ଚର୍ଚ୍ଚରେ ଘଟୁଥିବା ଅପରାଧର ତଦନ୍ତ ପାଇଁ ଗଠିତ ହେଉ କମିଶନ: VHP
Advertisement

ଚର୍ଚ୍ଚରେ ଘଟୁଥିବା ଅପରାଧର ତଦନ୍ତ ପାଇଁ ଗଠିତ ହେଉ କମିଶନ: VHP

ଏହି ରିପୋର୍ଟ ପ୍ରକାଶ କରିଥିବା ଆୟୋଗ ଅଧ୍ୟକ୍ଷ ଜ୍ୟାଁ ମାର୍କ ସାଭେ କହିଛନ୍ତି ଯେ ଏହି ଆକଳନ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଆଧାରିତ।

ଚର୍ଚ୍ଚରେ ଘଟୁଥିବା ଅପରାଧର ତଦନ୍ତ ପାଇଁ ଗଠିତ ହେଉ କମିଶନ: VHP

ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ଭାରତରେ ରହିଥିବା ଚର୍ଚ୍ଚରେ ଘଟୁଥିବା ଅପରାଧର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଶନ ଗଠନ କରିବାକୁ ଦାବି କରିଛି ବିଶ୍ୱ ହିନ୍ଦୁ ପରିଷଦ। ଅନେକ ସମୟରେ ଚର୍ଚ୍ଚରେ ଘଟୁଥିବା ଘଟଣା, ପାଦ୍ରୀଙ୍କ ଦ୍ୱାରା କରାଯାଉଥିବା ବିବାଦୀୟ କାର୍ଯ୍ୟ, ବେଆଇନ ଧର୍ମାନ୍ତରଣ ଭଳି ଘଟଣା ସହ ଜଡିତ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ନିକଟରେ ୟୁରୋପୀୟ ଦେଶ (European Country) ଫ୍ରାନ୍ସ  (France) ଠାରେ ଅବସ୍ଥିତ ଥିବା ବିଭିନ୍ନ କ୍ୟାଥୋଲିକ୍ ଚର୍ଚ୍ଚରେ (Catholic Church) ଘଟିଥିବା ଘଟଣାର ଯାଞ୍ଚ ଏକ ସ୍ୱତନ୍ତ୍ର କମିଶନ ଦ୍ୱାରା କରାଯାଇଥିଲା। ଏହି କମିଶନ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡି଼ଥିଲା ଏଠାରେ ପ୍ରାୟ ୩ ଲକ୍ଷରୁ ଅଧିକ ଶିଶୁଙ୍କୁ ଯୌନ ଶୋଷଣ କରାଯାଇଛି। ଏଭଳି ଘଟଣାରେ ତନନ୍ତ କରିବା ପାଇଁ ଫ୍ରାନ୍ସ  ଭଳି ଭାରତରେ (India) ମଧ୍ୟ ସ୍ୱତନ୍ତ୍ର କମିଶନ ଗଠନ କରିବାକୁ ଦାବି କରି ପତ୍ର ଲେଖିଛି ବିଶ୍ୱ ହିନ୍ଦୁ ପରିଷଦ (Vishva Hindu Parishad) ଭିଏଚପି (VHP)। 

Also Read: Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି

ଏନେଇ ଭିଏଚପି ପକ୍ଷରୁ କୁହାଯାଇଛି ଧର୍ମାନ୍ତରଣରେ ଜଡ଼ିତ ମିଶନାରୀ ଏବଂ ଚର୍ଚ୍ଚର ପ୍ରାଦ୍ରୀଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରକାର ଘୃଣିତ ତଥା ବିବାଦୀୟ କାର୍ଯ୍ୟର ପର୍ଦ୍ଦାଫାଶ କରିବା, ଭାରତୀୟଙ୍କୁ ସେମାନଙ୍କ ଷଡଯନ୍ତ୍ରରୁ ମୁକ୍ତି ଦେବା ପାଇଁ ଫ୍ରାନ୍ସ ଭଳି ଭାରତରେ ମଧ୍ୟ ସ୍ୱତନ୍ତ୍ର ତଦନ୍ତ ଆୟୋଗ ଗଠନ କରିବାର ଆବଶ୍ୟକତା ରହିଛି।

 ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭିଏଚପି ଯୁଗ୍ମ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଜୈନ କହିଛନ୍ତି ଫ୍ରାନ୍ସ ଭଳି ଭାରତରେ ରହିଥିବା ଚର୍ଚ୍ଚରେ ଅନେକ ବେଆଇନ କାର୍ଯ୍ୟ ହେଉଛି। ବର୍ତ୍ତମାନ ଭାରତୀୟଙ୍କୁ ଧର୍ମଯାଜକଙ୍କ ଦ୍ୱାରା କରାଯାଉଥିବା ପାପରୁ ମୁକ୍ତ ହେବା ଜରୁରୀ। ଚର୍ଚ୍ଚ ଦ୍ୱାରା କରାଯାଉଥିବା ବେଆଇନ ଧର୍ମାନ୍ତରଣ ରୂପକୁ ଅଭିଶାପରୁ ଭାରତକୁ ମୁକ୍ତ କରିବା ପାଇଁ କଠୋର ନିୟମ କାର୍ଯ୍ୟକାରୀ ଆବଶ୍ୟକ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର ଯେ ଫ୍ରାନ୍ସ  ଭଳି କେବଳ ଗୋଟିଏ ଦେଶରେ ପ୍ରାୟ ୩ ଲକ୍ଷ ୩୦ ହଜାର ଶିଶୁ ଧର୍ମ ଯାଜକଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି।

ନିକଟରେ ଏହି ୟୁରୋପୀୟ ଦେଶରେ ଏକ ସ୍ୱାଧିନ ଆୟୋଗ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ମିଳିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆୟୋଗ ଆକଳନ ଅନୁଯାୟୀ ୧୯୫୦ ମସିହା ପର ଠାରୁ ଫ୍ରାନ୍ସରେ ଅବସ୍ଥିତ କ୍ୟାଥୋଲିକ ଚର୍ଚ୍ଚରେ ଧର୍ମଗୁରୁ, ଅଧିକାରୀଙ୍କ ଅନ୍ୟମାନେ ପ୍ରାୟ ୨ ଲକ୍ଷ ୧୬ ହଜାରରୁ ଅଧିକ ଶିଶୁଙ୍କୁ ଯୌନ ଶୋଷଣ କରିଛନ୍ତି। ହେଲେ କେତେକ ରିପୋର୍ଟରେ ଏହି ସଂଖ୍ୟା ପ୍ରାୟ 3 ଲକ୍ଷ ୩୦ ହଜାର ବୋଲି କୁହାଯାଉଛି।

Also Read: ସାଉଦି ଆରବ ପକ୍ଷରୁ ହଜ ବାତିଲ, ଚଳିତ ବର୍ଷ ଯାତ୍ରାରେ ସାମିଲ ହେବେନାହିଁ ଭାରତୀୟ ମୁସଲିମ

ଏହି ରିପୋର୍ଟ ପ୍ରକାଶ କରିଥିବା ଆୟୋଗ ଅଧ୍ୟକ୍ଷ ଜ୍ୟାଁ ମାର୍କ ସାଭେ କହିଛନ୍ତି ଯେ ଏହି ଆକଳନ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଆଧାରିତ। ଏଥିରେ ଧର୍ମଗୁରୁ ତଥା ଚର୍ଚ୍ଚ ସହ ଜଡିତ ବ୍ୟକ୍ତି ତଥା ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ନିର୍ଯ୍ୟାତନା ମାମଲା ଅନ୍ତର୍ଭୂକ୍ତ ରହିଛି।  ସାଭେ କହିଛନ୍ତି ଯେ ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡିତଙ୍କ ମଧ୍ୟରୁ କେବଳ ୮୦ ପ୍ରତିଶତ ବାଳକ ଏବଂ ବାକି ବାଳିକା ଥିଲେ। ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଖ୍ରୀଷ୍ଟୀୟ ପାଦ୍ରୀ ରହିଥିବା ଜଣାପଡି଼ଛି। 

କେବଳ ପୁରୁଷ ନୁହଁନ୍ତି ଏହି କାର୍ଯ୍ୟରେ ମହିଳା ପାଦ୍ରୀ ଅର୍ଥାତ ନନ୍ ମଧ୍ୟ ସାମିଲ ରହିଥିବା ଜଣାପଡିଛି। ସେମାନେ ଚର୍ଚ୍ଚରେ ରହୁଥିବା ନାବାଳକଙ୍କୁ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯୌନ ଶୋଷଣର ଶିକାର ହୋଇଥିବା ୮୦ ପ୍ରତିଶତ ପିଲା ୧୦-୧୩ ବର୍ଷ ବୟସର ଥିଲେ। ଅର୍ଥାତ୍ ୨ ଲକ୍ଷ ୬୪ ହଜାର ନାବାଳକଙ୍କୁ ଏହି ବୟସରେ ଶାରିରୀକ ଶୋଷଣ କରାଯାଇଥିଲେ।

Also Read: ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ

ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇବା ପରେ ପୋପ୍ ଫ୍ରାନ୍ସିସ୍ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାକୁ ନେଇ ପୋପ୍ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାରେ ପୀଡିତଙ୍କୁ କ୍ଷମା ମାଗିଛନ୍ତି। ଭାଟିକାନ ମୁଖପାତ୍ର କହିଛନ୍ତି ପୋପ୍ ଫ୍ରାନ୍ସର ଚର୍ଚ୍ଚରେ ଘଟୁଥିବା ବିଭିନ୍ନ ବେଆଇନ କାର୍ଯ୍ୟର ତଦନ୍ତ କରିଥିବା ଆୟୋଗର ଅନୁସନ୍ଧାନକୁ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି।