ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ ଏବଂ ମହାକାଶଯାନ ପ୍ରତି ରହିଛି ବିପଦ
Advertisement

ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ ଏବଂ ମହାକାଶଯାନ ପ୍ରତି ରହିଛି ବିପଦ

ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେଉଥିବା ନେଇ ଜଣାପଡିବା ପରେ ସାଟେଲାଇଟ ଏବଂ ମହାକାଶଯାନ ପ୍ରତି ବିପଦ ଦେଖାଦେଇଛି | 

ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ ଏବଂ ମହାକାଶଯାନ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ବିଶ୍ୱରୁ କୋଭିଡ19 ଜନିତ ବିପଦ ଟଳିନଥିବା ବେଳେ, ଅନ୍ୟ ଏକ ବିପତ୍ତି ଏବେ ଦୁନିଆକୁ ଆସିଛି | ପୃଥିବୀ ପୃଷ୍ଠରେ ଥିବା ଚୁମ୍ବକୀୟ କ୍ଷେତ୍ର(ମ୍ୟାଗ୍ନେଟିକ ଫିଲ୍ଡ) ଏବେ ଦୁର୍ବଳ ହେବାରେ ଲାଗିଛି | ଯାହା ପୃଥିବୀରେ ଥିବା ଜୀବଜଗତ ପାଇଁ ଏକ ସତର୍କ ଘଣ୍ଟି ସଦୃଶ୍ୟ | କାରଣ ସୌର ବିକିରଣ ଏବଂ ମହାକାଶରେ  ଚାର୍ଜ ହୋଇଥିବା ବିଭିନ୍ନ ମହାଜାଗତୀୟ କଣିକାର ପ୍ରଭାବରୁ ଏହା  ଆମକୁ ରକ୍ଷା କରିଥାଏ | 

ଆଫ୍ରିକା ଏବଂ ଲାଟିନ ଆମେରିକୀୟ ଦେଶର ଏକ ବଡ ଅଞ୍ଚଳ ଯାହାକୁ ସାଉଥ ଆଣ୍ଟଲାଟିକ ଅନୋମାଲିୟା କୁହାଯାଏ, ସେଠାରେ ଚୁମ୍ବକୀୟ କ୍ଷେତ୍ର ହ୍ରାସ ପାଇଛି | ବିଗତ ୫୦ ବର୍ଷରେ ଏହି କ୍ଷେତ୍ରରେ ମ୍ୟାଗ୍ନେଟିକ ଫିଲ୍ଡ କମିବାରେ ଲାଗିଛି | ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥାର (ଇଏସଏ) ବୈଜ୍ଞାନିକ, ସ୍ୱାର୍ମ ଡାଟା ଇନଭେସନ ଆଣ୍ଡ ସାଇନ୍ସ କ୍ଲଷ୍ଟରରେ ହେଉଥିବା ପରିବର୍ତ୍ତନ ବାବାଦରେ ଗବେଷଣା କରୁଛନ୍ତି | ଏଥିଲାଗି ସାଟେଲାଇଟ ଡାଟାର ଉପଯୋଗ କରାଯାଉଛି | ଏହି ସ୍ୱାର୍ମ ସାଟେଲାଇଟ ପୃଥିବୀରେ ଚୁମ୍ବକୀୟ କ୍ଷେତ୍ର ଗଠନ କରୁଥିବା ବିଭିନ୍ନ ଚୁମ୍ବକୀୟ ସଙ୍କେତକୁ ଚିହ୍ନଟ ଏବଂ ମାପ କରିପାରେ | ଗତ ପାଞ୍ଚ ବର୍ଷ ମଧ୍ୟରେ ଆଫ୍ରିକାର ଦକ୍ଷିଣ-ପଶ୍ଚିମ ଦିଗରେ ନିମ୍ନ ତୀବ୍ରତାର ଅନ୍ୟ ଏକ କେନ୍ଦ୍ର ବିକଶିତ ହୋଇଛି | ଅନୁସନ୍ଧାନକାରୀଙ୍କ  ବିଶ୍ୱାସ ଯେ ଏହାର ଅର୍ଥ ହୋଇପାରେ ଯେ ଅନୋମାଲିୟା ଦୁଇଟି ଭିନ୍ନ କୋଷରେ ବିଭକ୍ତ ହୋଇପାରେ | 

ଚୁମ୍ବକୀୟ କ୍ଷେତ୍ରର ଦୁର୍ବଳତା ହେତୁ ଉପଗ୍ରହ ଏବଂ ମହାକାଶଯାନ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଗ୍ରହ ପରିକ୍ରମା କରିବାରେ ସେମାନେ ବୈଷୟିକ ସମସ୍ୟାର ସାମ୍ନା କରୁଛନ୍ତି | ବିଗତ ଏକ ଦଶନ୍ଧି ଧରି ଦକ୍ଷିଣ ଆଟଲାଣ୍ଟିକ୍ ଅନୋମାଲିୟା ଦୃଶ୍ୟମାନ ହେଉଥିଲା, ହେଲେ ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବିକାଶ ହୋଇଛି | ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସର ଡକ୍ଟର ଜର୍ଜେନ ମ୍ୟାଟକା କହିଛନ୍ତି ଦକ୍ଷିଣ ଆଟଲାଣ୍ଟିକ୍ ଅନୋମାଲିୟର ବିବର୍ତ୍ତନ ଅନୁସନ୍ଧାନ ପାଇଁ ଅର୍ବିଟରେ ଅନେକ ଉପଗ୍ରହ ପାଇଥିବାରୁ ଆମେ ବହୁତ ଭାଗ୍ୟବାନ। ଏହି ପରିବର୍ତ୍ତନ ସହି ପୃଥିବୀରେ ଘଟୁଥିବା ପ୍ରକ୍ରିୟାକୁ ବୁଝିବା ହେଉଛି ସବୁଠୁ ବଡ ଚ୍ୟାଲେଞ୍ଜ|

ଏହା ପଛର କାରଣ ପୃଥିବୀର ମେରୁ ବୁଲିବାର ସମୟ ପାଖେଇ ଆସୁଥିବା କୁହାଯାଉଛି | ଯେତେବେଳେ ଉତ୍ତର ଏବଂ ଦକ୍ଷିଣ ଚୁମ୍ବକୀୟ ପୋଲ ଅପସାରିତ ହୁଏ ପୋଲ ଓଲଟା ହୁଏ | ଯଦିଓ ଏହି ଫ୍ଲିପ୍ ତୁରନ୍ତ କିମ୍ବା ହଠାତ୍ ଘଟେ ନାହିଁ,ତାହା ଘଟିବାକୁ ଅନେକ ସମୟ ଲାଗେ | ପୃଥିବୀର ଚାରିପାଖରେ ଅନେକ ଉତ୍ତର ଏବଂ ଦକ୍ଷିଣ ଚୁମ୍ବକୀୟ ପୋଲ ଅଛି | ପୃଥିବୀରେ ପୋଲାର ଓଲଟିବା ପ୍ରଥମ ଘଟଣା ନୁହେଁ । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଘଟଣା ଆମ ଗ୍ରହ ଇତିହାସରେ ମଧ୍ୟ ଘଟିଛି । ଏହି ପରିବର୍ତ୍ତନ ପ୍ରତି ଅଢେଇ ଲକ୍ଷ ବର୍ଷରେ ଘଟିଥାଏ |

ଯଦିଓ ଏହି ପରିବର୍ତ୍ତନ ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେବେ ନାହିଁ, ଏହା ନିଶ୍ଚିତ ଭାବରେ ବିଭିନ୍ନ ଉପଗ୍ରହ ଏବଂ ମହାକାଶ ଯାନ ପାଇଁ ବୈଷୟିକ ସମସ୍ୟା ସୃଷ୍ଟି କରୁଛି | କାରଣ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେଉଛି ଏବଂ ବ୍ରହ୍ମାଣ୍ଡରୁ ଚାର୍ଜ ହୋଇଥିବା କଣିକା ଓଜୋନ୍ ସ୍ତରରେ ପ୍ରବେଶ କରିବା ପାଇଁ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିବ |