କେମିତି ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି? ରାଜନାଥ ଥିଲେ ସୂତ୍ରଧର
Advertisement

କେମିତି ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି? ରାଜନାଥ ଥିଲେ ସୂତ୍ରଧର

ପ୍ରଥମ ଥର ପାଇଁ NDA ୩୩୬ ସିଟରେ ବିଜୟ ହାସଲ କରିଥିଲା। ସେଥିରେ କେବଳ BJPର ଥିଲା ୨୮୨ଟି ସିଟ୍। କିନ୍ତୁ ଏହି ବିଶାଳ ବିଜୟ ପୂର୍ବରୁ NDA ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଥିଲା।

କେମିତି ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି? ରାଜନାଥ ଥିଲେ ସୂତ୍ରଧର

ନୂଆଦିଲ୍ଲୀ: ୨୦୧୪ରେ ଭାରତୀୟ ରାଜନୀତିରେ ଆସିଥିଲା ଏକ ବଡ ପରିବର୍ତ୍ତନ। ପ୍ରଥମ ଥର ପାଇଁ NDA ୩୩୬ ସିଟରେ ବିଜୟ ହାସଲ କରିଥିଲା। ସେଥିରେ କେବଳ BJPର ଥିଲା ୨୮୨ଟି ସିଟ୍। କିନ୍ତୁ ଏହି ବିଶାଳ ବିଜୟ ପୂର୍ବରୁ NDA ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଥିଲା। ଆଉ ଏହି ସମୟରେ ଦଳର ସାରଥୀ ସାଜିଥିଲେ ରାଜନାଥ ସିଂହ।

୨୦୧୪ ଲୋକସଭା ନିର୍ବାଚନ (2014 Loksabha Election) ର ପ୍ରାୟ ବର୍ଷେ ପୂର୍ବେ BJP ତାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଥିଲା। ଏଥିରେ ସେତେବେଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂହ (Rajnath Singh) ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀ ପାଇଁ ନରେନ୍ଦ୍ର ମୋଦି (Narendra Modi) ଙ୍କ ନାଁ ସୁପାରିସ କରିଥିଲେ। କିନ୍ତୁ ମୋଦିଙ୍କୁ ନେଇ ଦଳ ମଧ୍ୟରେ ବହୁମତ ସୃଷ୍ଟି ହୋଇଥିଲା।

Also Read: କର୍ଣ୍ଣାଟକ ବିଜେପିରେ ଫାଟ, ବିଦ୍ରୋହୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଦିଲ୍ଲୀ ଦର୍ଶନ

୨୦୦୯ରେ ରାଜନାଥ ସିଂହ ହିଁ ଲାଲ କୃଷ୍ଣ ଆଡଭାନୀ (Lal Krisna Advani) ଙ୍କୁ BJPର ମୁଖ୍ୟମନ୍ତ୍ରୀ ଚେହେରା ସଜାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ଦେଶରେ ପୁଣି ଥରେ କଂଗ୍ରେସ ସରକାର (Congress govt) ଗଠନ ହେଲା। ଆଉ ଆଡଭାନୀଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଚୁରମାର ହେଇଗଲା। ତେବେ ୨୦୧୪ରେ ପୁଣି ଥରେ ତାଙ୍କୁ ହିଁ ପ୍ରଧାନମନ୍ତ୍ରୀ ପଦର ଦାବିଦାର କରାଯିବ ବୋଲି ସମସ୍ତଙ୍କ ଆଶା ଥିଲା। କିନ୍ତୁ ରାଜନାଥ ସିଂହ ସବୁ ଓଲଟ ପାଲଟ କରିଦେଲେ। 

ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ BJPର ସଂସଦୀୟ କମିଟି ନିଷ୍ପତ୍ତି ନେଇଥିଲା। କିନ୍ତୁ ମୋଦିଙ୍କ ଲୋକପ୍ରିୟତାକୁ ଦେଖି ରାଜନାଥ ସିଂହ, ନରେନ୍ଦ୍ର ମୋଦିଙ୍କ ନାଁ ସୁପାରିସ କରିଥିଲେ। ଏହାକୁ ନେଇ ଦଳର ଶୀର୍ଷ ସ୍ତରରେ ବୁହୁତ ବିରୋଧ ହେଲା। କିନ୍ତୁ ରାଜନାଥ ନିଜର ରାଜନୈତିକ କୂଟନୀତି ବଳରେ ସ୍ଥିତିରୁ ସାମାନ୍ୟ କରି ଏବଂ ସମସ୍ତଙ୍କ ବିଶ୍ୱାସ ଜିତିଲେ। ଆଉ ଶେଷରେ ମୋଦି ସରକାରରେ ପ୍ରଥମେ ଗୃହ ଓ ପରେ ପତିରକ୍ଷା ମନ୍ତ୍ରୀ ହେଲେ।