Byelection 2022: ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ- କ'ଣ ରହିଛି ନଡ୍ଡାଙ୍କ ରଣନୀତି?
Advertisement

Byelection 2022: ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ- କ'ଣ ରହିଛି ନଡ୍ଡାଙ୍କ ରଣନୀତି?

East Andheri Byelection 2022: ପୂର୍ବ ଆନ୍ଧେରୀରେରେ ଚାଲିଛି ଉପନିର୍ବାଚନ। ଭୋଟ ପୂର୍ବରୁ ବିଜେପି ପ୍ରାର୍ଥି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ଅନୁରୋଧ ପରେ ଦେବେନ୍ଦ୍ର ଫଡନାଭିସ୍ ନେଲେ ନିଷ୍ପତ୍ତି। ବିଏମସି ନିର୍ବାଚନକୁ ଫକୋସ।

Byelection 2022: ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ- କ'ଣ ରହିଛି ନଡ୍ଡାଙ୍କ ରଣନୀତି?

East Andheri Byelection 2022: ଦେଶରେ ଏବେ ନିର୍ବାଚନର ମାହୋଲ ଚାଲିଛି। ଆଉ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଓଡିଶା ସମେତ ୬ ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ମଧ୍ୟ ଶେଷ ହୋଇଛି। ଧାମନଗର ପରି ମହାରାଷ୍ଟ୍ରର ପୂର୍ବ ଆନ୍ଧେରୀରେ ମଧ୍ୟ ଉପନିର୍ବାଚନ ହେବ। ୧୭ ଅକ୍ଟୋବର ୨୦୨୨ (ସୋମବାର) ସେଠାରେ ମତଦାନ ହେଉଛି। କିନ୍ତୁ ଭୋଟ ପୂର୍ବରୁ ଏଠାରେ ବିଜେପି ବ୍ୟାକଫୁଟକୁ ଯାଇଛି। ରାଜ ଠାକରେଙ୍କ ଅନୁରୋଧ ପରେ ବିଜେପି ତାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛି। ବିଜେପିର ଏହି ନିଷ୍ପତ୍ତି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନାକୁ ଫାଇଦା ପହଞ୍ଚାଇବ ବୋଲି କୁହାଯାଉଛି।

ପୂର୍ବ ଆନ୍ଧେରୀ ଉପନିର୍ବାଚନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନାକୁ ଏକ ବଡ ସଫଳତା ମିଳିଛି। ରାଜ ଠାକରେଙ୍କ ଅନୁରୋଧ ପରେ ବିଜେପି ପ୍ରାର୍ଥୀ ମୁରଜୀ ପଟେଲ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛି। ଶିବସେନା, ଋତୁଜା ଲଟକେଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦିବଙ୍ଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ସମ୍ମାନରେ ନିର୍ବାଚନ ନ ଲଢିବା ପାଇଁ ବିଜେପିକୁ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଅପିଲ କରିଥିଲେ। ତାଙ୍କର ଅନୁରୋଧ ରଖି ବିଜେପି ନିଜ ପ୍ରାର୍ଥୀକୁ ପ୍ରତ୍ୟାହାର କରିଛି। ରମେଶ ଲଟକେଙ୍କ ଦେହାନ୍ତ ପରେ ପୂର୍ବ ଆନ୍ଧେରୀ ସିଟ୍ ଖାଲି ପଡିଛି। ଉଦ୍ଧବ ଠାକରେ ଏଠାରେ ରମେଶଙ୍କ ପତ୍ନୀ ଋତୁଜାଙ୍କୁ ପ୍ରାର୍ଥୀ କରିଛି।

Also Read: Congress Polls Today: ଅଣଗାନ୍ଧୀ ହାତକୁ ଯିବ 'ହାତ', ୨୨ ବର୍ଷ ପରେ ଆଜି ପଡ଼ିବ ଭୋଟ

ଆଗାମୀ ଦିନରେ ହେବାକୁ ଥିବା ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି, ରାଜ ଠାକରେଙ୍କ ଅନୁରୋଧକୁ ରକ୍ଷା କରିଛି। ଯଦି ଏବେ ଦଳ ଏହି ସିଟକୁ ଛାଡି ଦିଏ ତେବେ ବିଏମସି ନିର୍ବାଚନ ଉପରେ ଏହି ନିଷ୍ପତ୍ତିର ପ୍ରଭାବ ପଡିବ ବୋଲି ବିଜେପି ଓ ନବନିର୍ମାଣ ସେନା ପୂର୍ବାନୁମାନ କରିଛନ୍ତି। ଯେଉଁଥିପାଇଁ ସେମାନେ ଏହି ସିଟକୁ ବଳିଦାନ ଦେଇ ଆଗାମୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି ପ୍ରାର୍ଥୀକୁ ପ୍ରତ୍ୟାହାର କରିବା ପାଇଁ ରାଜ ଠାକରେ, ଦେବେନ୍ଦ୍ର ଫଡନାବିସଙ୍କୁ ଚିଠି ଲେଖିଥିଲେ। ଶିବସେନା ଦୁଇ ଭାଗ ହେଲାପରେ ମହାରାଷ୍ଟ୍ରରେ ଅନେକ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ତେଣୁ ଏହା ଭାବିଷ୍ୟତ ପାଇଁ ବିଜେପିର ରଣନୀତି ହୋଇପାରେ ବୋଲି ବିଚାର କରାଯାଉଛି। 

ପୂର୍ବ ଆନ୍ଧେରୀ ଉପନିର୍ବାଚନରେ ଉଦ୍ଧବଙ୍କ ଶିବସେନା ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଥିଲା। କିନ୍ତୁ ରାଜ ଠାକରେଙ୍କ ଚିଠି ଗୋଳିଆ କରି ଦେଇଛି। ଫଳରେ ନିର୍ବାଚନ ନ ଲଢି ମଧ୍ୟ ଉଦ୍ଧବଙ୍କ ଶିବସେନା ପ୍ରାର୍ଥୀ ଋତୁଜା ଲଟକେ ବିଜୟ ହୋଇଛନ୍ତି ବୋଲି କୁହାଯାଉଛି। ତେବେ ଡିସେମ୍ବରରେ ଫଳାଫଳ ଆସିଲେ ସବୁ ସ୍ପଷ୍ଟ ହେବ। 166-Andheri East ACରେ ଭୋଟ ପାଇଁ ସାତ ଅକ୍ଟୋବରରେ ନୋଟିସ ଜାରି କରାଯାଇଥିଲା। ସୋମବାର ମତଦନା ହୋଇଛି। ଭୋଟିଂର ପ୍ରାୟ ୨୦ ଦିନ ପରେ ନଭେମ୍ବର ୬ ତାରିଖରେ ଭୋଟ ଗଣତି ହେବ।