ରାମଦେବ ମଧ୍ୟ ଲଗାଇବେ କୋରୋନା ଟିକା, କହିଲେ-ଆମର ଲଢ଼େଇ ଡାକ୍ତରଙ୍କ ସହ ନୁହେଁ...
Advertisement

ରାମଦେବ ମଧ୍ୟ ଲଗାଇବେ କୋରୋନା ଟିକା, କହିଲେ-ଆମର ଲଢ଼େଇ ଡାକ୍ତରଙ୍କ ସହ ନୁହେଁ...

ଡ୍ରଗ୍ ମାଫିଆ ବିଷୟରେ ମନ୍ତବ୍ୟ ଦେଇ ରାମଦେବ କହିଛନ୍ତି, "ଆମର କୌଣସି ସଂଗଠନ ସହ ଆମର ଶତ୍ରୁତା ନାହିଁ ଏବଂ ସମସ୍ତ ଭଲ ଡାକ୍ତର ଏହି ପୃଥିବୀରେ ଭଗବାନଙ୍କ ଦ୍ୱାରା ପଠାଯାଇଥିବା ଦୂତ ଅଟନ୍ତି ।

ରାମଦେବ ମଧ୍ୟ ଲଗାଇବେ କୋରୋନା ଟିକା, କହିଲେ-ଆମର ଲଢ଼େଇ ଡାକ୍ତରଙ୍କ ସହ ନୁହେଁ...

ନୂଆଦିଲ୍ଲୀ: ଆଲୋପାଥି ଚିକିତ୍ସା (allopathy Treatment) ଉପରେ ମନ୍ତବ୍ୟ ଦେଇ ବିବାଦରେ ଥିବା ଯୋଗ ଗୁରୁ ବାବା ରାମଦେବ (Yoga guru Baba Ramdev) ମଧ୍ୟ କୋରୋନା ଟିକା (Coronavirus Vaccine) ଲଗାଇବେ । ଜୁନ୍ ୨୧ରୁ ଦେଶର ପ୍ରତ୍ୟେକ ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଘୋଷଣା କରିଛନ୍ତି । ଏହି ବିଷୟରେ ବାବା ରାମଦେବ ସମସ୍ତଙ୍କୁ ଟିକା ଲଗାଇବାକୁ ନିବେଦନ କରିଛନ୍ତି ଓ କହିଛନ୍ତି ଯେ ମୁଁ ମଧ୍ୟ ଶୀଘ୍ର ଏହି ଟିକା ଲଗାଇବି । ବାବା ରାମଦେବ ଲୋକମାନଙ୍କୁ ଯୋଗ ଓ ଆୟୁର୍ବେଦ ଅଭ୍ୟାସ କରିବାକୁ କହିଛନ୍ତି । ଯୋଗ ରୋଗ ବିରୁଦ୍ଧରେ ଢାଲ ଭାବରେ କାର୍ଯ୍ୟ କରିଥାଏ ଏବଂ କୋରୋନାରୁ ଜଟିଳତାରୁ ରକ୍ଷା କରିଥାଏ ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ, ଦିନକରେ ପ୍ରଥମ ଥର ପାଇଁ ୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

ଡାକ୍ତର ଏହି ପୃଥିବୀରେ ଭଗବାନଙ୍କ ଦ୍ୱାରା ପଠାଇଯାଇଥିବା ଦୂତ: ରାମଦେବ 

ଡ୍ରଗ୍ ମାଫିଆ ବିଷୟରେ ମନ୍ତବ୍ୟ ଦେଇ ରାମଦେବ କହିଛନ୍ତି, "ଆମର କୌଣସି ସଂଗଠନ ସହ ଆମର ଶତ୍ରୁତା ନାହିଁ ଏବଂ ସମସ୍ତ ଭଲ ଡାକ୍ତର ଏହି ପୃଥିବୀରେ ଭଗବାନଙ୍କ ଦ୍ୱାରା ପଠାଯାଇଥିବା ଦୂତ ଅଟନ୍ତି । ସେମାନେ ଏହି ଗ୍ରହ ପାଇଁ ଏକ ଉପହାର । ଆମର ଲଢ଼େଇ ଦେଶର ଡାକ୍ତରଙ୍କ ସହ ନୁହେଁ । ଯେଉଁ ଡାକ୍ତରମାନେ ଆମକୁ ବିରୋଧ କରୁଛନ୍ତି, ସେମାନେ କୌଣସି ଅନୁଷ୍ଠାନ ସହ ଜଡ଼ିତ ନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ଅନଲକ୍ ପରେ ପୁଣି ଥରେ ବଢ଼ିବାରେ ଲାଗିଛି ମାମଲା, ଦିଲ୍ଲୀ-ମୁମ୍ବାଇ ସମେତ ଅନେକ ରାଜ୍ୟରେ ମିଳିଲା ଗତକାଲି ଅପେକ୍ଷା ଅଧିକ ସଂକ୍ରମିତ

ଜରୁରୀକାଳୀନ ପରିସ୍ଥିତି ଓ ଅସ୍ତ୍ରୋପଚାର ପାଇଁ ଆଲୋପାଥି ଭଲ: ରାମଦେବ 

ବାବା ରାମଦେବ ଆହୁରି କହିଛନ୍ତି, "ଆମେ ଚାହୁଁ ଯେ ଔଷଧ ନାମରେ କାହାକୁ ହଇରାଣ କରାଯାଉ ନାହିଁ ଏବଂ ଲୋକମାନେ ଅନାବଶ୍ୟକ ଔଷଧରୁ ଦୂରେଇ ରୁହନ୍ତୁ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜରୁରୀକାଳୀନ ପରିସ୍ଥିତି ଏବଂ ଅସ୍ତ୍ରୋପଚାର ପାଇଁ ଏଲୋପାଥି ଭଲ ।" ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନ ଆୟୁଷୀ ଷ୍ଟୋର୍‌ ଖୋଲିବାକୁ ପଡିଛି । କାରଣ ଡ୍ରଗ୍ ମାଫିଆ ଫ୍ୟାନ୍ସି ଦୋକାନ ଖୋଲିଛନ୍ତି ଯେଉଁଠାରେ ସେମାନେ ମୌଳିକ ତଥା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବଦଳରେ ଅନାବଶ୍ୟକ ଔଷଧ ବହୁତ ଅଧିକ ଦରରେ ବିକ୍ରୟ କରୁଛନ୍ତି ।''

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ଟି ବାତିଲ ଟ୍ରେନକୁ ପୁଣି ଆରମ୍ଭ କଲା ରେଲୱେ, ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

ଏଲୋପାଥି ଚିକିତ୍ସା ଉପରେ ରାମଦେବ କ’ଣ ଦାବି କରିଥିଲେ?

ଆଲୋପାଥି ଚିକିତ୍ସା ବିଷୟରେ ବାବା ରାମଦେବ ଗତ ମାସରେ ଏକ ମନ୍ତବ୍ୟ ଦେଇଥିଲେ । କୋରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ କେତେକ ଔଷଧ ଉପରେ ପ୍ରଶ୍ନ କରି ସେ କହିଛନ୍ତି ଯେ କୋଭିଡ-19 ଚିକିତ୍ସାରେ ଏଲୋପାଥିକ ଔଷଧ ସେବନ କରି ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହା ପରେ ଭାରତୀୟ ମେଡିକାଲ ଆସୋସିଏସନ ବାବା ରାମଦେବଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲା ​​ଏବଂ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲା । ଯେଉଁମାନେ ଏଲୋପାଥିକୁ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଏମଏ ପିଏମ ମୋଦିଙ୍କୁ ଏକ ଚିଠି ଲେଖିଛି ।