କାଳୀ ପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହର; ଆଜି ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମାଆ
Advertisement

କାଳୀ ପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହର; ଆଜି ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମାଆ

ଆଜି ଆଲୋକର ପର୍ବ ଦୀପାବଳି। ଆଜିର ଦିନରେ  ମା’ କାଳୀଙ୍କ ପୂଜା କରାଯାଏ। ଆଜିଠାରୁ ଆରମ୍ଭ ହେଇଛି  ଭଦ୍ରକ ର ଐତିହାସିକ କାଳୀପୂଜା। ଭଦ୍ରକାଳି ଙ୍କ ପୀଠରେ ସପ୍ତମାତୃକା ବେଶ ରେ ପୂଜା ପାଇବେ ମାଆ। ଏହା ଆସନ୍ତା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ।

ଭଦ୍ରକ କାଳୀପୂଜା

ଭଦ୍ରକ: ଆଜି ଆଲୋକର ପର୍ବ ଦୀପାବଳି। ଆଜିର ଦିନରେ  ମା’ କାଳୀଙ୍କ ପୂଜା କରାଯାଏ। ଆଜିଠାରୁ ଆରମ୍ଭ ହେଇଛି  ଭଦ୍ରକ ର ଐତିହାସିକ କାଳୀପୂଜା। ଭଦ୍ରକାଳି ଙ୍କ ପୀଠରେ ସପ୍ତମାତୃକା ବେଶ ରେ ପୂଜା ପାଇବେ ମାଆ। ଏହା ଆସନ୍ତା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ।

fallbackପ୍ରଥମ ଦିନରେ ମାଆ ବେଦମାତା ବେଶରେ ପୂଜା ପାଉଛନ୍ତି। ଏହି ଅବସରରେ ମା ଙ୍କ ନିକଟରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ହୋମ ଯଜ୍ଞ, ଚଣ୍ଡିପାଠ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ସାଳନ୍ଦୀ ନଦୀ କୂଳରେ ଘଟସ୍ଥାପନ କରାଯାଇ, ଆହାରପଦା ଠାରୁ ଭଦ୍ରକାଳୀ ପର୍ଯ୍ୟନ୍ତ ମାନସିକ ଧାରୀମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇଥିଲା।ସକାଳୁ ମନ୍ଦିର ର ପହୁଡ଼ ଖୋଲାଯିବା ସହ ମଙ୍ଗଳ ଆଳତି କରାଯାଇଥିଲା। ପରେ ମାଆ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି। ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଗହଳିଲାଗିଛି। ଭଦ୍ରକାଳୀଙ୍କ ପୂଜାକୁ ନେଇ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।