କୁରାନ ଜଳାଇବାକୁ ନେଇ ହିଂସାକାଣ୍ଡ; ପୋଲିସ ଗୁଳିରେ ୩ ଆହତ
Advertisement

କୁରାନ ଜଳାଇବାକୁ ନେଇ ହିଂସାକାଣ୍ଡ; ପୋଲିସ ଗୁଳିରେ ୩ ଆହତ

ପୂର୍ବ ସ୍ୱୀଡେନସ୍ଥିତ ନୋରକୋପିଙ୍ଗ  ସହରରେ  ପୋଲିସ   ହିଂସାକାଣ୍ଡ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ  ଯାଇ  ଗୁଳି  ଚାଳନା କରିଛି। 

 କୁରାନ  ଜଳାଇବାକୁ  ନେଇ  ହିଂସାକାଣ୍ଡ;  ପୋଲିସ  ଗୁଳିରେ  ୩   ଆହତ

Quran  Burnings  in  Sweden: କୁରାନ  ଜଳାଇବାକୁ  ନେଇ  ୟୁରୋପୀୟ  ଦେଶ  ଦେଶ ସ୍ୱୀଡେନରେ ସୃଷ୍ଟି  ହୋଇଛି ବିବାଦ।  ଲଗାତାର  ୪ ଦିନ  ଧରି  ଦେଶର ବିଭିନ୍ନ ସ୍ଥାନରେ  ଏହି  ଘଟଣାକୁ  କେନ୍ଦ୍ର କରି ଦେଶର ବିଭିନ୍ନ ସ୍ଥାନରେ  ହିଂସାକାଣ୍ଡ ଘଟୁଥିବାର ଖବର ମିଳୁଛି।  ସ୍ୱୀ଼ଡେନର  ଅରବ୍ରୋ ସହରରେ  ଏକ  ଦକ୍ଷିଣପନ୍ଥୀ ସମୂହ  ଏବଂ ପ୍ରବାସୀ  ବିରୋଧ ଗୋଷ୍ଠୀ  କଥିତ ରୂପେ  କୁରାନ  ରେ ନିଆଁ  ଲଗାଇ  ଦେଇଥିଲେ।  ଯାହାକୁ  ନେଇ ହିଂସାକଣ୍ଡ ହୋଇଥିବା କୁହାଯାଉଛି।  

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂର୍ବ ସ୍ୱୀଡେନସ୍ଥିତ ନୋରକୋପିଙ୍ଗ  ସହରରେ  ପୋଲିସ   ହିଂସାକାଣ୍ଡ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ  ଯାଇ  ଗୁଳି  ଚାଳନା କରିଛି।  ଏଥିରେ  ୩   ଆହତ  ହୋଇଥିବା ବେଳେ  ୧୭ ଗିରଫ ହୋଇଛନ୍ତି।   ଗତ ଶନିବାର ଦକ୍ଷିଣ ସ୍ୱୀଡେନସ୍ଥିତ  ମାଲମୋ ସହରରେ  ଦଙ୍ଗାକରୀ  ଅନେକ ଗାଡି଼ରେ ନିଆଁ ଲଗାଇ ଦେଇଥିଲେ।   
 
ରମଜାନ ଅବସରରେ ସ୍ୱୀଡେନ ଠାରେ କୁରାନ ଜଳାଇବା ଘଟଣାକୁ  ସହଜେ  ଗ୍ରହଣ  କରି ପାରିନାହାଁନ୍ତି  ଇରାକ , ଇରାନ  ଭଳି  ମୁସଲିମ ଦେଶ।  ଏହି ଘଟଣାରେ ଉଭୟ ଦେଶ ସ୍ୱୀଡେନ  ରାଜଦୂତଙ୍କୁ ଜବାବ ମାଗିଛନ୍ତି। 

Also  Read: ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ

ଏହି  ପ୍ରସଙ୍ଗରେ ଷ୍ଟର୍ମ କୁର୍ସ ପାର୍ଟି ଚଳାଉଥିବା ଡେନମାର୍କ-ସ୍ୱିଡେନ  ଚରମପନ୍ଥୀ ରାସମୁସ୍ ପାଲୁଦାନ  (Danish-Swedish Extremist Rasmus Paludan)  କହିଛନ୍ତି ଯେ ସେ ଇସଲାମ ଧର୍ମର ସବୁଠାରୁ ପବିତ୍ର ପୁସ୍ତକକୁ ନିଆଁ ଲଗାଇ ଦେଇଛନ୍ତି ଏବଂ  ଆଗକୁ ଏହା ଜାରି ରଖିବେ।

ଦକ୍ଷିଣପନ୍ଥୀ ଗୋଷ୍ଠୀ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିବାର  ଯୋଜନା କରିଥିଲେ।  ଯେଉଁଠାରେ ଏହି  କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ସେଠାରେ ଗତ  ଗୁରୁବାର, ଶୁକ୍ରବାର, ଶନିବାର ଦିନ  ହିଂସାକାଣ୍ଡ ଘଟିଥିଲ।  ଯେଉଁଥିରେ ୧୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।  ହିଂସା ଘଟଣାରେ ପ୍ରତିକ୍ରିୟା ରଖି ସ୍ୱୀଡେନ ରାଷ୍ଟ୍ରୀୟ ପୋଲିସ (Sweden  National Police) ମୁଖ୍ୟ ଆଣ୍ଡର୍ସ ଥର୍ନବର୍ଗ  (Police Chief  Anders Thornberg)  କହିଛନ୍ତି ପ୍ରଦର୍ଶନକାରୀ ପୋଲିସ କର୍ମଚାରୀଙ୍କ ଜୀବନ ପ୍ରତି କୌଣସି ଗୁରୁତ୍ୱ  ଦେଉନାହାଁନ୍ତି। ଆମେ ପୂର୍ବରୁ ଦଙ୍ଗା ଦେଖିଛୁ ହେଲେ ଏହା ଭିନ୍ନ  ଧରଣର ଘଟଣା।  

 କିଛି  ଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ପ୍ରଥମ ପାଇଁ ଏଭଳି ଘଟଣା ଘଟିଥିଲା ଯାହାକୁ ନେଇ ବିଶ୍ୱବ୍ୟାପୀ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ଦେଶର  ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଭଳି ସ୍ଥାନରେ ପ୍ରଥମ ଥର ଲାଗି ରମଜାନ ଅବସରରେ ନମାଜ ପଢାଯାଇଛି। ନ୍ୟୁୟର୍କ ସହରର ଅବସ୍ଥିତ ଟାଇମ୍ସ ସ୍କୋୟାର ହେଉଛି ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ। ଏହି ସ୍ଥାନ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପ୍ରତିବର୍ଷ ଏହି ସ୍ଥାନକୁ ୫୦ ମିଲିୟନ ପର୍ଯ୍ୟଟକ ପରିଦର୍ଶନ କରିଥାନ୍ତି। ଏଭଳି ପରିସ୍ଥିତିରେ ମସଜିଦ ପରିବର୍ତ୍ତେ ଏଭଳି ଏକ ବ୍ୟସ୍ତବହୁଳ ବାଣିଜ୍ୟିକ ସ୍ଥାନରେ ନମାଜ ପଢିବା ଉପରେ ପ୍ରଶ୍ନ ଉଠିଛି। 

Also Read: ରମଜାନ ପୂର୍ବରୁ ମସଜିଦ୍ ଲାଉଡ ସ୍ପୀକର ସାଉଣ୍ଡ କମ୍ କରିବାକୁ ନିର୍ଦ୍ଦେଶ ଦେଲା ସାଉଦି ଆରବ

 

 ରମଜାନ ମାସ ଆରମ୍ଭ ଅବସରରେ ହଜାର ହଜାର ସଂଖ୍ୟକ ମୁସଲିମ ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଠାରେ ଏକାଠି ହୋଇ ନମାଜ ପଢିଛନ୍ତି। ଏହାକୁ ନେଇ ସୋସିଆଲ ମିଡି଼ଆ ମାଧ୍ୟମରେ ଅନେକ ପ୍ରଶ୍ନ ପଚରାଯାଉଛି। ଏନେଇ କୁହାଯାଉଛି ସାଧାରଣ ଲୋକଙ୍କ ସମସ୍ୟାକୁ ଏପରି ବଢାଇ ରାଜରାସ୍ତାରେ ନମାଜ ପଢିବା ଠିକ୍ ନାଁ ଭୁଲ?    

ରମଜାନ ଅବସରରେ ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଠାରେ ନମାଜ ଆୟୋଜନ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଆମେରିକାରେ ରହୁଥିବା ମୁସଲମାନ ଚାହୁଁଥିଲେ ଯେ ରମଜାନ ଭଳି ପର୍ବକୁ ନ୍ୟୁୟର୍କ ସିଟି ଭଳି ଏକ ପ୍ରସିଦ୍ଧ ସ୍ଥାନରେ ପାଳନ କରାଯାଉ ଏବଂ ଅନ୍ୟମାନଙ୍କୁ ଏହା କୁହାଯାଉ ଯେ ଇସଲାମ ହେଉଛି ଏକ ଶାନ୍ତିପୂର୍ଣ୍ଣ ଧର୍ମ। ସମଗ୍ର ବିଶ୍ୱରେ ଇସଲାମ ପ୍ରତି ଅନେକ ଭୁଲ ଧାରଣା ରହିଛି ବୋଲି ଆୟୋଜକ କହିଛନ୍ତି। ଆମେ ଆମର ଧର୍ମ ବାବଦରେ ସେହି ସମସ୍ତ ଲୋକଙ୍କୁ କହିବାକୁ ଚାହୁଁଥିଲୁ ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ।  

ଏହି ସମୟରେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଥିଲା। ହାସନ ସାଜୱାନି ନାମକ ଜଣେ ସଂଯୁକ୍ତ ଆରବ ଏମିରେଟ୍ସ  ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କହିଛନ୍ତି ରାସ୍ତାରେ ନମାଜ ପଢିବା ଦ୍ୱାରା ଲୋକେ ଅସୁବିଧାରେ ପଡ଼ପାରନ୍ତି। କେବଳ ନ୍ୟୁୟର୍କ ସହରରେ ୨୭୦ କିମ୍ବା ଏହା ଠାରୁ ଅଧିକ ମସଜିଦ ଏବଂ ପ୍ରାର୍ଥନା କରିବା ପାଇଁ ଉତ୍ତମ ସ୍ଥାନ ଅଛି। ଲୋକ ସେମାନଙ୍କ ଧର୍ମ ପ୍ରଦର୍ଶନ କରିବା ପାଇଁ ରାସ୍ତା ଅବରୋଧ କରିବାର କୌଣସି ଆବଶ୍ୟକତା ନାହିଁ। ଇସଲାମ ଆମକୁ ଏହା ଶିଖାଏ ନାହିଁ। ସେହିଭଳି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମୁଁ ଜଣେ ମୁସଲମାନ,ହେଲେ ଟାଇମ୍ସ ସ୍କୋୟାର ଭଳି ସ୍ଥାନରେ ନମାଜ ପଢିବାକୁ ସମର୍ଥନ କରିବି ନାହିଁ। ହେଲେ ତଥାପି କେତେକ ଏହାକୁ  ସମର୍ଥନ କରିଥିଲେ।

 

 

 

  
\

 
 
 
 

\