World Military Expense: ରେକର୍ଡ ଭାଙ୍ଗିଲା ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ହେଉଥିବା ଖର୍ଚ୍ଚ, କେତେ ନମ୍ବର ସ୍ଥାନରେ ରହିଛି ଭାରତ? ଦେଖନ୍ତୁ ତାଲିକା
Advertisement

World Military Expense: ରେକର୍ଡ ଭାଙ୍ଗିଲା ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ହେଉଥିବା ଖର୍ଚ୍ଚ, କେତେ ନମ୍ବର ସ୍ଥାନରେ ରହିଛି ଭାରତ? ଦେଖନ୍ତୁ ତାଲିକା

Defense Expenditures by Country:  ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ସାମରିକ ଖର୍ଚ୍ଚ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ। ଯେଉଁଥିରେ ବିଶ୍ୱର କିଛି ପ୍ରମୁଖ ଦେଶଙ୍କ କରାଯାଇଥିବା ସାମରିକ ଖର୍ଚ୍ଚ ସମ୍ପର୍କରେ ଦର୍ଶାଯାଇଛି। 

World Military Expense: ରେକର୍ଡ ଭାଙ୍ଗିଲା ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ହେଉଥିବା ଖର୍ଚ୍ଚ, କେତେ ନମ୍ବର ସ୍ଥାନରେ ରହିଛି ଭାରତ? ଦେଖନ୍ତୁ ତାଲିକା

Military Expenditure by Country: ଗତ ୨୦୨୨ ବର୍ଷରେ ସେନା ଉପରେ କରାଯାଉଥିବା ଖର୍ଚ୍ଚ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ବର୍ଷ ସାରା ବିଶ୍ୱରେ ସେନା ପାଇଁ ୨.୨୪ ହଜାର ବିଲିଅନ୍ ଡଲାର ମୂଲ୍ୟର ବଜେଟ୍ ଖର୍ଚ୍ଚ ହୋଇଥିଲା। ଗତ ୨୦୨୧ ବର୍ଷ ତୁଳନାରେ ୨୦୨୨ ବର୍ଷରେ ସାମରିକ ଖର୍ଚ୍ଚ ପ୍ରାୟ ୩.୭ ପ୍ରତିଶତ ଅଧିକ ରହିଥିବା ଜଣାପଡ଼ିଛି। ସ୍ୱୀଡେନ ରାଜଧାନୀ ଷ୍ଟକହୋମସ୍ଥିତ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ସମଗ୍ର ବିଶ୍ୱରେ ହେଉଥିବା ସାମରିକ ଖର୍ଚ୍ଚ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଷ୍ଠାନ ବିଶ୍ୱରେ ସେନା ଏବଂ ଏହାର ଆନୁଷଙ୍ଗୀକ ଯନ୍ତ୍ରପାତିର ବ୍ୟୟ ଉପରେ ରିପୋର୍ଟ ପ୍ରକାଶ କରିଥାଏ।

ହେଲେ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ସାମରିକ ଖର୍ଚ୍ଚ ସମ୍ପର୍କରେ କରାଯାଇଥିବା ଆକଳନ ଆଶ୍ଚର୍ଯ୍ୟଜନକ। କାରଣ ବିଗତ ୧ ବର୍ଷ ମଧ୍ୟରେ ୟୁରୋପ ମହାଦେଶରେ ସାମରିକ ଖର୍ଚ୍ଚର ପରିମାଣରେ ସର୍ବାଧିକ ବୃଦ୍ଧି ହୋଇଛି। ଗତ ୨୦୨୧ ବର୍ଷ ତୁଳନାରେ ୟୁରୋପ ମହାଦେଶରେ ସେନା ପାଇଁ ହେଉଥିବା ଖର୍ଚ୍ଚରେ ୧୩ ପ୍ରତିଶତ ବୃଦ୍ଧି ହୋଇଥିବାର ଜଣାପଡ଼ିଛି। ଏହି ସମୟ ଅବଧି ମଧ୍ୟରେ ଋଷିଆ ତୁଳନାରେ ୟୁକ୍ରେନ ପକ୍ଷରୁ କରାଯାଉଥିବା ସାମରିକ ଖର୍ଚ୍ଚ ୧୦% ବୃଦ୍ଧି ପାଇ ୫୦ ପ୍ରତିଶତରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଭାରତ, ବ୍ରିଟେନ ଏବଂ ଋଷିଆ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ୫ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ଯେଉଁମାନେ ସେନାବାହିନୀ ଲାଗି ଅଧିକ ପରିମାଣରେ ଖର୍ଚ୍ଚ କରିଛନ୍ତି।

ସାମରିକ ଖର୍ଚ୍ଚ ମାମଲାରେ ଶୀର୍ଷରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା 
ସୈନ୍ୟବାହିନୀ ଲାଗି ହେଉଥିବା ଖର୍ଚ୍ଚ ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକା ଏଥର ମଧ୍ୟ ପ୍ରଥମ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ସେନା ଲାଗି ୮୭୭ ବିଲିୟନ ଡଲାର ଖର୍ଚ୍ଚ କରିଛି। ଅର୍ଥାତ୍ ସମଗ୍ର ବିଶ୍ୱରେ ସେନା ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ୩୯ ପ୍ରତିଶତ କେବଳ ଯୁକ୍ତରାଷ୍ଟ୍ର ଆମେରିକା କରିଛି।

ସାମରିକ ଖର୍ଚ୍ଚ ତାଲିକାରେ ଚୀନ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ଯିଏ ଲଗାତାର ୨୮ ବର୍ଷ ଧରି ନିଜର ସେନା ବଜେଟ୍ ବୃଦ୍ଧି କରିବାରେ ଲାଗିଛି। ଚୀନ୍ ଏହାର ସୈନ୍ୟବାହିନୀ ପାଇଁ ୨୯୨ ବିଲିୟନ ଡଲାର ଖର୍ଚ୍ଚ କରିଛି। ୨୦୨୧ ବର୍ଷ  ତୁଳନାରେ ୨୦୨୨ ବର୍ଷରେ ଚୀନ ପକ୍ଷରୁ କରାଯାଇଥିବା ପ୍ରତିରକ୍ଷା ବ୍ୟୟ ୪.୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ଋଷିଆ, ୟୁକ୍ରେନ ସହିତ ଜାରି ରହିଥିବା ଯୁଦ୍ଧ କାରଣରୁ ଏହାର ପ୍ରତିରକ୍ଷା ବଜେଟ ପରିମାଣ ବହୁତ ବୃଦ୍ଧି କରିଛି। ୨୦୨୨ ବର୍ଷରେ ଋଷିଆର ସାମରିକ ବଜେଟ ପରିମାଣ ୮୬.୪ ବିଲିୟନ ଡଲାର ରହିଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରାୟ ବର୍ଷେ କାଳ ଧରି ଋଷିଆ ସହିତ ଯୁଦ୍ଧ କରୁଥିବା ୟୁକ୍ରେନ ଏହାର ସାମରିକ ବଜେଟ ପରିଣାରେ ୬୪୦ ପ୍ରତିଶତ ବୃଦ୍ଧି କରିଛି। ୨୦୨୨ ବର୍ଷରେ ବିଶ୍ୱର କିଛି ପ୍ରମୁଖ ଦେଶ ପକ୍ଷରୁ କରାଯାଇଥିବା ସାମରିକ ଖର୍ଚ୍ଚ ସମ୍ପର୍କରେ ଜାଣନ୍ତୁ। 

ଦେଶ:        ବଜେଟ ପରିମାଣ

  • ଯୁକ୍ତରାଷ୍ଟ୍ର ଆମେରିକା: ୮୭୭ ବିଲିୟନ ଡଲାର୍
  • ଚୀନ୍: ୨୯୨ ବିଲିୟନ ଡଲାର୍ 
  • ଋଷିଆ: ୮୬.୪ ବିଲିୟନ ଡଲାର
  • ଭାରତ: ୮୧.୪ ବିଲିୟନ ଡଲାର
  • ସାଉଦି ଆରବ: ୭୫ ବିଲିୟନ ଡଲାର
  • ବ୍ରିଟେନ: ୬୮.୫ ବିଲିୟନ ଡଲାର
  • ଜର୍ମାନୀ: ୫୫.୮ ବିଲିୟନ ଡଲାର
  • ଫ୍ରାନ୍ସ: ୫୩.୬ ବିଲିୟନ ଡଲାର
  • ଦକ୍ଷିଣ କୋରିଆ: ୪୬.୪ ବିଲିୟନ ଡଲାର
  • ଜାପାନ: ୪୬ ବିଲିୟନ ଡଲାର
  • ୟୁକ୍ରେନ: ୪୪ ବିଲିୟନ ଡଲାର
  • ଇଟାଲୀ: ୩୩.୫ ବିଲିୟନ ଡଲାର
  • ଅଷ୍ଟ୍ରେଲିଆ: ୩୨.୩ ବିଲିୟନ ଡଲାର
  • କାନାଡା: ୨୬.୯ ବିଲିୟନ ଡଲାର୍
  • ଇସ୍ରାଏଲ୍: ୨୩.୪ ବିଲିୟନ ଡଲାର

କେତେ ନମ୍ବର ସ୍ଥାନରେ ରହିଛି ଭାରତ
ସାମରିକ ଖର୍ଚ୍ଚ ଦୃଷ୍ଟିରୁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ଋଷିଆ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଗତ ୨୦୨୨ ବର୍ଷରେ ଭାରତ ଏହାର ସୈନ୍ୟବାହିନୀ ପାଇଁ ୮୧.୪ ବିଲିୟନ ଡଲାର ଖର୍ଚ୍ଚ କରିଛି। ହେଲେ ଗତ ବର୍ଷ ସୈନ୍ୟବାହିନୀ ଲାଗି ହୋଇଥିବା ଖର୍ଚ୍ଚ ଦୃଷ୍ଟିକୋଣରୁ ପଞ୍ଚମ ସ୍ଥାନରେ ବ୍ରିଟେନ ନୁହେଁ ବରଂ ସାଉଦି ଆରବ। ଗତ ୨୦୨୨ ବର୍ଷରେ ସାଉଦି ଆରବ ସାମରିକ ବଜେଟ ୭୫ ବିଲିୟନ ଡଲାର ରହିଛି।