ଜାଣନ୍ତୁ, କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ନା ଧଳା ଲୁଣ
Advertisement

ଜାଣନ୍ତୁ, କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ନା ଧଳା ଲୁଣ

ହିମାଳୟ କଳା ଲୁଣ ଖାଇଛନ୍ତି ତ ? 

ପ୍ରତୀକାତ୍ମକ ଫଟୋ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ:  ଆମେ ପ୍ରତ୍ୟେକ ଦିନର ଖାଦ୍ୟରେ ମସଲା ଭାବେ ଲୁଣ ବ୍ୟବହାର କରିଥାଉ । କଳା ଲୁଣକୁ ଆବଶ୍ୟକ ସ୍ଥଳେ ଖାଦ୍ୟର ସ୍ୱାଦ ବଢ଼ାଇବାକୁ ନେଇଥାଉ । ଲୁଣ ବିନା ଖାଦ୍ୟ ସ୍ୱାଦହୀନ ହୋଇଥାଏ । ବଜାରରେ ଅନେକ ପ୍ରକାର ଲୁଣ ମିଳିଥାଏ, ସେଗୁଡିକ ମଧ୍ୟରେ ଧଳା ଓ କଳା ଲୁଣ ଉବଲବ୍ଧ ହୋଇଥାଏ । 

ପ୍ରତ୍ୟେକ ପରିବାରରେ ଆମେ ସାଧାରଣ ଧଳା ଲୁଣ ବ୍ୟବହାର କରିଥାଉ, ଯାହା ସମୁଦ୍ର ପାଣିରୁ ପ୍ରସ୍ତୁତ କରାଯାଇଥାଏ । ହେଲେ ଆପଣ ଜାଣିଛନ୍ତି କି ଆମ ସ୍ୱାସ୍ଥ୍ୟ ପାଇଁ କେଉଁ ଲୁଣ ସବୁଠୁ ଅଧିକ ଲାଭ ଦାୟକ ହୋଇଥାଏ ।  କ'ଣ କଳା ଲୁଣ ନିୟମିତ ବ୍ୟବହାର ହେଉଥିବା ଧଳା ଲୁଣ ତୁଳାରେ ଅଧିକ ଲାଭଦାୟକ ? ଜାଣନ୍ତୁ, କେଉଁ ଲୁଣକୁ ନିୟମିତ ବ୍ୟବହାର କରିବା ଉଚିତ୍ । 

ବଜାରରେ ଅନେକ ପ୍ରକାରର କଳା ଲୁଣ ମିଳିଥାଏ । ହେଲେ ହିମାଳୟର କଳା ଲୁଣ ସବୁଠାରୁ ସାଧାରଣ ହୋଇଥାଏ ।  ହିମାଳୟ ଲୁଣକୁ ସୁଦ୍ଧ ନମକ କୁହାଯାଏ । ଏହି ଲୁଣରରେ ଔଷଧୀୟ ଗୁଣ ରହିଥିବାରୁ ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଆମେ ଏହାକୁ ସାଧାରଣ ତ କଳା ଲୁଣ କହିଥାଉ, ହେଲେ ଏହାର ରଙ୍ଗ ଗହିରିଆ ଗୋଲାପୀ ହୋଇଥାଏ ।

ହିମାଳୟ କଳା ଲୁଣରେ ଔଷଧୀୟ ଗୁଣ ରହିଥାଏ । ଏଥିରେ ରାଗୁଆ ଓ ଲବଣୀୟ ସ୍ୱାଦ  ରହିଥିବାରୁ , ଏହାକୁ ସାଧାରଣ ଭାବେ  ବ୍ୟଞ୍ଜନ ପ୍ରସ୍ତୁତ ବେଳେ ବ୍ୟବହାର ହୋଇଥାଏ ।
କଳା ଲୁଣ ଏବଂ ଧଳା ଲୁଣ ଦେଖିବାକୁ ଯେମିତି ଅନେକ ପାର୍ଥକ୍ୟ ରହିଛି, ସେମିତି ସ୍ୱାଦରେ ମଧ୍ୟ ଅନ୍ତର ରହିଛି ।

କଳା ଲୁଣ ଉଚ୍ଚ ତାପମାନରେ ଚେରମୂଳି ମଞ୍ଜି ଏବଂ ମସଲାର ମିଶ୍ରଣରେ ତିଆରି ହୋଇଥାଏ । ହେଲେ ଆଜିକାଲି ଲୁଣରେ ମଧ୍ୟ ସୋଡିୟମ, କ୍ଲୋରାଇଡ୍, ସୋଡିୟମ୍, ସଲଫେଟ୍, ସୋଡିୟମ୍ ବାଇସଲଫେଟ୍ ସମ୍ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ । ।  ତାହାକୁ ପୁଣି ଚାରକୋଲରେ ମିଶ୍ରଣ କରାଯାଇଥାଏ ।  ଅନ୍ତିମ ପର୍ଯ୍ୟାୟରେ ଲୁଣ ପ୍ରସ୍ତୁତ ପାଇଁ ଗରମ କରାଯାଇଥାଏ ।

ଯେଉଁ ଧଳା ଲୁଣକୁ ଆମେ ନିୟମିତ ଖାଦ୍ୟରେ ବ୍ୟବହାର କରିଥାଉ, ତାହା ଅତ୍ୟଧିକ ବିଶୋଧିତ ଓ ପରିଷ୍କାର କରାଯାଇଥାଏ ।  ସେଥିରେ ସାମିଲ ଥିବା ଖଣିଜ ଅଂଶକୁ ହଟାଇ ଦିଆଯାଇଥାଏ । କଳା ଲୁଣରେ ନିୟମିତ ବ୍ୟବହାର ଲୁଣ ତୁଳନାରେ କମ୍ ସୋଡିୟମ୍ ରହିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କଳା ଲୁଣ ଉତ୍ତମ ହୋଇଥାଏ ।

କଳା ଲୁଣ କିଣିବା ସମୟରେ ସୋଡିୟମ୍ ସାମଗ୍ରୀର ଯାଞ୍ଚ କରିବାକୁ ଜମା ଭୁଲନ୍ତୁ ନାହିଁ । କାରଣ ସୋଡିୟମରେ କିଛି ଭଲ ଗୁଣ ରହିଥାଏ । କଳା ଲୁଣ କମ୍ ବିଶୋଧିତ ହୋଇଥାଏ । ଧଳା ଲୁଣରେ ମୁଣ୍ଡା ନହେବା ପାଇଁ ସେଥିରେ ଆଣ୍ଟି କାକିଂଗ ଏଜେଣ୍ଟ ମିଶ୍ରଣ କରାଯାଇଥାଏ ।  
ଏହି ଆଣ୍ଟି-କାକିଂଗ ଏଜେଣ୍ଟ ଆପଣଙ୍କ ସ୍ୱାସ୍ଥା ପାଇଁ କ୍ଷତିକାରଣ ହୋଇଥାଏ । କିଛି ଧଳା ଲୁଣରେ ପୋଟାସିୟମ, ଆୟୋଡିନ୍ ଏବଂ ଆଲୁମିନିୟମ୍ ସିଲିକେଟ୍ ଭଳି କ୍ଷତିକାରକ ତତ୍ତ୍ୱ ମିଶି ରହିଥାଏ । ହେଲେ ସବୁ ଅଂଶ ଖରାପ ହୋଇନଥାଏ ।  ଯେପରକି ଧଳା ଲୁଣରେ ମିଶି ରହିଥିବା ଆୟୋଡିନ୍ ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଏଠାରେ କୁହାଯାଇପାରେ କି କଳା ଲୁଣ ତୁଳନାରେ ଧଳା ଲୁଣରେ ଅଧିକ ଖଣିଜ ଅଂଶ ରହିଥାଏ । ଏହା ହଜମ ଶକ୍ତିରେ ସୁଧାର ଅଣିବା, ଗ୍ୟାସ ପରି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।  କଳା ଲୁଣରେ ଖଣିଜ ଅଂଶକୁ ଅତି ସହଜରେ ବାହାର କରାଯାଇପାରେନାହିଁ ।  କାରଣ ଏହାକୁ ସହଜରେ ବାହାର କରାଯାଇପାରେନାହିଁ । ଏହାକୁ ଛାଡ଼ି ବଜାରରେ ଉପଲବ୍ଧ କଳା ଲୁଣ କେବେ କେବେ କୃତ୍ରିମ ରୂପରେ ତିଆରି ହୋଇଥାଏ । ହେଲେ  କଳା ଲୁଣ ନିୟମିତ ବ୍ୟବହାର ଲୁଣ ତୁଳନାରେ କମ୍ ସାମିଲ୍ କରାଯାଇଥାଏ ।  ସେଥିପାଇଁ ଏହା ଭଲ ବିକଳ୍ପ ହୋଇପାରେ ।  ମଡରେସନରେ ଲୁଣ ବ୍ୟୟହାର କରିବା ସବୁଠାରୁ ଭଲ ହୋଇଥାଏ ।   କୌଣସି ବ୍ୟକ୍ତିଙ୍କୁ ୨,୩୦୦ ମିଲିଗ୍ରାମରୁ ଅଧିକ ଅର୍ଥାତ୍ ଦିନକୁ  ଏକ ଚାମଚ ଲୁଣରୁ ଅଧିକ ଲୁଣ ବ୍ୟହାର କରିବା ଉଚିତ୍ ନୁହେଁ ।

ଆହୁରି ପଢନ୍ତୁ; ଏଲୋପାଥି ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ: ରାଜ୍ୟପାଳ ଗଣେଶଲାଲ