ବଞ୍ଚାଅ ପ୍ରତିଟି ଜଳର ବୁନ୍ଦା: ପ୍ରଧାନମନ୍ତ୍ରୀ
Advertisement

ବଞ୍ଚାଅ ପ୍ରତିଟି ଜଳର ବୁନ୍ଦା: ପ୍ରଧାନମନ୍ତ୍ରୀ

ଜଳ ହିଁ ଜୀବନ...ବଞ୍ଚିବା ପାଇଁ ଜଳ ଏକାନ୍ତ ଆବଶ୍ୟକ ଏବଂ ଜଳ ଆମର ଆସନ୍ତା କାଲିର ଭବିଷ୍ୟତ ସହ ସଂଯୁକ୍ତ । ସମଗ୍ର ପୃଥିବୀର ଲୋକଙ୍କ ପାଇଁ ଜଳର ମହତ୍ତ୍ୱ କେତେ ରହିଛି ତାହା ଉପରେ କହିବାର କୌଣସି ଆବଶ୍ୟକତା ନାହିଁ । ଜଳ ହେଉଛି ଆମର ମୌଳିକ ଆବଶ୍ୟକତା ତଥା ଜୀବନର ଆଧାର ଏବଂ ଏହି ଗୁରୁତ୍ୱକୁ ଦେଖାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ଜଳ ଦିବସ । 

ବଞ୍ଚାଅ ପ୍ରତିଟି ଜଳର ବୁନ୍ଦା: ପ୍ରଧାନମନ୍ତ୍ରୀ

 

ନୂଆଦିଲ୍ଲୀ: ଜଳ ହିଁ ପ୍ରକୃତ ଜୀବନ । ଏହା ବୃକ୍ଷ,ପଶୁପକ୍ଷୀ ଓ ମନୁଷ୍ୟଙ୍କ ପାଇଁ ଅପରିହାର୍ଯ୍ୟ । ଆଜି ହେଉଛି ମାର୍ଚ୍ଚ ୨୨ ତାରିଖ ଆଉ ଆଜିର ଦିନକୁ ପ୍ରତ୍ୟେକ ବର୍ଷ ଜଳ ଦିବସ ଭାବରେ ପାଳନ କରାଯାଏ । ଏବର୍ଷ ଜଳ ଦିବସର ବାର୍ତ୍ତା ହେଉଛି -ଭୂତଳ ଜଳ....ଅଦୃଶ୍ୟରୁ ଦୃଶ୍ୟ । ଅର୍ଥାତ୍ ଭୂତଳ ଜଳ ଅଦୃଶ୍ୟ ହେଲେ ମଧ୍ୟ ତାର ଅଭାବ ପରିବେଶରେ ଦୃଶ୍ୟମାନ ପ୍ରଭାବ ପକାଇଥାଏ । ଏବେ ସହର ଗୁଡିକରେ ଭୂତଳ ଜଳ ସମସ୍ୟା ଗ୍ରାମାଞ୍ଚଳରୁ ଅତି ଉତ୍କଟ ରୂପ ଧାରଣ କଲାଣି ।

ଜଳ ହିଁ ଜୀବନ...ବଞ୍ଚିବା ପାଇଁ ଜଳ ଏକାନ୍ତ ଆବଶ୍ୟକ ଏବଂ ଜଳ ଆମର ଆସନ୍ତା କାଲିର ଭବିଷ୍ୟତ ସହ ସଂଯୁକ୍ତ । ସମଗ୍ର ପୃଥିବୀର ଲୋକଙ୍କ ପାଇଁ ଜଳର ମହତ୍ତ୍ୱ କେତେ ରହିଛି ତାହା ଉପରେ କହିବାର କୌଣସି ଆବଶ୍ୟକତା ନାହିଁ । ଜଳ ହେଉଛି ଆମର ମୌଳିକ ଆବଶ୍ୟକତା ତଥା ଜୀବନର ଆଧାର ଏବଂ ଏହି ଗୁରୁତ୍ୱକୁ ଦେଖାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ଜଳ ଦିବସ । ଏବର୍ଷ ଜଳ ଦିବସର ବାର୍ତ୍ତା ହେଉଛି  -ଭୂତଳ ଜଳ....ଅଦୃଶ୍ୟରୁ ଦୃଶ୍ୟ ...ଅର୍ଥାତ୍ ଭୂତଳ ଜଳ ଅଦୃଶ୍ୟ ହେଲେ ମଧ୍ୟ ତାର ଅଭାବ ପରିବେଶରେ ଦୃଶ୍ୟମାନ ପ୍ରଭାବ ପକାଇଥାଏ । ଜଳ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଧେଶ୍ୟ ଲକ୍ଷ ହେଉଛି ୨୦୩୦ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ଜଳ ଓ ପରିମଳର ସମର୍ଥନରେ ବିଶ୍ୱ ଜଳ ସଙ୍କଟର ମୁକାବିଲା କରିବା ପାଇଁ କାର୍ଯ୍ୟ କରିବା । 

ତେବେ ଏହି ଅନ୍ତର୍ଜାତୀୟ ଦିବସ ୧୯୯୨ ମସିହାରୁ ଆରମ୍ଭ ହୋଇଥିଲା । ଯେଉଁ ବର୍ଷ ରିଓ-ଡି-ଜେନେରିଓରେ ମିଳିତ ଜାତିସଂଘର ପରିବେଶ ଏବଂ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେହି ବର୍ଷ ମିଳିତ ଜାତିସଂଘର ସାଧାରଣ ସଭା ଏକ ସଂକଳ୍ପ ଗ୍ରହଣ କରି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରାଯାଇଥିଲା । ଏହାପରେ ୧୯୯୩ ମସିହା ମାର୍ଚ୍ଚ ୨୨ ତାରିଖ ରେ ଏହା ପାଳନ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଏହା ପାଳିତ ହୋଇ ଆସୁଅଛି ।  ତେବେ ବିଶ୍ୱ ଜଳ ଦିବସ ପାଳନ କରିବାର ଲକ୍ଷ ହେଉଛି ଲୋକଙ୍କୁ ଜଳ ସମ୍ୱନ୍ଧୀୟ ସମସ୍ୟା ଗୁଡିକ ବିଷୟରେ ଅଧିକ ଜାଣିବା ଏବଂ ଏକ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବା ।

ତେବେ ଆଜି ଜଳ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଜଳ ବୁନ୍ଦାକୁ ବଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଜଳ ସଂରକ୍ଷଣ ଏକ ଜଳ ଆନ୍ଦୋଳନରେ ପରିଣତ ହେବା ଖୁସିର ବିଷୟ ବୋଲି କହିବା ସହ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ୱସମସ୍ତ ଲୋକ ଏବଂ ସଂଗଠନକୁ ମୋଦି ପ୍ରଶଂସା କରିଛନ୍ତି । ତା ସହ ଜଳ ସଂରକ୍ଷଣ ତଥା ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳର ସୁବିଧା ନିମନ୍ତେ ଦେଶରେ ଜଳ ଜୀବନ ମିଶନ ଭଳି ପଦକ୍ଷେପ  ଗ୍ରହଣ କରାଯାଇଥିବା ସେ କହିଛନ୍ତି ।

 ତେବେ ଅନେକ ଉତ୍ସବ ଏବଂ କାର୍ଯ୍ୟକ୍ରମ ଦ୍ୱାରା ବିଶ୍ୱ ଜଳ ଦିବସ ପାଳନ କରାଯାଉଛି । ଏହି ବିଶେଷ ଦିନରେ ଅନେକ ଲୋକ ଏବଂ ସଂଗଠନ ଅନେକ କାର୍ଯ୍ୟକ୍ରମ କରି ସାମାଜିକ ଗଣମାଧ୍ୟମ ଏବଂ ଟିଭି ମାଧ୍ୟମରେ ବାର୍ତ୍ତା ପଠାଇବା ସହ ବିଶୁଦ୍ଧ ପାନୀୟଜଳ ସମ୍ପର୍କରେ ଆଲୋକପାତ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ଆସିଛି ଆମେ ସଚେତନ ହେବା ଆଉ ଜଳର ସୁରକ୍ଷା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା 

Also Read: ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

Also Read: ପ୍ରଥମେ କାଣ୍ଡ, ଏବେ ଦଣ୍ଡ...