Donald Trump: ୨ ବର୍ଷ ପରେ ଇନଷ୍ଟାଗ୍ରାମକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ, ଫଟୋ ଭାଇରାଲ
Advertisement

Donald Trump: ୨ ବର୍ଷ ପରେ ଇନଷ୍ଟାଗ୍ରାମକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ, ଫଟୋ ଭାଇରାଲ

Donald Trump News: ଗତ ୨୦୨୧ ବର୍ଷରେ ହୋଇଥିବା କ୍ୟାପିଟାଲ୍ ହିଲ୍ ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ କରିଦେଇଥିଲେ। ହେଲେ ବର୍ତ୍ତମାନ ସେ ପୁଣି ଥରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ସକ୍ରିୟ କରାଇବା ପରେ ତାଙ୍କର ସୁପରହିରରୋ ପୋଷ୍ଟର ପୋଷ୍ଟ କରିଥିଲେ।

 ଫଟୋ ସୌଜନ୍ୟ: Instagram@realdonaldtrump

Donald Trump Returns to Instagram After 2 Years: ସୋସିଆଲ ମିଡ଼ିଆ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରାଧ୍ୟକ୍ଷ ଡୋନାଲ୍ଡ ଟ୍ରମ୍ପ। ପୁଣି ଥରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟ ସକ୍ରିୟ କରିଛନ୍ତି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି। ଗତ ୨୦୨୧ ବର୍ଷରେ ହୋଇଥିବା ବହୁଚର୍ଚ୍ଚିତ କ୍ୟାପିଟାଲ୍ ହିଲ୍ସ ହିଂସାକାଣ୍ଡ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁନର୍ବାର ସକ୍ରିୟ କରିଛନ୍ତି। ସେହିବର୍ଷ ହୋଇଥିବା କ୍ୟାପିଟାଲ୍ ହିଲ୍ ଆକ୍ରମଣ ପରେ ଟ୍ରମ୍ପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ କରିଦେଇଥିଲେ। ହେଲେ ବର୍ତ୍ତମାନ ସେ ପୁଣି ଥରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ସକ୍ରିୟ କରାଇବା ପରେ ତାଙ୍କର ସୁପରହିରୋ ପୋଷ୍ଟର ପୋଷ୍ଟ କରିଥିଲେ। ଲୋକେ ତାଙ୍କର ଏହି ପୋଷ୍ଟର ଦେଖିବା ପରେ ଆଶ୍ଟର୍ଯ୍ୟଚକିତ ହୋଇଯାଇଛନ୍ତି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଡିଜିଟାଲ ଟ୍ରେଡିଂ କାର୍ଡ ବିକ୍ରୟ କରିବା ପାଇଁ ସୋସିଆଲ ମିଡିଆ ସାହାରା ନେଇଛନ୍ତି ଏବଂ ଏହା ସହିତ ଜଡିତ ଅନେକ ପୋଷ୍ଟ ମଧ୍ୟ କରିଛନ୍ତି।

କେଉଁ ପ୍ରକାର ଗୁରୁତ୍ୱ ରଖୁଛି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ
ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ (Instagram Account) ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପ (Donald Trump) କରିଥିବା ପୋଷ୍ଟ ମାଧ୍ୟମରେ ସେ ନିଜକୁ ଜଣେ ସୁପରହିରୋ (Superhero) ଭାବରେ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପତାକା (National Flag of United States of America) ସହ ଦେଖିବାକୁ ମିଳୁଛି। ଟ୍ରମ୍ପ ପୋଷ୍ଟ କରିଛନ୍ତି ଯେ ମୁଁ ଆପଣଙ୍କୁ ଜଣାଇ ଖୁସି ଯେ ମୋର ପୂର୍ବରୁ ଆରମ୍ଭ ହୋଇଥିବା "ଡିଜିଟାଲ ଟ୍ରେଡିଂ କାର୍ଡ" (Digital Trading Card) ପାଇଥିବା ବିପୁଳ ସଫଳତା ହେତୁ ଆମେ ଏହାକୁ ପୁନର୍ବାର ଆଣିଛୁ। ଦ୍ୱିତୀୟ ସିରିଜ୍ କାର୍ଡ (Digital Trading Card Second Series) ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ।

 

ଅସୁବିଧାରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ
ଯଦି ଗଣମାଧ୍ୟମ ରିପୋର୍ଟ ଉପରେ ନଜର ପକାଯାଏ, ତାହେଲେ ଗତ ବର୍ଷ ଡିଜିଟାଲ୍ ଟ୍ରେଡିଂ କାର୍ଡ ପରିହାସର ପାତ୍ର ପାଲଟିଥିଲା। ମାତ୍ର ଏହାର ଶୁଭାରମ୍ଭ ପରେ କେବଳ ୪୪ ହଜାର କାର୍ଡ ବିକ୍ରୟ ହୋଇପାରିଥିଲା। ଏହି କାର୍ଡ ବିକ୍ରୟରୁ ପ୍ରାୟ ୪.୫ ମିଲିୟନ ଡଲାର ଫାଇଦା ହୋଇଥିଲା। ଡିଜିଟାଲ ଟ୍ରେଡିଂ କାର୍ଡ ବିକ୍ରି କରି ଡୋନାଲ୍ଡ ଟ୍ରମ୍ପ ବହୁତ ଟଙ୍କା ରୋଜଗାର କରିସାରିଛନ୍ତି। ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ୪୫ ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିବା ଡୋନାଲ୍ଡ ଟ୍ରମ୍ପ ଅସୁବିଧାର ସାମ୍ନା କରୁଛନ୍ତି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୋଧରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୩୪ ଠକେଇ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ଏବଂ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ମଧ୍ୟରେ ରହିଥିବା ସମ୍ପର୍କ ସାମ୍ନାକୁ ଆସିବା ପରେ ଆମେରିକା ରାଜନୀତିରେ ଉତ୍ତେଜନା ସୃଷ୍ଟି ହୋଇଛି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଛନ୍ତି ଏବଂ ଏହି ସମ୍ପର୍କକୁ ଲୋକଙ୍କ ଠାରୁ ଲୁଚାଇବା ପାଇଁ ତାଙ୍କୁ ଅନେକ ଟଙ୍କା ମଧ୍ୟ ଦେଇଥିବା ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସ ଅଭିଯୋଗ କରିଛନ୍ତି।