ସମ୍ପତ୍ତି, ଭାଗ୍ୟ ପରିବର୍ତ୍ତନ ତଥା କ୍ଷତିରେ ଚାଲୁଥିବା ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରୁଥିବା ଜଣାଯାଏ।