Propose day: ଏବେ ଆଉ ଚାପୁଡ଼ା ଖାଇବା ଯୁଗ ନାହିଁ
Advertisement

Propose day: ଏବେ ଆଉ ଚାପୁଡ଼ା ଖାଇବା ଯୁଗ ନାହିଁ

ବଦଳିଛି ପ୍ରେମ ନିବେଦନର ପରିଭାଷା

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଗୋଟିଏ କଲେଜରେ ପଢ଼ନ୍ତି । ଝିଅଟିକୁ ପୁଅଟି ଦୀର୍ଘ ଦିନ ହେଲା ଜାଣିଛି । ଟିକେ ଟିକେ ମିଶିଛି ମଧ୍ୟ । ତା ପାଖରେ ପୁଅର ମନ ଲାଖି ଯାଇଛି । ଧିରେ ଧିରେ ଭଲ ପାଇ ବସିଛି । ହେଲେ ମନ କଥା କହିବ କେମିତି ? କଲେଜରେ ଗୋଟିଏ କ୍ଲାସ ସରିବା ପରେ କିଛି ସମୟ ପାଇଁ ବ୍ରେକ୍ ମିଳିଛି । ସମସ୍ତେ କ୍ଲାସ ବାହାରକୁ ଯାଇଛନ୍ତି । ହେଲେ କ୍ଲାସକୁ ଆଗୁଆ ଫେରି ଆସିଛି ପୁଅଟି । ଧିର କିନା ଯାଇ ଝିଅ ଖାତାରେ କିଛି ଗୋଟିଏ ଭର୍ତ୍ତି ଦେଇଛି । 

ସତରେ କେତେ ଟେନସନ ।  ଝିଅଟି ତାହା ପଢ଼ିବ ତ ? ନା ତା ଆଗରୁ ଆଉ କିଏ ପଢ଼ିନେବ ! କାଳେ ତା ଘର ଲୋକଙ୍କ ହାବୁଡ଼ରେ ଚିଠିଟି ପହଞ୍ଚିଯିବନି ତ ? ଏ ଥିଲା ବାସ୍ କିଛି ବର୍ଷ ପୂର୍ବର ପ୍ରପୋଜର ତରିକା । ଯଦି ବି ଠିକଣା ଯାଗାରେ ଚିଠିଟି ପହଞ୍ଚୁଛି, ତେବେ କଣ ଆସିବ ଉତ୍ତର ? ପୁଅ କଥାରେ ଝିଅଟି ରାଜି ହେବ ତ ? ଏମିତି ଭାବି ଭାବି ପୁଅର ଛାତି ଧଡ଼ ଧଡ଼ କରୁଥିଲା । 

ଅନ୍ୟ ଏକ ଚିତ୍ର ଉପରେ ନଜର ପକାଇବା । ସାହି ଝିଅଟି ନୂଆ ନୂଆ କଲେଜ ଯାଉଛି । ସୁନ୍ଦର ବି ଦୁଶୁଛି । ଆଉ ତାକୁ ଦେଖି ଗାଁ ପୁଅର ମନ ଛନ୍ ଛନ୍ । ହେଲେ କହିବ କେମିତି ? ସାମନା ସାମନି କହିବା ପାଇଁ କେତେ ଥର ଚେଷ୍ଠା କଲାଣି । ହେଲେ ସାହାସ ପାଉନି ବା । ପାଖକୁ ଗଲା ମାତ୍ରେ ପୁଅର ହାର୍ଟ ବିଟ ବଢ଼ିଯାଉଛି । ଖଣ୍ଡିଏ ଚିଠି ଲେଖିବା ପାଇଁ ପାଖାପାଖି ୩ ମାସ ଲାଗିଲାଣି । ୬ ଦିସ୍ତା କାଗଜ ସରିଲାଣି । ଶେଷରେ ଗାଁର କୁନି ଛୁଆକୁ ଚକୋଲେଟ ଦେବି କହି ଚିଠିଟି ପଠାଇଛି ପୁଅ । ଆଉ କୁନି ଛୁଆଟି ଚକୋଲେଟ ଆଶାରେ  ଧାଇଁଛି । ହେଲେ ଝିଅଟି ନଥିବାରୁ ତାଙ୍କ ଘର ଲୋକଙ୍କୁ ଚିଠି ଦେଇ ପଳେଇ ଆସିଛି । କାହିଁକିନା କୁନି ଛୁଆଟି ଜାଣିଛି, କାମ ଯେତେ ଶୀଘ୍ର କରିବ, ଚକୋଲେଟ ସେତେ ଶୀଘ୍ର ମିଳିବ । ଆଉ ଏପଟେ ପୁଅର ବ୍ୟାଣ୍ଟ ବାଜିଗଲାଣି । 

ଅନ୍ୟ ଏକ ଚିତ୍ର । ପୁଅ ପାଖରେ ମନ କଥା କହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ନିଜ ଗୋଡ଼ରେ ହିଁ ମାଟି ତାଡ଼ିବାକୁ ପଡ଼ିବ । ଅନ୍ୟ କୌଣସି ଚାରା ନାହିଁ । ଏକମାତ୍ର ରାସ୍ତା ହେଲା ଯେ, ଝିଅ ସାମନାକୁ ଯିବ ଆଉ ପ୍ରପୋଜ କରିବ । ଝିଅକୁ ଏକୁଟିଆ ପାଇବା ବି ମୁସକିଲ । ସବୁବେଳେ ସେ ଅନ୍ୟ ସାଙ୍ଗଙ୍କ ସହ ଯିବା ଆସିବା କରୁଛି । ତେଣୁ ସଭିଙ୍ଗ ସମନାରେ ପୁଅକୁ ପ୍ରପୋଜ କରିବାକୁ ପଡ଼ିବ । ଏହାରି ଭିତରେ ପାଖାପାଖି ୪ରୁ ୫ ଥର ପୁଅଟି ଚେଷ୍ଠା କଲାଣି, ହେଲେ ପାଖକୁ ଯାଉଛି ଆଉ ଫେରୁଛି । କହିବାକୁ ସାହସ ପାଉନି । 

ଶେଷରେ ପୁଅ ଭାବିଛି ଆଜି ପକ୍କା ପ୍ରପୋଜ କରିବ । ସାଙ୍ଗମାନଙ୍କ ସହ ମିଶି ଝିଅ ଆସୁଛି । ଛାତି ଫୁଲାଇ ପୁଅଟି ଝିଅ ଆଡ଼କୁ ଅଗ୍ରସର ହେଉଛି । ଯାହା ହେଉ ପଛେ, ଆଜି ତ ପ୍ରପୋଜ କରିବାକୁ ପଡ଼ିବ । କାହିଁକିନା ଆଜି ବା ପ୍ରପୋଜ ଡେ । ଆଉ କିଏ କାଳେ ପ୍ରପୋଜ କରିଦେବ !  ସତରେ ଝିଅ ସାମନାରେ ଛିଡ଼ା ହୋଇ ଖୁବ କମ୍ ପିଲା ହିଁ ପ୍ରପୋଜ କରିପାରନ୍ତି । ସଭିଙ୍କ ପାଖରେ ସେ ସାହାସ ହିଁ ନଥାଏ । ସତକୁ ସତ ପ୍ରପୋଜ ବି କରିଦେଲା । ଆଉ ତାପରେ ? ସବୁଝିଅ କ'ଣ ହଁ କି ନା ସିଧାସାଧା କୁହନ୍ତି ? ସିଧା ପୁଅ ଗାଲରେ ଠୋ କିନା ଚାପୁଡ଼ାଟେ ମାରିଛି ଝିଅ । ୩୨ ଦାନ୍ତ ଦେଖାଇ ମଜାକ ଉଡ଼ାଇଛନ୍ତି ଅନ୍ୟ ସାଙ୍ଗ । 

କିଛି ବର୍ଷ ପୂର୍ବରୁ ପ୍ରପୋଜ ପାଇଁ ଏଭଳି କିଛି ସ୍ଥିତିର ସାମ୍ନା କରିବାକୁ ପଡ଼ୁଥିଲା । ଯିଏ ପ୍ରେମ କରିଛି, ସେ ହିଁ ଜାଣିଛି ସତରେ ପ୍ରେମିକାକୁ ମନ କଥା କହିବା କେତେ କଷ୍ଟ । ୫ କିଲୋମିଟର ଦୌଡ଼ିଲେ ଛାତି ଯେତେ ଜୋରରେ ଧଡ଼ ଧଡ଼ କରେନି, ପ୍ରେମିକା ସାମ୍ନାରେ ପ୍ରଥମ ଥର ମନ କଥା କହିବା ବେଳେ ତାଠୁ ଅଧିକ ଜୋରରେ ଛାତି ଧଡ଼ ଧଡ଼ କରେ । ୫୦ ଫର୍ଦ୍ଦ ନୋଟ ଲେଖିବା ପାଇଁ ଯେତେ କାଗଜ ସରେନି, ପ୍ରେମିକା ପାଇଁ ଚିଠି ଲେଖିବାରେ ତାଠୁ ଅଧିକ କାଗଜ ଖର୍ଚ୍ଚ ହୋଇଥାଏ ।

ହେଲେ ଏବେ ବଦଳିଛି ପ୍ରେମର ପରିଭାଷା । ବଦଳିଛି ପ୍ରପୋଜର ତରିକା । ଆଉ ସେ ଚିଠି ଦିଆନିଆ ପ୍ରେମ ନାହିଁ । ଝିଅ ସାମ୍ନାରେ ଛିଡ଼ା ହୋଇ ପ୍ରପୋଜ କରିବା ଘଟଣା ବି କାଁ ଭାଁ ଘଟୁଥିବ । ଏବେ ସବୁ ଡିଜିଟାଲ ପ୍ରେମ । ହ୍ୱାର୍ସ ଆପ୍, ମେସେଞ୍ଜର, ଇଷ୍ଟାଗ୍ରାମ, ହାଇକ ଇତ୍ୟାଦିରେ ପ୍ରେମ ନିବେଦନ କରୁଛନ୍ତି ଆଜିର ଯୁବପିଢ଼ି । ହଁ କହିଲେ ଭଲ, ନା କହିଲେ ବି ନୋ ଟେନସନ । ଅନ୍ୟ କାହାକୁ ଟ୍ରାଏ କରିନେବା । ଚିଠି ଲେଖିବାକୁ ଘଣ୍ଟା ଘଣ୍ଟା ଭାବିବାକୁ ପଡ଼ୁନି କି ଝିଅଠୁ ଚାପୁଡ଼ା ଖାଇବାର ଭୟ ବି ନାହିଁ । ହେଲେ ଏହାରି ଭିତରେ ଗୋଟିଏ କଥା ମନେ ପଡ଼େ, ସେହି ସମୟର ଚାପୁଡ଼ା ଖିଆ ପ୍ରେମ ନିବେଦନ । 

ଆହୁରି ପଢ଼ନ୍ତୁ; ପୁଳା ପୁଳା ଟଙ୍କାରେ ଦିଲ୍ଲୀ ଦଖଲ ସ୍ୱପ୍ନ