xi jinping angry: ଅନ୍ତର୍ଜାତୀୟ ମଞ୍ଚରେ ଜିନପିଙ୍ଗ ଓ ଟ୍ରୁଡ଼ୋଙ୍କ ମଧ୍ୟରେ କଥା କଟାକଟି, ଭିଡ଼ିଓ ଭାଇରାଲ
Advertisement

xi jinping angry: ଅନ୍ତର୍ଜାତୀୟ ମଞ୍ଚରେ ଜିନପିଙ୍ଗ ଓ ଟ୍ରୁଡ଼ୋଙ୍କ ମଧ୍ୟରେ କଥା କଟାକଟି, ଭିଡ଼ିଓ ଭାଇରାଲ

ଜଷ୍ଟିନ ଟ୍ରୁଡୋ ମଧ୍ୟ ଚୁପ ରହି ନଥିଲେ। ସେ କହିଥିଲେ କାନାଡାରେ ଆମେ ମୁକ୍ତ ଓ ସ୍ପଷ୍ଟ କଥାବାର୍ତ୍ତାରେ ବିଶ୍ୱାସ କରୁ। ଏବେ ବି ଆମେ ଏହି ପ୍ରକ୍ରିୟା ଜାରି ରଖିଛୁ। ଆମର ଆଶା ଆଗକୁ ଆମେ ଗଠନ ମୂଳକ ଭାବେ ଏକାଠି ସବୁ କାମ କରିବା।

xi jinping angry:  ଅନ୍ତର୍ଜାତୀୟ ମଞ୍ଚରେ ଜିନପିଙ୍ଗ ଓ ଟ୍ରୁଡ଼ୋଙ୍କ ମଧ୍ୟରେ କଥା କଟାକଟି, ଭିଡ଼ିଓ ଭାଇରାଲ

xi jinping angry: ବାଲି: ଜି -20 ପ୍ଲାଟଫର୍ମରେ କାନାଡାର (Canada) ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (Justin Trudeau) ଏବଂ ଚୀନ୍ (China) ରାଷ୍ଟ୍ରପତି (President) ସି ଜିନପିଙ୍ଗଙ୍କ (Xi Jinping) ମଧ୍ୟରେ କଥା କଟାକଟିର ଦୃଶ୍ୟ ଆଜି କ୍ୟାମେରା କଏଦ ହୋଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ସମୟର ଭିଡ଼ିଓ ଲିକ୍ ହୋଇଛି। ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ କ୍ରୋଧିତ ହେବା ସହିତ ଅସନ୍ତୋଷ ଜାହିର କରିଥିଲେ। ଯେତେବେଳେ ସେ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଥିଲେ ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହା ହେବା ଉଚିତ ନୁହେଁ। ସେ ଏ ସମ୍ପର୍କରେ ଟ୍ରୁଡୋଙ୍କୁ କହିବା ସହ କ୍ୟାମେରା ଆଗରେ ନିଜର ଅସନ୍ତୋଷ ପ୍ରକାଶ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ହିଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଜିନପିଙ୍ଗ ସାମ୍ନାରେ ଟ୍ରୁଡୋଙ୍କୁ ପାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ସବୁ ତଥ୍ୟ ଗଣମାଧ୍ୟମକୁ ଲିକ୍‌ କରାଯାଇଥିବାରୁ ଜନପିଙ୍ଗ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଏହା ଏକ ସାଧାରଣ ଘଟଣା ହୋଇ ରହିନାହିଁ। G20 ହେଉଛି ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଏବଂ ଏଠାରେ ବିଶ୍ୱର ବଡ ନେତାମାନେ ଏକାଠି ହୋଇଛନ୍ତି। ଏଭଳି ପରିସ୍ଥିତିରେ ସେହି ମଞ୍ଚରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହି ପ୍ରକାରର କଥାବାର୍ତ୍ତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି। 

ସି ଜିନପିଙ୍ଗଙ୍କ କ୍ରୋଧ ଭିଡିଓରେ ସ୍ପଷ୍ଟ ବାରି ହୋଇ ପଡ଼ିଛି। ଅନ୍ୟପକ୍ଷରେ, କାନାଡାର ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଉତ୍ତରକୁ ସ୍ପଷ୍ଟ ଭାବରେ ଦେଉଛନ୍ତି। ଏହି ଯୁକ୍ତି ପରେ ଉଭୟ ନେତା ହାତ ହଲାଇ ଚାଲିଯାଆନ୍ତି। ତେବେ ଆପଣଙ୍କୁ କହି ରଖୁ କି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତିନି ବର୍ଷ ପରେ ଏକ ପ୍ଲାଟଫର୍ମରେ ସାକ୍ଷାତ କରିଛନ୍ତି। ଉଭୟ ନେତା ୧୦ ମିନିଟ୍ ପାଇଁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଏହା ଶୁଣି ଜଷ୍ଟିନ ଟ୍ରୁଡୋ ମଧ୍ୟ ଚୁପ ରହି ନଥିଲେ। ସେ କହିଥିଲେ କାନାଡାରେ ଆମେ ମୁକ୍ତ ଓ ସ୍ପଷ୍ଟ କଥାବାର୍ତ୍ତାରେ ବିଶ୍ୱାସ କରୁ। ଏବେ ବି ଆମେ ଏହି ପ୍ରକ୍ରିୟା ଜାରି ରଖିଛୁ। ଆମର ଆଶା ଆଗକୁ ଆମେ ଗଠନ ମୂଳକ ଭାବେ ଏକାଠି ସବୁ କାମ କରିବା। କିନ୍ତୁ କିଛି ଏମିତି କଥା ରହିଛି, ଯେଉଁଥିରେ ଆମେ ଏକମତ ହୋଇ ନ ପାରୁ ବୋଲି ସେ କହିଥିଲେ।

ଅଧିକ ପଢନ୍ତୁ: Artemis Moon Mission: ଚନ୍ଦ୍ର ପୃଷ୍ଠକୁ ଗଲା ଦୁନିଆର ସବୁଠୁ ବଡ ରକେଟ୍, ୫୦ ବର୍ଷ ପରେ ନାସା ପଠାଇଲା ମହାକାଶଯାନ

ଅଧିକ ପଢନ୍ତୁ: PM Modi on Cuttack Bali Jatra: କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍