ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ
Advertisement

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ

ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡିଲେ ଭବିଷ୍ୟତରେ କଣ ଘଟିବ ତାହା ଜଣାଇ ଦିଏ I 

 ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ

ଭୁବନେଶ୍ୱର: ଘରର କବାଟ କଣ ହେଉ ଅବା ଝରକା କାନ୍ଥରେ ଝିଟିପିଟି ବୁଲୁଥିବାର ପ୍ରାୟତଃ  ଦେଖିବାକୁ ମିଳିଥାଏ I ଶକୁନ ଶାସ୍ତ୍ର ଅନୁସାରେ ଝିଟିପିଟି ଏପରି ଏକ ଜୀବ ଯିଏ ଭବିଷ୍ୟତର ସଙ୍କେତ ଦେଇଥାଏ I ଏହା ଶରୀରର କୌଣସି ଅଙ୍ଗରେ ପଡିଲେ ଭବିଷ୍ୟତରେ କଣ ଘଟିବ ତାହା ଜଣାଇ ଦିଏ I ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଜାଣିବା ସେ ସମ୍ପର୍କରେ I

-  ପୁରୁଷର ଡାହାଣ ହାତରେ ଝିଟିପିଟି ପଡିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ I  
-  ପୁରୁଷର ମୁଣ୍ଡ  ଉପରେ କିମ୍ବା ଡାହାଣ ହାତରେ ଝିଟିପିଟି ପଡିଲେ ମାନ ମିଳିଥାଏ I 
- ଝିଟିପିଟି ଯଦି ଡାହାଣ ହାତରୁ ଚଢି ବାମ ହାତରେ ପଡେ ତେବେ ଭବିଷ୍ୟତ ରେ ଧନ ଲାଭ ଯୋଗ ରହିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି I   
- ଆଣ୍ଠୁ ଉପରେ ଝିଟିପିଟି ପଡିଲେ  ଭବିଷ୍ୟତରେ  ସୁଖ ମିଳିବ 
- ମହିଳା  ଉପରେ ଝିଟିପିଟି  ପଡିବାର  ସଂକେତ 
ମହିଳା ମାନଙ୍କର ବାମ  ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି I 
 ଝିଟିପିଟି ଝଗଡା କରୁଥିବାର   ଦେଖିଲେ , ଆଗକୁ ଝଗଡା ହେବାର ସୂଚନା ହୋଇଥାଏ I 
-  ଭୋଜନ କରୁଥିବା ସମୟରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ