ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ କରିବେ କୋଭିଡ19 ପରୀକ୍ଷା
Advertisement

ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ କରିବେ କୋଭିଡ19 ପରୀକ୍ଷା

ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ ଜୁନ ୯ ତାରିଖ ମଙ୍ଗଳବାର କୋଭିଡ19 ପରୀକ୍ଷା କରିବେ |

ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ କରିବେ କୋଭିଡ19 ପରୀକ୍ଷା

ନୂଆଦିଲ୍ଲୀ: ଜ୍ୱର ଏବଂ ଗଳା ଯନ୍ତ୍ରଣା ଅନୁଭବ କରିବା ଜୁନ ୯ ତାରିଖ ମଙ୍ଗଳବାର କୋଭିଡ19 ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗତ ରବିବାର ଠାରୁ ଜ୍ୱରରେ ପୀଡିତ ଅଛନ୍ତି ସେ | ଆମ ଆଦମୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜାଣିବା ପରେ ସେ କୋରୋନା ପରୀକ୍ଷା କରିବେ |  

ବର୍ତ୍ତମାନ ନିଜକୁ ଆଇସୋଲେସନରେ ରଖିଛନ୍ତି ସିଏମ କେଜ୍ରିୱାଲ | ଏପରିକି ଆଜି ଯୋଗ ଦେବାକୁ ଥିବା ସମସ୍ତ ବୈଠକକୁ ବାତିଲ କରିଛନ୍ତି ସେ | ବିଗତ କିଛି ଦିନ ଧରି କେତେକ ବୈଠକରେ ଯୋଗ ଦେବା ସହ ଦିଲ୍ଲୀ ସଚିବାଳୟକୁ ଯାଇଥିଲେ | ରବିବାର ଅପରାହ୍ନରେ ଅନଲାଇନ ମାଧ୍ୟମରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ ସହର-ରାଜ୍ୟ ସୀମାକୁ ଖୋଲାଯିବା ସହ ରେସ୍ତୁରାଁ, ମଲ, ଧର୍ମାନୁଷ୍ଠାନ ଜୁନ ୮ ତାରିଖ ସୋମବାର ଠାରୁ ଖୋଲିବ | 
  
ସେ ଆହୁରି ମଧ୍ୟ କହିଥିଲେ ଯେ ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟ ବର୍ତ୍ତମାନ ସଂକଟ ଦୂର ନହେବା ପର୍ଯ୍ୟନ୍ତ କେବଳ ସହରବାସୀଙ୍କ ପାଇଁ ଉପଲବ୍ଧ ରହିବ | ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବ ପର୍ଯ୍ୟନ୍ତ ହୋଟେଲ ଏବଂ ସଭାଗୃହ ବନ୍ଦ ରହିବ | ଦିଲ୍ଲୀରେ କୋରୋନା ସଂକ୍ରମଣ ଜନିତ ମାମଲା ୨୮ ହଜାର ରହିଥିବା ବେଳେ, ୧୦ ହଜାର ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି | ଅନ୍ୟପଟେ କୋଭିଡ19 ଆକ୍ରାନ୍ତଙ୍କ ମଧ୍ୟରୁ ୮୧୨ ଜଣଙ୍କ ମୃତ୍ୟୁ ଘଟିଛି |