ଇଣ୍ଟରନେଟରେ ଛାଇଗଲା ଯୋଗୀଙ୍କ 'ଗୁଲ୍ଲୁ'
Advertisement

ଇଣ୍ଟରନେଟରେ ଛାଇଗଲା ଯୋଗୀଙ୍କ 'ଗୁଲ୍ଲୁ'

ରବିବାର ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ। ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ଗୁଲ୍ଲୁ ତାଙ୍କ ଆଡକୁ ଦୌଡିଥିଲେ।

 ସୌ- ସୋସିଆଲ ମିଡିିଆ

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନୂତନ ପୋଷା କୁକୁର 'ଗୁଲ୍ଲୁ' ଇଣ୍ଟରନେଟରେ ଛାଇ ଯାଇଛି। ରବିବାର ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ। ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ଗୁଲ୍ଲୁ ତାଙ୍କ ଆଡକୁ ଦୌଡିଥିଲେ। ମୁଖ୍ୟମନ୍ତ୍ରୀ କୁକୁର ଛୁଆକୁ ଗେଲ କରିଥିଲେ ଏବଂ ତାଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ, ମନ୍ଦିର ପରିସରରେ ଉପସ୍ଥିତ ଥିବା ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଉଠାଇଥିଲେ।

ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath)  ମନ୍ଦିର ପରିଦର୍ଶନ କରନ୍ତି, ସେତେବେଳେ ଗୁଲ୍ଲୁ ସର୍ବଦା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦୌଡ଼େ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାଲୁ ନାମକ ଏକ କଳା କୁକୁର (Puppy) ଥିଲା। ଆଜି କାଲୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି। ଯୋଗୀ ତାଙ୍କୁ ପନିର ଖଣ୍ଡ ଖାଇବାକୁ ଦେଇଛନ୍ତି। ଡିସେମ୍ବର ୨୦୧୬ରେ କାଲୁକୁ ଗୋରକ୍ଷ ମନ୍ଦିରକୁ ଅଣାଯାଇଥିଲା। ଏହାର ତିନିମାସ ପରେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Also Read: ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus

ପୂର୍ବରୁ ଯୋଗୀଙ୍କ ପାଖରେ ରାଜା ବାବୁ ନାମକ ଏକ କୁକୁର ମଧ୍ୟ ଥିଲା। ଯାହା ମରିଯାଇଥିଲା ଏବଂ ଏହା ପରେ ଯୋଗୀ ବହୁତ ଚିନ୍ତିତ ଥିଲେ। ମନ୍ଦିର ସୂତ୍ରରୁ ପ୍ରକାଶ ଯେ, ଏହି କଳା କୁକୁରକୁ ଦିଲ୍ଲୀର୍ ଯୋଗୀଙ୍କୁ ମନ୍ଦିରର ଜଣେ ଭକ୍ତ ଉପହାର ଦେଇଥିଲେ। କାଲୁ କିଛି ସମୟ ଦିଲ୍ଲୀରେ ରହି ଗୋରାଖପୁରକୁ ଆସିଥିଲା।