ଫଳ ଖାଇବାକୁ ଭଲ ପାଉଥିଲେ ଜାଣନ୍ତୁ ସଠିକ ସମୟ, ନହେଲେ ଆସିପରେ ବିପଦ
Advertisement

ଫଳ ଖାଇବାକୁ ଭଲ ପାଉଥିଲେ ଜାଣନ୍ତୁ ସଠିକ ସମୟ, ନହେଲେ ଆସିପରେ ବିପଦ

ଫଳ ଖାଇବାକୁ ଭଲ ପାଉଥିଲେ ଜାଣନ୍ତୁ ସଠିକ ସମୟ, ନହେଲେ ଆସିପରେ ବିପଦ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୁସ୍ଥ ରହିବାକୁ ଚାହୁଁଥିଲେ ନିଜର ଖାଦ୍ୟରେ ଫଳ ସାମିଲ କରିବା ନିହାତି ଆବଶ୍ୟକ । ହେଲେ ଫଳ ଖାଇବାର ଏକ ସଠିକ୍ ସମୟ ଓ ସଠିକ୍ ନିୟମ ମଧ୍ୟ ରହିଛି । ଯାହାକି ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।

 
ତେବେ ଜାଣନ୍ତୁ କେତେବେଳେ ଏବଂ କେମିତି ଫଳ ଖାଇବେ?
 
ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ସାଙ୍ଗେସାଙ୍ଗେ ଫଳ ଖାଆନ୍ତୁ ନାହିଁ । ସକାଳ ସମୟରେ ଜଳଖିଆ ଖାଇସାରିବା ପରେ ଫଳ ଖାଇପାରିବେ । ଫଳରେ ବହୁତ କ୍ୟାଲୋରି ରହିଥାଏ । ଏହି କାରଣରୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ।
 
ଖାଦ୍ୟ ଖାଇବା ପରେ ଫଳ ଖାଇଲେ ଗ୍ୟାସ, ଏସିଡିଟି ପରି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ।ଏହା ଛଡା ପାଚନ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ତେଣୁ ଖାଦ୍ୟ ଖାଇବା ପରେ ଫଳ ଖାଉଥିଲେ ସେଥିରୁ ଦୂରେଇ ରୁହନ୍ତୁ ।
 
ଫଳ ସହ କ୍ଷୀର କିମ୍ବା ଦହିର ସେବନ କରନ୍ତୁ ନାହିଁ । fallback
ଫଳ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଆପଣ କେବେ କ୍ଷୀର ଓ ଲେମ୍ୱୁ ଏକା ସହ ଖାଆନ୍ତି କି? କ୍ଷୀର ସହ ଲେମ୍ୱୁ ଖାଇଲେ କ୍ଷୀର ଛିଡ଼ି ଯାଇଥାଏ ବା ଦାନା ଦାନା ହୋଇଯାଏ । ସେହିପରି ସବୁ ଫଳ ମିଠା ନଥାଏ । କିଛି ଫଳରେ ଏସିଡର ଭାଗ ମଧ୍ୟ ରହିଥାଏ ଯାହା କ୍ଷୀର ସହ ଖାଇଲେ ପେଟ ଖରାପ ହୋଇଥାଏ । ତେବେ ଆପଣ ଚାହିଁଲେ ମିଠା ଫଳ ଖାଇ ପାରିବେ କିନ୍ତୁ ଏକ ଘଣ୍ଟା ପର୍ଯ୍ୟନ୍ତ ନ ଖାଇଲେ ଅଧିକ ଲାଭବାନ ହେବେ ।