ସ୍ୱପ୍ନ ଥିଲା ପ୍ରଶାସନିକ ସେବା, ଓକିଲାତି ହୋଇଗଲା ପେଶା
Advertisement

ସ୍ୱପ୍ନ ଥିଲା ପ୍ରଶାସନିକ ସେବା, ଓକିଲାତି ହୋଇଗଲା ପେଶା

ନିର୍ଭୟା ଯୁଦ୍ଧର ସାରଥୀ ସୀମା...

ସ୍ୱପ୍ନ ଥିଲା ପ୍ରଶାସନିକ ସେବା, ଓକିଲାତି ହୋଇଗଲା ପେଶା

ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ଆଜି ଅର୍ଥାତ ୨୦୨୦ ମାର୍ଚ୍ଚ ୨୦ ସକାଳ ସାଢେ ୫ଟା ସମୟରେ ୪ ନିର୍ଭୟା ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଯାଇଥିଲା। ତେବେ ଏହି ୭ ବର୍ଷ ମଧ୍ୟରେ ଯେଉଁଠି ଜଣେ ଓକିଲ ଦୋଷୀମାନଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଥିଲେ, ସେଠାରେ ଆଉ ଜଣେ ଓକିଲ ନିର୍ଭୟାଙ୍କ ପାଇଁ ଲଢୁଥିବା ସୀମା କୁଶଓ୍ୱା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିନରାତି ଏକ କରିଦେଇଥିଲେ। 

ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ପରେ ସୀମା କୁଶଓ୍ୱାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଏହି ମାମଲା ଲଢିବା ପାଇଁ ସୀମା ନିର୍ଭୟାଙ୍କ ମା ଆଶାଦେବୀଙ୍କ ଠାରୁ ଟଙ୍କାଟିଏ ନେଇ ନାହାନ୍ତି। ଏହି ମାମଲାକୁ ଲଢିବା ପାଇଁ ଯେବେ ମନସ୍ଥ କରିଥିଲେ, ସେହି ସମୟରେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଲଢିବା ବୋଲି ଘୋଷଣା କରିଥିଲେ ସୀମା। 

fallback

ତେବେ ସୀମା ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓକିଲାତିରେ ପଢା ସରିବା ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ୨୦୧୨ ମସିହାରେ ଏହି ଘଟଣା ଘଟିବା ସମୟରେ ସେ ସୁପ୍ରିମକୋର୍ଟରେ ତାଲିମ ନେଇଥିଲେ। ତେବେ ସେହି ସମୟରେ ସେ ମାମଲାକୁ ମାଗଣାରେ ଲଢିବାକୁ ଘୋଷଣା କରିଥିଲେ। ଆଉ ଉକ୍ତ ନ୍ୟାୟକୁ ମାଗଣାରେ ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ସ୍ଥିର କରିଥିଲେ। 

ଏକ ସାକ୍ଷାତକାର ସମୟରେ ସୀମା କହିଥିଲେ କି, ଯଦି ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ରୁଜୁ କରିବାକୁ ଯଦି ପ୍ରୟାସ କରି ନଥାନ୍ତେ, ତେବେ ଏହା ଆହୁରି ବିଳମ୍ବ ହୋଇଥାନ୍ତା ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ସେ ଏପରି ଏକ ସ୍ଥାନର ଝିଅ, ଯେଉଁ ଅଞ୍ଚଳରେ ଝିଅମାନଙ୍କୁ ଅଧିକ ମାତ୍ରାରେ ସ୍ୱାଧୀନତା ପ୍ରଦାନ କରାଯାଇନଥାଏ। 

fallback

ତେବେ ସେ ଯାହାବି ହେଉ, ନିର୍ଭୟା ମାମଲା ସୀମାଙ୍କ ପାଇଁ ପ୍ରଥମ ରହିଥିଲା। ତେବେ ଏହି ମାମଲାକୁ ଜିତିବା ପାଇଁ ସେତାଙ୍କର ଶତ ପ୍ରତିଶତ ପ୍ରୟାସ କରିଥିଲେ। ଏହି ମାମଲା ଲଢିବା ସମୟରେ ଦୋଷୀମାନଙ୍କ ଓକିଲ ଉପରେ ବେଶ ଆକ୍ରମଣାତ୍ମକ ହୋଇ ପଡ଼ିଥିଲେ। କେବଳ କୋର୍ଟ ମଧ୍ୟରେ ନୁହେଁ, କୋର୍ଟ ବାହାରେ ମଧ୍ୟ ସେ ଆକ୍ରମଣାତ୍ମକ ହୋଇ ପଡ଼ିଥିଲେ। ନିର୍ଭୟା ମାମଲାର ଦୋଷୀମାନଙ୍କୁ ଫାଶୀ ହେବା ପରେ ହିଁ ସୀମା ବେଶ ଖୁସି ରହିଥିବା ଜଣାପଡ଼ିଛି। 

ସେ ଆହୁରି ମଧ୍ୟ କହିଛନ୍ତି କି ନିର୍ଭୟା ମାମଲା ଲଢିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଥିଲା। ତେବେ ଏହି ମାମଲା ଲଢିବା ସମୟରେ ନିର୍ଭୟା ଓ ତାଙ୍କ ପରିବାର ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ସେପଟେ ଫାଶୀ ପରେ ସୀମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ଭୟାଙ୍କ ମା କହିଛନ୍ତି କି, ସୀମାଙ୍କ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା। 

fallback

ସୂଚନାଯୋଗ୍ୟ ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଏହି ନୃଶଂସ ତଥା ଲୋମଟାଙ୍କୁରା ଘଟଣା ଘଟିଥିଲା। ଯାହା ପରେ ସମଗ୍ର ଦେଶ ତାତି ଉଠିଥିଲା। ସବୁସ୍ତରରେ ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି ଜୋର ଧରିଥିଲା। ତେବେ ଆଜି ସକାଳୁ ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।