ଫାଶୀ ପୂର୍ବର ଏପରି ଥିଲା କିଛି ଦୃଶ୍ୟ...
Advertisement

ଫାଶୀ ପୂର୍ବର ଏପରି ଥିଲା କିଛି ଦୃଶ୍ୟ...

ଫାଶୀ ପୂର୍ବରୁ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରୁଥିଲା ବିନୟ

 

ଫାଶୀ ପୂର୍ବର ଏପରି ଥିଲା କିଛି ଦୃଶ୍ୟ...

ନୂଆଦିଲ୍ଲୀ: ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ୪ ନିର୍ଭୟା ଦୋଷୀଙ୍କୁ ଦିଆଯାଇଛି ଫାଶୀ । ସମସ୍ତ ଆଇନଗତ ବାଧାବିଘ୍ନ ପରେ ଫାଶୀ ଦେବାର ମାର୍ଗ ପ୍ରଶସ୍ତ ହୋଇଥିଲା । ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଆଜି ଅର୍ଥାତ ଶୁକ୍ରବାର ସକାଳ 5.30ରେ ଫାଶୀ ଦିଆଯାଇଛି । ସୁରକ୍ଷାକୁ କଡାକଡି କରିବା ପାଇଁ ତିହାର ବାହାରେ ପାରାମିଲିଟାରୀ ଯବାନ ମଧ୍ୟ ନିୟୋଜିତ କରାଯାଇଥିଲା ।

ଫାଶୀ ଦେବା ପୂର୍ବରୁ ତିହାର ଜେଲର ଅନେକ ଅଧିକାରୀ ଫାଶୀ ଘର ନିକଟରେ ପହଞ୍ଚିଥିଲେ, ଯେଉମାନଙ୍କ ତତ୍ତ୍ୱାବଧାନରେ ଫାଶୀ ପ୍ରକ୍ରିୟା ସମ୍ପାଦନ କରାଯାଇଥିଲା । ଯେତେବେଳେ ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ଗାଧୋଇବା ଏବଂ ପୋଷାକ ବଦଳାଇବାକୁ କୁହାଯାଇଥିଲା, ଦୋଷୀ ବିନୟ ପୋଷାକ ବଦଳାଇବାକୁ ମନା କରିଦେଇଥିଲା । ଏହା ବ୍ୟତୀତ ସେ କାନ୍ଦିବାକୁ ଲାଗିଥିଲା ଏବଂ କ୍ଷମା ପ୍ରାର୍ଥନା କରୁଥିଲା ।

ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ତିହାର ଜେଲ ବାହାରେ ଏକ ଭିଡ଼ ଏକାଠି ହୋଇଥିଲା । ଦିଲ୍ଲୀର ସ୍ଥାନୀୟ ଲୋକ, କିଛି କାର୍ଯ୍ୟକର୍ତ୍ତା ଫାଶୀ ଦେବା ପୂର୍ବରୁ ଜେଲ ବାହାରେ ଠିଆ ହୋଇଥିଲେ ଏବଂ ମାର୍ଚ୍ଚ 20ର ଏହି ଦିନକୁ ନିର୍ଭୟା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଅନେକ ଲୋକ ଏଠାରେ ମିଠା ବାଣ୍ଟି ଖୁସି ମନାଇଥିଲେ ।

ଫାଶୀ ଦେବା ପୂର୍ବରୁ ଚାରିଜଣ ଦୋଷୀଙ୍କୁ ସକାଳ 4ଟାରେ ଉଠାଇ ଗାଧୋଇବା ପରେ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା । ଏହା ପରେ ଦୋଷୀଙ୍କୁ ଜେଲ ପ୍ରଶାସନ ତରଫରୁ ଚା ଏବଂ ନାଶ୍ତା ବିଷୟରେ ପଚାରା ଯାଇଥିଲା କିନ୍ତୁ କେହି ଜଳଖିଆ ଖାଇ ନଥିଲେ । ଏହା ପରେ ଜେଲ କର୍ତ୍ତୃପକ୍ଷ ଅପରାଧୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚାରିଥିଲେ । ସକାଳ ପ୍ରାୟ 5.30 ସମୟରେ ଚାରିଜଣ ଦୋଷୀଙ୍କୁ ତିହାର ଜେଲର ଫାଶୀ ଘରେ ଫାଶୀ ଦିଆଯାଇଥିଲା ।