ପାକିସ୍ତାନରେ ଅଖିଳେଶ ପୂଜା କରନ୍ତୁ: ବିଜେପି
Advertisement

ପାକିସ୍ତାନରେ ଅଖିଳେଶ ପୂଜା କରନ୍ତୁ: ବିଜେପି

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି

 ପାକିସ୍ତାନରେ ଅଖିଳେଶ ପୂଜା କରନ୍ତୁ: ବିଜେପି

ନୂଆଦିଲ୍ଲୀ: ତମାମ ଦେଶରେ ସିଏଏ ଓ ଏନଆରସିକୁ ନେଇ ହିଂସା ପ୍ରକାଶ ପାଇଛି । ଏପରିକି ଏହି ଘଟଣାରେ ଅନେକ ସଂଗଠନର ସମ୍ପୃକ୍ତି ନେଇ ମଧ୍ୟ ଖୁଲାସା କରିଛନ୍ତି ଉତ୍ତରପ୍ରଦେଶ ସରକାର । ତେବେ ଏହାରି ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ତେବେ ଅଖିଳେଶଙ୍କ ଏହି ସମାଲୋଚନାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂ ।

 

ସେ କହିଛନ୍ତି କି, ଅଖିଳେଶ ଥରେ ପାକିସ୍ତାନ ଯାଇ ସେଠାରେ ପୂଜାର୍ଚ୍ଚନା କରି ଆସନ୍ତୁ । ତା'ପରେ ସେ ଜାଣିପାରିବେ ଯେ, ସେଠାକାର ଅବସ୍ଥା କଣ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି ଅଖିଳେଶ ଯାଦବଙ୍କୁ ପାକିସ୍ତାନ ଯିବାର ନିହାତି ଆବଶ୍ୟକ ରହିଛି । ସେଠାକୁ ସେ ଅତି କମରେ ମାସେ ପାଇଁ ଯିବାର ଆବଶ୍ୟକତା ରହିଛି । ସେଠାରେ ସେ ମାସେ ପାଇଁ ଏକ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କରିବାର ଆବଶ୍ୟକତା ରହିଛି । ଯେପର୍ଯ୍ୟନ୍ତ ସେ ସେଠାକୁ ଯାଇନାହାନ୍ତି ତାଙ୍କୁ ସେଠାକାର ବାସ୍ତବସ୍ଥିତି ସମ୍ପର୍କରେ ଜଣାପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଏନପିଆରରେ କିଛି ବି ଭୁଲ ନାହିଁ । କାରଣ ଏଥିରେ ଆଧାର କାର୍ଡ଼ର ତଥ୍ୟ ଦେବା ଭଳି ଅତ୍ୟନ୍ତ ସରଳ ପଦ୍ଧତି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ଅଖିଳେଶ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଥିବା ବେଳେ ପରିବାର କିପରି ଆଗକୁ ବଢିବ ସେଥିପ୍ରତି ବେଶି ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ ଶ୍ରୀ ସିଂ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ପ୍ରିୟଙ୍କା ଲୋକମାନଙ୍କୁ ସିଏଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ସିଏଏ ଗରିବ ଲୋକମାନଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ।